Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଦୁର୍ନୀତିର ଚରମ ସୀମାରେ ନୀଳଗିରି ବ୍ଲକ, ବିଡିଓଙ୍କ ବିରୁଦ୍ଧରେ ବିଷ ଓଗାଳିଲେ ପୂର୍ବତନ ବିଧାୟକ, ୩ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦେବେ ଧାରଣା

29/10/2021 at 6:38 PM

ନୀଳଗିରି,୨୯/୧୦: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଦୁର୍ନୀତିର ଚରମ ସୀମାରେ ପହଞ୍ଚିଛି। ଆଉ କିଛି ନିର୍ଦ୍ଦିଷ୍ଟ ଦଳର ନେତାଙ୍କର ହାତ ଥିବା ବେଳେ ବିଡିଓ ସବୁ ଜାଣି ସୁଦ୍ଧା ଚୁପ ହୋଇ ବସୁଛନ୍ତି। ଏହି ଅନିୟମିତତାରେ ବିଡିଓ ସାମିଲ ଥିବା ଅଭିଯୋଗ ଆଣିଛନ୍ତି ନୀଳଗିରିର ପୁର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ଏଥିସହ ବିଡିଓଙ୍କ ବିରୋଧରେ ବର୍ଷିଛନ୍ତି। ଯଦି ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆନଯାଏ ତେବେ ଆସନ୍ତା ୩ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ପୂର୍ବତନ ବିଧାୟକ ଚେତାବନୀ ଦେଇଛନ୍ତି।

ନୀଳଗିରି ବ୍ଲକ ୨୫ଟି ପଞ୍ଚାୟତକୁ ନେଇ ଗଠିତ। ପଞ୍ଚାୟତ ରେ ରାସ୍ତା,ଗୁହାଳଘର,ମୋବଗିଚା ଯୋଜନା,ପୋଖରୀ ଖୋଳା, ପାନୀୟ ଜଳ ଯୋଗାଣର ମରାମତି,ପ୍ରଧାନମନ୍ତ୍ରୀ ଆବାସ ଗୃହ,କୋଭିଡ ସମୟରେ ଅସହାୟଙ୍କୁ ଖାଦ୍ୟ ଯୋଗାଣ, ଟିଏମସି ସେଣ୍ଟରରେ ଅତ୍ୟାବଶ୍ୟକ ସାମଗ୍ରୀରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଉଠାଇଛନ୍ତି ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଖାଲି ସେତିକି ନୁହେଁ ପିସି ନେବାରେ ନୀଳଗିରି ବ୍ଲକ ୧ ନମ୍ବର ସ୍ଥାନ ଅଧିକାର କରିଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର ପିସି କଲେକ୍ସନର ଏଜେଣ୍ଟ ସାଜିଛନ୍ତି। ସହକାରୀ ନିର୍ବାହୀଯନ୍ତ୍ରୀ ଅବସର ନେଇଥିବା ବେଳେ ଦେଢ଼ କୋଟିଟଙ୍କାରୁ ଉର୍ଦ୍ଧ୍ବ  ବିଲ କରି ପିସି ଆଦାୟ କରିଛନ୍ତି ବିଡିଓ।

କୌଣସି କାମରେ ଗ୍ରାମ କମିଟି ଜରିଆରେ ନିଷ୍ପତ୍ତି ନିଆନଯାଇ ଡିପାର୍ଟମେଣ୍ଟାଲ କରାଯାଇ ଅର୍ଥ ଆତ୍ମସାତ ହେଉଛି। ଏଭଳି ସବୁ ଅଭିଯୋଗ ଆଣିବା ସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପୂର୍ବତନ ବିଧାୟକ ଶ୍ରୀ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏପରିକି ପଞ୍ଚାୟତରାଜ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ଭିଜିଲାନ୍ସ ବିଭାଗ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଚିଠି ଲେଖି ଅବଗତ କରାଇଥିଲେ।

ହେଲେ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଅଞ୍ଚଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେ ନଭେମ୍ବର ମାସ ୩ ତାରିଖରେ ବ୍ଲକ ଆଗରେ ଅନିର୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି। ଆଜି ନୀଳଗିରି ଡାକବଙ୍ଗଳା ପରିସରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମସ୍ତ ଘଟଣା ଦୃଷ୍ଟି ଆକର୍ଷଣ କରି ସୂଚନା ଦେଇଛନ୍ତି।

   Related Posts