ପାକିସ୍ତାନରେ ବଢ଼ୁଛି କରୋନା ଆକ୍ରାନ୍ତ ସଂଖ୍ୟା...

Published By : Prameya-News7 Bureau | April 01, 2020 IST

ଇସ୍ଲାମାବାଦ୧/୪: କରୋନା ଭାଇରସ ପାଇଁ ପାକିସ୍ତାନର ସ୍ଥିତି ଧୀରେଧୀରେ ବିଗିଡ଼ିବାକୁ ଲାଗିଛି। ଏପର୍ଯ୍ୟନ୍ତ ଏଠାରେ ୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇପଡ଼ିଥିବାବେଳେ, ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଛି। କିନ୍ତୁ ଏଭଳି ସ୍ଥିତିରେ ଲକ୍‌ଡ଼ାଉନ ଯୋଗୁଁ ଏଠାକାର ସଂଖ୍ୟାଲଘୁ ଲୋକମାନଙ୍କୁ ଭେଦଭାବର ଶିକାର ହେବାକୁ ପଡ଼ୁଛି। ଯେଉଁମାନେ ମୁସଲମାନ, ସେମାନଙ୍କୁ ଅତ୍ୟାବଶ୍ୟକ ସାମ୍ରଗୀ ମିଳୁଛି। କିନ୍ତୁ ଯେଉଁମାନେ ହିନ୍ଦୁ, ଇସାଇ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ, ସେମାନଙ୍କୁ କୌଣସି ସାମଗ୍ରୀ ଦିଆଯାଉ ନାହିଁ ବୋଲି ଅଭିଯୋଗ ହେବାରେ ଲାଗିଛି।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ,  ଦେଶରେ ଲକଡ଼ାଉନ ପାଇଁ ମନା କରି ଦେବାପରେ, ସିନ୍ଧ୍‌ ଓ ପଞ୍ଜାବ ଭଳି ପ୍ରାଦେଶିକ ସରକାର ଲକଡ଼ାଉନ ଘୋଷଣା କରିଛନ୍ତି।  ଏପର୍ଯ୍ୟନ୍ତ ସିନ୍ଧ୍‌ରେ ୬ଶହ ଏବଂ ପଞ୍ଜାବରେ ୭ଶହ କରୋନା ସଂକ୍ରମଣ ମାମଲା ଆଗକୁ ଆସିଛି। ଆଉ ସେଠାକାର ସରକାର ମୁସଲିମ ଲୋକମାନଙ୍କ ପାଖରେ ଅତି ଜରୁରୀ ସାମଗ୍ରୀ ପହଞ୍ଚାଉଥିବାବେଳେ, ସଂଖ୍ୟାଲଘୁ ଅଣ ମୁସଲିମ ଲୋକମାନଙ୍କୁ ଏଥିରୁ ବାଦ୍‌ ଦିଆଯାଉଛି। ଏମିତିକି, ବନ୍ଦର ସହର କରାଚୀରେ ସାମଗ୍ରୀ ପାଇଁ ଶହଶହ ଲୋକମାନଙ୍କର ଭିଡ଼ ଜମୁଥିଲେ ମଧ୍ୟ, ସେମାନଙ୍କୁ ସ୍କ୍ରିନିଂ ମଧ୍ୟ କରାଯାଉନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.