Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଆଗାମୀ ୮-୧୦ ଦିନ ଗୁରୁତ୍ବପୂର୍ଣ୍ଣ : ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ, ଅଧିକ ପରୀକ୍ଷଣ ଏବଂ ରାଣ୍ଡମ ଟେଷ୍ଟ

16/04/2020 at 10:27 PM

ଭୁବନେଶ୍ବର ୧୬.୦୪-  ଭୟାବହ କୋଭିଡ୍ ୧୯ ଭାଇରସର ମୁକାବିଲା ଏବଂ ନିୟନ୍ତ୍ରଣ ଲାଗି  ଆରମ୍ଭରୁ ବେସ୍‌ ସତର୍କ ଏବଂ ସାବଧାନ ଓଡ଼ିଶା । ଲକ୍‌ଡାଉନ ନିୟମ ପାଳନରେ ରାଜ୍ୟବାସୀଙ୍କ ସହଯୋଗ ପାଇଁ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା  ୬୦ ରେ ରହିଛି । ତଥାପି ଆମକୁ  ଆହୁରି ସାବଧାନ ହେବାକୁ ପଡିବ । କାରଣ ଆଗାମି ୮ ରୁ ୧୦ ଦିନ ଅଧିକ ଗୁରୁତ୍ବପୂର୍ଣ୍ଣ ।ଏହା କହିଛନ୍ତି ରାଜ୍ୟ ଉନ୍ନୟନ କମିଶନର ତତା ଅତିରକ୍ତ ଶାସନ ସଚିବ ସୁରେଶ ମହାପାତ୍ର । ଆଜି ସାମ୍ବାଦିକ ସମ୍ମିଳନୀରେ ଏପରି ସତର୍କ କରିବା ଆବସରରେ କିନ୍ତୁ ସେ ଲକ୍‌ଡାଉନ ନିୟମ ପାଳନରେ ସହଯୋଗ ଲାଗି ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ  ଆହ୍ବାନଓ ନିବେଦନୁ ମାନିବା ସବ ଲକଡାଉନର ନିୟମକୁ ଓଡ଼ିଶା ବାସୀ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ।ଏହା କରୋନା ସଂକ୍ରମିତହ୍କ ସଂକ୍ୟାକୁ ୬୦ ରେ ରଖିପାରିଛି । ମେ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟବାସୀ ଏହି ଧାରା ଜାରି ରଖିବେ ଏବଂ ଲକଡାଉନ ନିୟମ ପାଳନ କରିବେ ବୋଲି ଆଶା କରିଛନ୍ତି ଶ୍ରୀ ମହାପାତ୍ର ।

ଏହି ଅବସରରେ ସେ କହିଛନ୍ତି. ରାଜ୍ୟ ସରକାର  କୋଭିଡ୍ ୧୯ ନିୟନ୍ତ୍ରଣ ଲାଗି ସ୍ବାସ୍ଥ୍ୟ ସେବାକୁ ଅଧିକ ବ୍ୟାପକ କରିଛନ୍ତି ।ସ୍ବତନ୍ତ୍ର କୋଭିଡ ହସପିଟାଲ ସହ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ତାଲିମ ଏବଂ ଟେଷ୍ଟ ପରିମାଣ ବୃଦ୍ଧି କରାଯାଇଛି । ତେବେ ଦୈନିକ ୧୨୦୦ ରୁ ୧୩୦୦ ନମୁନା ପରୀକ୍ଷଣ କରାଯାଇପାରୁଛି । ଖୁବଶିଘ୍ର ଜିଲ୍ଲା ସ୍ତରକୁଏହି ପରୀକ୍ଷଣ ବ୍ୟବସ୍ଥା ବା ସୁବିଧା ସଂପ୍ରସାରିତ ହେବ ।  

   Related Posts