Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଅସୀମା ପଣ୍ଡାଙ୍କର ଦୁର୍ଘଟଣା ଖବର ମିଛ, କାହିଁକି ହଇରାଣ କରୁଛ ଭିଡିଓ ମାଧ୍ୟମରେ କହିଲେ ସିଙ୍ଗର

10/07/2021 at 6:18 PM

ଭୁବନେଶ୍ଵର ୧୦।୦୭: ଗତକାଲି ବିଳମ୍ଵିତ ରାତ୍ରିରେ ରାଜ୍ୟର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡାଙ୍କ ଦୁର୍ଘଟଣା ଖବର ଆସିଥିଲା। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହି ଖବର ଶୁଣି ତାଙ୍କ ପ୍ରଶଂସକ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଦୁର୍ଘଟଣା ସମୟରେ କାରରେ ସେ ଏବଂ ତାଙ୍କ ଭାଇ ଥିଲେ ବୋଲି କୁହାଯାଇଥିଲା। ବିଳମ୍ବିତ ରାତିରେ କଟକ ନେତାଜୀ ସେତୁ ଉପରେ କାର୍ ଦୁର୍ଘଟଣା ଘଟିଥିଲା । ଏହି ଘଟଣାକୁ ନେଇ ଖୋଦ୍ ସାମ୍ନାକୁ ଆସିଛନ୍ତି ଅସୀମା ପଣ୍ଡା। ଏକ ଭିଡିଓ ପ୍ରସ୍ତୁତ କରି ସେ ତାଙ୍କର ଦୁର୍ଘଟଣା ଖବରକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି ଯେ, ମୋର ଦୁର୍ଘଟଣା ଘଟିନାହିଁ। ମୁଁ ସଂପୂର୍ଣ୍ଣ ସୁସ୍ଥ ଏବଂ ଘରେ  ରହିଛି। ହେଲେ ସାମାଜିକ ଗଣମାଧ୍ୟମ ଏବଂ ତଥାକଥିତ ନକଲି ଓ୍ଵେବସାଇଟ୍‌ରେ ମୋର ଦୁର୍ଘଟଣା ଘଟିଛି ଏବଂ ମୁଁ ଗୁରୁତର ଆହତ  ହୋଇଥିବା ଖବର ପ୍ରସାରଣ କରାଯାଇଛି। ଏମିତି ଖବର ସଂପୂର୍ଣ୍ଣ ଦୁର୍ଭାଗ୍ୟଜନକ। ଦୁର୍ଘଟଣା ମୋ ଭାଇଙ୍କ ସହ ଘଟିଛି। ସେ କାରରେ ଯାଉଥିବା ବେଳେ ଏକ ଟ୍ରକ ଧକ୍କା ଦେବାରୁ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଭାଇର ହାତରେ କେବଳ ଛୋଟ ଆଘାତ ଲାଗିଛି। ଏମିତି ମିଥ୍ୟା ଖବର ପ୍ରଚାର କରି କାହିଁକି ମୋତେ ଏବଂ ମୋ ପରିବାରକୁ ହଇରାଣ କରୁଛନ୍ତି ବୋଲି ଗାୟିକ କହିଛନ୍ତି। ତେବେ ଦେଖନ୍ତୁ ଭିଡିଓରେ ଅସୀମା ପଣ୍ଡା ଦୁର୍ଘଟଣାକୁ ନେଇ କଣ କହିଛନ୍ତି…

ତେବେ ଶୁକ୍ରବାର ରାତି ୧ଟା ୨୦ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଅସୀମାଙ୍କ କିଛି କ୍ଷତି ହୋଇନି ବରଂ ତାଙ୍କ ଭାଇ ଆକାଶଙ୍କ ହାତରେ ଗୁରୁତର ଆଘାତ ଲାଗିଛି । କଟକ ବଡ଼ ମେଡିକାଲରୁ ସେମାନେ ଏକ ଘରୋଇ ଡାକ୍ତରଖାନା ଯାଇଥିବା ସ୍ପଷ୍ଟ ହୋଇଛି । ଆକାଶ ହିଁ କାର୍ ଚଳାଉଥିଲେ। ଅନ୍ୟପକ୍ଷରେ ଅସୀମାଙ୍କ ମ୍ୟାନେଜର୍ ଶନିବାର ଦେଇଥିବା ସୂଚନା ଅନୁସାରେ ଦୁର୍ଘଟଣାବେଳେ କାରରେ ଅସୀମା ନଥିଲେ। ଅସୀମା ଷ୍ଟୁଡିଓରେ ଥିଲେ ଓ ତାଙ୍କ ପାଖରେ ସେ ଥିଲେ ବୋଲି ମ୍ୟାନେଜର୍ କହିଛନ୍ତି ।

   Related Posts