ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୫୫କୁ ବୃଦ୍ଧି: ସଂପୃକ୍ତ ଯୁବକ ଅନ୍ୟ ୪ ଆକ୍ରାନ୍ତଙ୍କଠାରୁ ସଂକ୍ରମିତ ହୋଇଛନ୍ତି

Published By : Prameya-News7 Bureau | April 13, 2020 IST

ଭୁବନେଶ୍ବର୧୩/୪:ରାଜ୍ୟରେ କୋଭିଡ-୧୯ ପଜିଟିଭଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ସୋମବାର ଅପରାହ୍ନରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ,ଏହି ସୂଚନା ଦେଇଛନ୍ତି। ନୂତନ କୋଭିଡ-୧୯ ପଜିଟିଭ୍ ଜଣେ ୩୫ ବର୍ଷୀୟ ଯୁବକ। ତାଙ୍କ ଘର ବମିଖାଲ ଅଞ୍ଚଳରେ। ସେ ପୂର୍ବରୁ କରୋନା ୪ ଜଣ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ପୂର୍ବରୁ କୋଭିଡ-୧୯ ସଂକ୍ରମିତ ରାଜ୍ୟର ୭, ୮, ୨୨ ଏବଂ ୩୯ ତମ ବ୍ୟକ୍ତିମାନେ ସଂପୃକ୍ତ ଯୁବକଙ୍କ ପଡୋଶୀ ହୋଇଥିବା ଜଣାଯାଇଛି। ଯୁବକଙ୍କ ନମୁନା ପଜିଟିଭ ଆସିବା ପରେ ତାଙ୍କ ଟ୍ରାଭେଲ ହିଷ୍ଟ୍ରି ଟ୍ବଟ୍ କରିଛନ୍ତି ସୂଚନା ଓ ଲୋକ ସଂପର୍କ ବିଭାଗ।

ସଂପୃକ୍ତ ଯୁବକ ଜଣଙ୍କ ଲକଡାଉନ ସମୟରେ ବମିଖାଲର ଜୟଦୁର୍ଗା ଆପାଟମେଣ୍ଟରେ ରହୁଥିଲେ। ସେ ହୋମ ଆଇସୋଲେସନରେ ଥିଲେ। ଏବେ ତାଙ୍କ ନମୁନା ପଜିଟିଭ ଆସିବା ପରେ ତାଙ୍କୁ କିମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଗତକାଲି ମଧ୍ୟ ରାତ୍ରି ସୁଦ୍ଧା ରାଜ୍ୟରେ କୋଭିଡ-୧୯ ପଜିଟିଭଙ୍କ ସଂଖ୍ୟା ୫୪ ଥିବା ବେଳେ ତାହା ଏବେ ଆଉ ଗୋଟିଏ ବଢ଼ିଛି। ଶ୍ରୀ ବାଗଚୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା  ରାଜ୍ୟରେ ଚିହ୍ନଟ ମୋଟ ୫୫ ଜଣ କୋଭିଡ-୧୯ ପଜିଟିଭଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୪୧ ଜଣ ଚିକିତ୍ସାଧୀନ ଅଛନ୍ତି। ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଛି। ଗତକାଲି ରାତି ସୁଦ୍ଧା ମୋଟ୍ ୪୧୭୦ ଜଣଙ୍କର ନମୁନା ପରୀକ୍ଷଣ ରିପୋର୍ଟ ଆସିଥିବା ବେଳେ ସେଥିରୁ ୫୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବ ଶ୍ରୀ ବାଗଚୀ ସ୍ପଷ୍ଟ କରିଛନ୍ତି।

wp:core-embed/twitter {"url":"https://twitter.com/IPR_Odisha/status/1249662333758001153?s=20","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1249662333758001153?s=20
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.