ମାଲେସିଆ ବିମାନ ବନ୍ଦର ଫସି ରହିଛନ୍ତି ନବରଙ୍ଗପୁରର ନବଦମ୍ପତି: ଭିଡିଓ ମାଧ୍ୟମରେ ସରକାରଙ୍କୁ ମାଗିଲେ ସାହାଯ୍ୟ

Published By : Prameya-News7 Bureau | March 19, 2020 IST

ନବରଙ୍ଗପୁର୧୯/୩: ମାଲେସିଆ କୁଆଲାଲମପୁର ବିମାନ ବନ୍ଦର ଫସିରହିଛନ୍ତି ନବରଙ୍ଗପୁରର ନବଦମ୍ପତି । ଘରକୁ ଫେରିବା ପାଇଁ ସାହାଯ୍ୟ କରିବାକୁ whatsaapରେ ଭିଡିଓ ପଠାଇ ସରକାରଙ୍କୁ ନିବେଦନ କରିଛନ୍ତିl  ନବରଙ୍ଗପୁର ଇଛାବତୀଗୁଡାର ଗୁପ୍ତେଶ୍ୱର ମିଶ୍ରଙ୍କ ଝିଅ ପଲ୍ଲବୀ  ଫେବୃଆରୀ ୨୬ରେ ସେହି ସାହିର ପରିମଳ ହାଲଦାର ର ପୁଅ ଶଙ୍କର ହାଲଦାର ଙ୍କୁ ବିବାହ କରିଥିଲେ ।

wp:html /wp:html

ଉଭୟ ଗତ ୧୨ ରେ ହନିମୁନ ଟ୍ରିପରେ ମାଲେସିଆ ଯାଇଥିଲେ l ସେମାନଙ୍କ ଫେରିବା ଟିକଟ ୧୭ରେ ହେଇଥିଲା। କିନ୍ତୁ କରୋନା ଯୋଗୁଁ ସେଠିକାର ସମସ୍ତ ଫ୍ଲାଇଟ ରଦ୍ଧ କରାଯାଇ ଥିବାରୁ ସେମନାନେ ଫେରି ପାରୁନାହାନ୍ତି। ପରବରର୍ତ୍ତୀ ସମୟରେ କ୍ୟୁଲାଲମପୁର ରୁ ସିଙ୍ଗାପୁର ଓ ସିଙ୍ଗାପୁର ରୁ ବିଶାଖାପାଟଣା ଫ୍ଲାଇଟ ଯିବ ବୋଲି ଜଣାପଡିଥିଲା । ତେବେ ପରେ ତାହାରଦ୍ଧ ହୋଇଯାଇଥିଲା l 

wp:html /wp:html

ପୁଣିଥରେ କୁଆଲାଲାମପୁରରୁ ସିଙ୍ଗାପୁର ଓ ସିଙ୍ଗାପୁର ରୁ ଅମୃତସରକୁ  ଫ୍ଲାଇଟ ଯିବ ବୋଲି କହିବାରୁ ସେମାନେ ପୁଣି  ଫ୍ଲାଇଟ ଟିକଟ କରିଥିଲେ l  କିନ୍ତୁ ଏବେ ସେହି ଫ୍ଲାଇଟ କୁ ରଦ୍ଧ କରିଦିଆ ଯାଇଥିବାରୁ ସେମାନେ ହଇରାଣ ହେଉଛନ୍ତି l  ଯାହାକୁ ନେଇ ପଲ୍ଲବୀ ଓ  ଶଙ୍କର ଏକ ଭିଡିଓ କରି ଓଡିଶା ସରକାର ଓ  ଭାରତ ସରକାର କୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି l  ୩ଥର ଫ୍ଲାଇଟ ଟିକଟ କରି ଟଙ୍କା ସରିଯାଇଥିବାରୁ ସେମାନେ ଚିନ୍ତିତ। ଏପଟେ ପାଖରେ ପଇସା ମଧ୍ୟ ସରି ଯାଇଥିବାରୁ ଭୋକ ଉପାସରେ  ବହୁ ଅସୁବିଧା ରେ ଅଛନ୍ତି ଏହି ନବ ଦମ୍ପତି  କହିଛନ୍ତି । ଏହି ନବ ଦମ୍ପତିଙ୍କ ସହ ବିମାନ ବନ୍ଦରରେ ୨୦୦ ରୁ ଅଧିକ ଭାରତୀୟ ଯାତ୍ରୀ ବି ଫସି ରହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.