୫୦ବର୍ଷ ପରେ … ଭାରତକୁ ଧମକାଇବାକୁ ୧୯୭୧ରେ ଆମେରିକା ପଠାଇଥିଲା ବୁଡାଜାହାଜ, ଏବେ ସାଥ୍‌ ଦେବା ପାଇଁ ପଠାଇଛି ‘ନିମିଜ୍’

Published By : Prameya-News7 Bureau | July 21, 2020 IST

ନୂଆଦିଲ୍ଲୀ ୨୧।୦୭: ସମୟ କିପରି ବଦଳୁଛି । ସମୟ ବଦଳିବା ସହିତ ମିତ୍ର ମଧ୍ୟ ବଦଳିଥାଏ । ଅତିକମ୍‌ରେ ୫୦ବର୍ଷ ତଳେ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକସନ ଭାରତକୁ ଧମକାଇବା ଦୃଷ୍ଟିରେ ରଖି ନିଜର ଏକ ଏୟାରକ୍ରାଫ୍ଟ କ୍ୟାରିୟର US Enterpriseକୁ ବଙ୍ଗୋପସାଗରକୁ ପଠାଇଥିଲା । କିନ୍ତୁ ଏବେ ସେହି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତକୁ ସମର୍ଥନ ଜଣାଇ ନିଜର ପରମାଣୁ କ୍ଷମତା ସମ୍ପନ୍ନ US Nimitzକୁ ସେହି ବଙ୍ଗୋପସାଗରକୁ ପଠାଇଛନ୍ତି । ଚୀନ୍‌କୁ ଚେତାଇବା ପାଇଁ ଆମେରିକା ଏପରି ପଦକ୍ଷେପ ନେଇଛନ୍ତି ।

{"id":303404,"width":583,"height":322,"sizeSlug":"large"}

୫୦ବର୍ଷ ପୂର୍ବ ମାନେ ୧୯୭୧ରେ ଭାରତ ଉତ୍ତର ପଶ୍ଚିମରେ ସ୍ଥିତ ପଡୋଶୀ ଦେଶ ପାକିସ୍ତାନ ସହିତ ଯୁଦ୍ଧ ଲଢୁଥିଲା । ସେତେବେଳେ ପାକିସ୍ତାନ ଉପରେ ଭାରତ ବିଜୟ ସୁନିଶ୍ଚିତ ଥିଲା । ପାକିସ୍ତାନ ହତାଶ ଦେଖି ଆମେରିକା ନିଜର ସୈନ୍ୟବାହିନୀରେ ବ୍ୟବହୃତ ସାମଗ୍ରୀ ମଧ୍ୟ ପଠାଇଥିଲା । କିନ୍ତୁ ୨୦୨୦କେ ଉତ୍ତର ପୂର୍ବ ସ୍ଥିତ ପଡୋଶୀ ଦେଶ ଚୀନ୍‌ ସହିତ ଯୁଦ୍ଧ ଭଳି ସ୍ଥିତି ଦେଖାଯାଉଛି । ଡିସେମ୍ବର ୧୯୭୧ରେ ଯେତେବେଳେ ଆମେରିକା ନିଜର ଯୁଦ୍ଧଜାହାଜ ବଙ୍ଗୋପସାଗରେ ପଠାଇଥିଲା । ସେତେବେଳେ ଏହାର ଜବାବ ଦେଇ ସୋଭିୟତ ୟୁନିୟନ (ରୁଷ) ଭାରତକୁ ସମର୍ଥନ ଜଣାଇ ନିଜର ପରମାଣୁ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜ ମୁତୟନ ରଖିଥିଲେ ।

{"id":303405,"width":578,"height":385,"sizeSlug":"large"}

ସର୍ବଦା ନିଜର ବିସ୍ତାରବାଦୀ ନୀତି ପାଇଁ ପଡୋଶୀ ଦେଶକୁ ହଇରାଣ କରୁଥିବା ଚୀନ୍‌କୁ  ଏବେ ସମୁଦ୍ରରେ ଘେରିବାକୁ ଭାରତ ବଡ ପ୍ଲାନ ପ୍ରସ୍ତୁତ କରିଛି । ଏଥିଲାଗି ଭାରତୀୟ ନୌସେନା ଜୋରଦାର ପ୍ରସ୍ତୁତି ଚଳାଇଛି। ଭାରତର ବଡ  ୱାର ଗେମରେ ସହାୟତା ପାଇଁ ଆଗେଇ ଆସିଛି ଆମେରିକା  । ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭାରତ-ଆମେରିକା ନୌସେନା କରିବେ ମିଳିତ ଯୁଦ୍ଧ ଅଭ୍ୟାସ । ଏଥିପାଇଁ ସୋମବାର ଦିନ ଆଣ୍ଡାମାନରେ ଆସି ପହଞ୍ଚିଛି  ଆମେରିକାର ସବୁଠୁ ବଡ ଯୁଦ୍ଧ ଜାହାଜ ‘ନିମିଜ୍’ । ଆଣବିକ ଶକ୍ତିରେ ପରିଚାଳିତ ଏହି ବିମାନବାହକ ଯୁଦ୍ଧ ଜାହାଜ ୯୦ଟି ଫାଇଟର ଜେଟ୍ ସହିତ ଆଣ୍ଡାମାନ ସାଗରରେ ପହଞ୍ଚିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧାଭ୍ୟାସର ନାମ PASSEX ରଖାଯାଇଛି ।  

{"id":303407,"width":569,"height":379,"sizeSlug":"large"}

‘ନିମିଜ୍’ ବର୍ତ୍ତମାନ ସମୟରେ ବିଶ୍ୱର ସବୁଠାରୁ ବଡ ବିମାନବାହକ ଜାହଜ । ‘ନିମିଜ୍’ର ଜାର ହୋଇଥିବା ଚିତ୍ର ଓ ଭିଡିଓ ଅନୁସାରେ ଏଥିରେ ୧ଲକ୍ଷ ଟନରୁ ଅଧିକ ଜିନିଷ, ୯୦ଟି ଫାଇଟର ଜାହାଜ ଯିବାଆସିବା କରିପାରିବ । ‘ନିମିଜ୍’ ୪୫,୪୦୦ଟନ ଓଜନ ଓ ୩୬ଟି ଯୁଦ୍ଧ ଜାହାଜର କ୍ଷମତା ରଖିଥିବା ଭାରତୀୟ ବିମାନବାହାକ ଜାହାକ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟର ସୂଚନାରେ ଆଗକୁ ବଢୁଛି ।  

{"id":303408,"sizeSlug":"large"}

ଏହାପୂର୍ବରୁ ଏପରି ଯୁଦ୍ଧାଭ୍ୟାସ ଆମେରିକା ଜାପାନା, ଫ୍ରାନ୍ସ ସହିତ କରିସାରିଛି । ଚାଇନା କୁ ଚେକ୍ ଦେବାକୁ ଗତ ମାସରେ ଭାରତ ଓ ଜାପାନ ମାଲକା ଷ୍ଟ୍ରେଟ୍ ରେ ଯୁଦ୍ଧାଭ୍ୟାସ କରିଥିଲେ । ପ୍ରତିବର୍ଷ ଜାପାନ, ଆମେରିକା ଓ ଭାରତର ନୌସେନା ମାଲାବାରରେ ଯୁଦ୍ଧାଭ୍ୟାସ କରିଥାନ୍ତି ।

{"id":303409,"sizeSlug":"large"}

ଆଗକୁ ଏଥିରେ ଅଷ୍ଟ୍ରେଲିଆ ମଧ୍ୟ ସାମିଲ ହେବ। ତେବେ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଉଭୟ ଆମେରିକା ଓ ଭାରତ ଏକାଠି ହୋଇ ଚୀନ୍‌ର ମୁକାବିଲା କରିବା ପାଇଁ ପ୍ରସ୍ତୁତି ହେଉଛନ୍ତି । ପୂର୍ବ ଲଦାଖ ଓ ଚୀନ ସାଗରରେ ଚୀନ୍‌ର ଆକ୍ରାମନ୍ତ୍ରକ ଅନ୍ଦାଜକୁ ନଜର ରଖି ଦୁଇ ଦେଶର ଏହି ଯୁଦ୍ଧ୍ୟଭ୍ୟାସ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.