Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ହାତ କେମିତି ଗଲା ? ସାତ ଜନ୍ମର ସଂପର୍କକୁ ଛାର୍‌ଖାର କରି ଦେଲା ୫୦ ହଜାର ଟଙ୍କା!

21/05/2020 at 3:13 PM

ବାଙ୍କୀ୨୧/୫: ଯୌତୁକ ନିଆଁରେ ଜଳିଗଲେ ନବ ବିବାହିତା। ବିବାହର କିଛି ବର୍ଷ ପରେ ନବ ବିବାହିତଙ୍କ ଉପରେ  ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯାତନା। ଶେଷରେ ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ସହି ପାରି ଆଖି ବୁଜି ଦେଲେ ଘରର ଲକ୍ଷ୍ମୀ। ଝିଅର ବାପଘର ଲୋକଙ୍କ ଅଭିଯୋଗ ଯେ, ଯୌତୁକ ବାବଦକୁ ୫୦ ହଜାର ଟଙ୍କା ଏବଂ ଗାଡି ନ ଦେବାରୁ ତାଙ୍କ ଝିଅକୁ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଉଥିଲା। ଶେଷରେ ଶାଶୁଘର ଲୋକେ ମିଶି ଝିଅକୁ ହତ୍ୟା କରିଥିବା ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ବାଙ୍କୀ ଥାନା ଓସ୍ତିଆ ପଞ୍ଚାୟତର ବିସ୍ନପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ମିଳିଥିବା ସୂଚନା ମୁତାବକ, ମୃତା ବୋହୂ ଏବଂ ତାଙ୍କ ସ୍ବାମୀ ଗୋଟିଏ ଗାଁର ବାସିନ୍ଦା। ସାମାଜିକ ରୀତି-ରିବାଜରେ ଉଭୟଙ୍କ ବାହାଘର ହୋଇଥିଲା। ଝିଅର ବାପଘର ଲୋକଙ୍କ କହିବା ଅନୁସାରେ ବାହାଘର ଲାଗି ସେମାନେ ପ୍ରଥମେ ରାଜି ହୋଇ ନଥିଲେ। କାହିଁକି ନା ସେମାନଙ୍କର ଆର୍ଥିକ ଅବସ୍ଥା ଏତେ ସ୍ବଚ୍ଛଳ ନଥିଲା। ବଡଘରେ ବନ୍ଧୁ ବାନ୍ଧିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ଭାବି ବାହାଘର ଲାଗି ମନା କରିଥିଲେ। କିନ୍ତୁ ଅନ୍ୟପଟେ ପୁଅଘର ଲୋକ କହିଥିଲେ ଯେ, ତାଙ୍କର ଝିଅ ଦରକାର। ଯାନି- ଯୌତୁକର ଦରକାର ନାହିଁ ବୋଲି ସେମାନେ ରୋକଠୋକ ମନା କରି ଦେଇଥିଲେ। ଶେଷରେ ଝିଅ ଏବଂ ପୁଅ ଘର ଲୋକଙ୍କ ମଧ୍ୟରେ ଆପୋଷ ବୁଝାମଣାରେ ଗାଁରେ ଥିବା ଶିବମନ୍ଦିରରେ ଉଭୟଙ୍କ ବାହାଘର ହୋଇଥିଲା।

ମୃତା ମହିଳାଙ୍କ ନାଁ ସବିତା ଚୌଧୁରୀ ତାଙ୍କ ସ୍ବାମୀଙ୍କ ନାଁ ଗନ୍ଧର୍ବ ରାଉତ। ବିବାହ ପରେ ସେମାନଙ୍କ କୋଳକୁ ଗୋଟିଏ କନ୍ୟା ସନ୍ତାନ ଆସିଲା। ବାହାଘର କିଛି ବର୍ଷ ହସ-ଖୁସିରେ କଟିଗଲା। ତା ପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯାତନା।  ଏମିତି କି ନବ ବିବାହିତ ବୋହୂ ଶ୍ବଶୁରଘର ଲୋକଙ୍କ ନିର୍ଯାତନା ସହି  ନ ପାରି ବାପଘରେ ଆସି ୫୦ ହଜାର ଟଙ୍କା ଏବଂ ନୂଆ ଗାଡି ପାଇଁ ଜିଦ୍ କରିଥିଲେ। ବାପଘର ଲୋକଙ୍କ ଆର୍ଥିକ ଅବସ୍ଥା ଏତେ ଭଲ ନୁହେଁ। ଖଟିଲେ ସେମାନଙ୍କ ଝୁଲିକୁ ହାଣ୍ଡିକୁ ଯାଏଁ। ଏତେ ଟଙ୍କା ଆଣିବେ କେଉଁଠୁ। ୫୦ ହଜାର ଟଙ୍କା ଏବଂ ନୂଆ ଗାଡି ନ ନେବାରୁ ତାଙ୍କ ଝିଅକୁ ମାରି ଦେଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ବାଙ୍କୀ ଥାନାରେ ବାପଘର ଲୋକେ ଏତଲା ମଧ୍ୟ ଦେଇଛନ୍ତି। ଏତଲାରେ ଉଲ୍ଳେଖ ରହିଛି ଯେ, ଯୌତୁକ ପାଇଁ ସ୍ବାମୀ, ଶ୍ବଶୁର ଏବଂ ତାଙ୍କର ଘର ଲୋକେ ମିଶି ଝିଅକୁ ହତ୍ୟା କରିଛନ୍ତି।

ଥାନାରେ ଏତଲା ଦେବାର ସାତ ବିତିଗଲାଣି କିନ୍ତୁ ଏପର୍ଯ୍ୟନ୍ତ ପୋଲିସ୍ ହାତ ଉପରେ ହାତ ଥୋଇ ବସିଥିବା ମୃତା ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଘଟଣାର ତଦନ୍ତ କରି ପ୍ରକୃତ ଦୋଷୀକୁ ଗରଫ ନ କଲେ ଥାନା ସମ୍ମୁଖରେ ଧାରଣରେ ବସିବେ ବୋଲି ଝିଅର ବାପଘର ଲୋକେ ଚେତାବନୀ ଦେଇଛନ୍ତି। ତେବେ ଏ ନେଇ ବାଙ୍କୀ ଏସଡିପିଓଙ୍କୁ ପଚାରିବାରୁ ସେ କହିଛନ୍ତି,  ମୃତକଙ୍କ ପରିବାର ପକ୍ଷରୁ ଏକ ମାମଲା ହୋଇଛି । ସେଥିରେ ତାର ସ୍ବାମୀ ଓ ତାର ଶାଶୁ ମିଶି ଝିଅକୁ ଯୌତୁକ ଦାବି କରି ମାରି ଦେଇଥିବା ଅଭିଯୋଗ ହୋଇଛି।ଏବେ ଘଟଣାର ତଦନ୍ତ ଚାଲିଛି ଏବଂ ଆମେ ଏତଲା ମୁତାବକ ତାଙ୍କ ଘରକୁ ଯାଇଥିଲୁ ହେଲେ ଏବେ ସେମାନେ ଫେରାର ଅଛନ୍ତି।ତଥାପି ଆମେ ଖୋଜାଖୋଜି ଚଳାଇଛୁ ।ଯଥାଶୀଘ୍ର ତାଙ୍କୁ ଗିରଫ କରି ମୃତକଙ୍କ ପରିବାର ନ୍ୟାୟ ପାଇବେ ବୋଲି ଏସ୍‌ଡିପିଓ ପ୍ରତିଶ୍ରୁତି ଦେଇଛନ୍ତି।

   Related Posts