Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ନୂଆ ଆଇଟି ମନ୍ତ୍ରୀ ‘କୁ’ରେ କଲେ ପ୍ରଥମ ପୋଷ୍ଟ, କହିଲେ- ନୂତନ ନିୟମ ସୋସିଆଲ ମିଡିଆ ୟୁଜର୍ସଙ୍କୁ ରଖିବ ସୁରକ୍ଷିତ

11/07/2021 at 4:14 PM

ନୂଆଦିଲ୍ଲୀ ୧୧।୦୭: କେନ୍ଦ୍ର କ୍ୟାବିନେଟ୍ ସଂପ୍ରସାରଣରେ ସବୁଠୁ ଅଧିକ ଚର୍ଚ୍ଚା ରେଳ ଓ ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ନେଇ। ତାଙ୍କର ଶିକ୍ଷାଗତ ଯୋଗ୍ୟତା, ଅନୁଭବ ଏବଂ ବ୍ୟକ୍ତିତ୍ଵକୁ ଲୋକେ ବେଶ ପ୍ରଶଂସା କରୁଛନ୍ତି। କାର୍ଯ୍ୟଭାର ସମ୍ଭାଳିବା ପରେ ଆକ୍ସନରେ ମୋଡରେ ଅଛନ୍ତି ଅଶ୍ଵିନୀ ବୈଷ୍ଣବ। ଏହା ମଧ୍ୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ରବିବାର ସ୍ଵଦେଶୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘କୁ’ରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ନିଜର ପ୍ରଥମ ପୋଷ୍ଟ ନୂତନ ଆଇଟି ନିୟମକୁ ନେଇ କରିଛନ୍ତି। ଏଥିରେ ସେ ନୂତନ ନିୟମ ସଶକ୍ତ ଏବଂ ୟୁଜର୍ସଙ୍କ ଗୋପନୀୟତାର ସୁରକ୍ଷା କରିବ ବୋଲି କହିଛନ୍ତି।

Ashwini Vaishnaw@ashwinivaishnaw
Reviewed the implementation and compliance of Information Technology Rules, 2021 along with my colleague Shri Rajeev Chandrasekhar Ji. These guidelines are empowering and protecting users and will ensure a safer and responsible social media ecosystem in India.

ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କୁରେ କରିଥିବା ପ୍ରଥମ ପୋଷ୍ଟରେ ଲେଖିଛନ୍ତି, ସେ ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସହ ସୂଚନା ଓ ପ୍ରଯୁକ୍ତିବିଦ୍ୟା  ନିୟମ ୨୦୨୧ର କାର୍ଯ୍ୟନ୍ଵୟନ ଓ ଅନୁପାଳନର ସମୀକ୍ଷା କରିଛନ୍ତି। ନୂତନ ନିୟମ  ୟୁଜର୍ସଙ୍କୁ ସଶକ୍ତ ଏବଂ ସଂରକ୍ଷିତ କରିବ। ଏଥିସହ ଭାରତରେ ଏକ ସୁରକ୍ଷିତ ଓ ଦାୟିତ୍ଵବାନ ସାମାଜିକ ଗଣମାଧ୍ୟମ ମାହୋଲକୁ ସୁରକ୍ଷିତ ରଖିବ।

ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କୁରେ ଏହି ପୋଷ୍ଟ ଠିକ୍ ସେହି ସମୟରେ କରିଛନ୍ତି, ଯେତେବେଳେ ରବିବାର ଭାରତ ସରକାରଙ୍କ ସହ ଦୀର୍ଘ ସମୟ ବିବାଦ ପରେ ଟ୍ଵିଟର ଇଣ୍ଡିଆ ନୂତନ ଆଇଟି ନିୟମ ପାଳନ କରି  ଭାରତରେ ବିନୟ ପ୍ରକାଶଙ୍କୁ ଅଭିଯୋଗ ନିବାରଣ ଅଧିକାରୀ ଭାବେ ନିଯୁକ୍ତ କରିଛି।

   Related Posts