କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯କୁ ବୃଦ୍ଧି, ବାହାରେ ଛେପ ପକାନ୍ତୁ ନାହିଁ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
5/04/2020 at 3:59 PM

ନୂଆଦିଲ୍ଲୀ୫/୪: ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯ରେ ପହଞ୍ଚିଛି। ସେହିପରି କରୋନା ଆକ୍ରାନ୍ତ ସଂଖ୍ୟା ୩୩୭୪ ବୃଦ୍ଧି। ଏବଂ ସେମାନଙ୍କ ମଧ୍ୟରୁ ୨୬୭ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରେସ୍ମିଟ କରି ସୂଚନା ଦେଇଛନ୍ତି। ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ସମୟରେ କରୋନା ଚିକିତ୍ସା ପାଇଁ କୌଣସି ବିକଳ୍ପ ବାହାରି ନାହିଁ। ତେଣୁ ଦେଶବାସୀ ସତର୍କ ରହିବା ନିହାତି ଆବଶ୍ୟକ। ଏହାସହ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ କରୋନା ଯୋଦ୍ଧାଙ୍କ ପାଇଁ ଦୀପ ଜାଳି ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ମଧ୍ୟ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଓଡ଼ିଶାରେ ସର୍ବାଧିକ ୧୬ ଜଣ କରୋନା ପଜିଟିଭ ଭୁବନେଶ୍ବରେ ଚିହ୍ନଟ ହୋଇଛନ୍ତି। ସେହିପରି କଟକରେ ୧, ଭଦ୍ରକରେ ୩, ଯାଜପୁରରେ ୧, ପୁରୀରେ ୧ ଏବଂ କଳାହାଣ୍ଡିରେ ୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।