ନୂଆ ରୂପ ପାଉଛି ସରକାରୀ ହାଇସ୍କୁଲ, ଯାଜପୁରରେ ୬୫ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

Published By : Prameya-News7 Bureau | November 13, 2021 IST

ଯାଜପୁର ୧୩।୧୧ : ନୂଆ ରୂପ ପାଉଛି ସରକାରୀ ହାଇସ୍କୁଲ। 5-T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ହାଇସ୍କୁଲର ହେଉଛି ନବକଳେବର। ଚକାଚକ୍ ସ୍ମାର୍ଟ କ୍ଲାସ୍‌ରୁମ୍‌ ସାଙ୍ଗକୁ ଇ-ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗାର, କମ୍ପ୍ୟୁଟର ଲ୍ୟାବ୍‌, ସ୍ୱଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ଓ ଖେଳପଡ଼ିଆ। ତା ସହିତ ସରସ ସୁନ୍ଦର ସ୍କୁଲ ପରିସର।  ଏସବୁ ରାଜ୍ୟ ସରକାରଙ୍କ 5-T ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ସମ୍ଭବ ହୋଇଛି। ଯାଜପୁର ଜିଲ୍ଲାର ମୋଟ ୨୬୦ ଟି ସରକାରୀ ହାଇସ୍କୁଲ ଏଥିରେ ସାମିଲ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୬୫ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ସ୍କୁଲର ନୂଆ ପରିବେଶ ପିଲାଙ୍କ ଭିତରେ ଉତ୍ସାହ ସୃଷ୍ଟି କରିଥିବା ବେଳେ ଅବିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଖୁସି ଅଛନ୍ତି।

{"id":543387,"sizeSlug":"full","linkDestination":"none"}

ଦିନେ ଯେଉଁ ଶ୍ରେଣୀଗୃହରେ ପୁରୁଣା ବେଞ୍ଚ ଡେସ୍କ ପଡ଼ିଥିଲା, ମଳିଛିଆ କଳାପଟାରେ ଚକ୍‌ଖଡ଼ି ବ୍ୟବହାର କରି ସାର୍ ପାଠ ପଢ଼ାଉଥିଲେ, ସେହି ସ୍ଥାନ ଆଜି ସୁନ୍ଦର ଓ ଆକର୍ଷଣୀୟ ହୋଇଯାଇଛି। ଏବେ ଶିକ୍ଷକମାନେ କଳାପଟା ନୁହେଁ ବରଂ ସ୍ମାର୍ଟ ବୋର୍ଡରେ ପାଠ ପଢ଼ାଇବାକୁ ପ୍ରସ୍ତୁତ ହେଉଛନ୍ତି। ପୂର୍ବରୁ ଯେଉଁ ଶ୍ରେଣୀ ଗୃହର କାନ୍ଥ ଗୁଡ଼ିକରୁ ରଙ୍ଗ ଛାଡ଼ି ଅପରିଷ୍କାର ଦେଖାଯାଉଥିଲା, ଏବେ ତାହା ସୁନ୍ଦର ଦେଖାଯାଉଛି। ତାସହ ଇ-ଲାଇବ୍ରେରୀ ସାଙ୍ଗକୁ ଅତ୍ୟାଧୁନିକ ବିଜ୍ଞାନାଗାର, କମ୍ପ୍ୟୁଟର ଲ୍ୟାବ୍‌, ସ୍ୱଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ଓ ଖେଳପଡ଼ିଆ ନିର୍ମାଣ କରାଯାଉଛି। ଏସବୁ ରାଜ୍ୟ ସରକାରଙ୍କ 5-T ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ସମ୍ଭବ ହୋଇଛି। ପୂର୍ବରୁ ବିଦ୍ୟାଳୟର ଚିତ୍ର ଓ ଏବେକାର ଚିତ୍ର ଦେଖିଲେ ଆକାଶ ପାତାଳ ଫରକ ଜଣାପଡୁଛି। କଳାପଟାରେ ପାଠପଢ଼ା ପିଲାଙ୍କ ପାଇଁ ଟିକେ ବୋରିଂ ଥିଲା। ହେଲେ ଏବେ ସ୍ମାର୍ଟ ବୋର୍ଡ ଜରିଆରେ ପିପିଟି, ଫଟୋ ଏବଂ ଭିଡିଓ ବ୍ୟବହାର କରି ପିଲାଙ୍କୁ ପାଠ ପଢାଇବେ ଶିକ୍ଷକ ଶିକ୍ଷୟିତ୍ରୀ। ଫଳରେ ଛାତ୍ରଛାତ୍ରୀଙ୍କ ଭିତରେ ପଢ଼ିବାକୁ ପୂର୍ବ ଅପେକ୍ଷା ଅଧିକ ଆଗ୍ରହ ସୃଷ୍ଟି ହେବ।

{"id":543388,"sizeSlug":"full","linkDestination":"none"}

ଅଧୀନରେ ଯାଜପୁର ଜିଲ୍ଲାର ସମସ୍ତ ୧୦ଟି ବ୍ଲକରେ ମୋଟ ୨୬୦ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ ଲାଗି ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି । ପ୍ରଥମ ପର୍ଯ୍ୟାୟରେ ୬୫ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଥିବା ବେଳେ ଏବେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାହାକୁ ଆସନ୍ତା ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଅନ୍ୟ ୧୯୫ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ମଧ୍ୟ ଖୁବ୍ କମ୍ ଦିନ ମଧ୍ୟରେ ସମ୍ପୁର୍ଣ୍ଣ କରାଯାଇ କାର୍ଯ୍ୟକ୍ଷମ କରାଯିବ। ତେବେ ସ୍କୁଲ ରୂପାନ୍ତରଣ ଅଭିଯାନ ଅଧୀନରେ ସରକାରୀ ସ୍କୁଲଗୁଡ଼ିକୁ ସମ୍ପୂର୍ଣ୍ଣ ନୂଆ ରୂପ ଦିଆଯାଉଛି। ସ୍ମାର୍ଟ କ୍ଲାସ୍‌ରୁମ୍‌, ଇ-ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗାର, କମ୍ପ୍ୟୁଟର ଲ୍ୟାବ୍‌, ସ୍ୱଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ଖେଳପଡ଼ିଆ ସହ କ୍ରୀଡ଼ା ଉପକରଣ ଯୋଗାଇ ଦିଆଯାଉଛି। କେବଳ ଭିତ୍ତିଭୂମି ନୁହେଁ, ସ୍କୁଲର ସାମଗ୍ରିକ ପରିବେଶ ଓ ପାଠ ପଢ଼ାଇବାର ଧାରାରେ ଉନ୍ନତି ସହ ପିଲାଙ୍କ ଭିତରେ ସ୍ୱପ୍ନ ଦେଖିବା ଏବଂ ସେ ସ୍ୱପ୍ନକୁ ସାକାର କରିବା ପାଇଁ ଇଚ୍ଛାଶକ୍ତି ସୃଷ୍ଟି କରିବା ଏହି ରୂପାନ୍ତରଣର ଲକ୍ଷ୍ୟ ବୋଲି କୁହାଯାଉଛି। ଏହା ଏକ ପ୍ରଗତିମୂଳକ ପଦକ୍ଷେପ ବୋଲି ଶିକ୍ଷାବିତ ମାନେ କହିଛନ୍ତି।

{"id":543389,"sizeSlug":"full","linkDestination":"none"}

ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାଳୟ ପରିବେଶରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିପାରିଛି। ଏହାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ଶାରୀରିକ, ମାନସିକ ଓ ସୃଜନାତ୍ମକ ବିକାଶ ସମ୍ଭବ ହୋଇପାରିବ। ସ୍କୁଲର ଭିତ୍ତିଭୂମି ଏବଂ ଶିକ୍ଷାଦାନ ଧାରାକୁ ଦେଖିଲେ ଏବେ ସେମାନେ ଆଧୁନିକ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ସମକକ୍ଷ ହୋଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.