ଆଇଏଲ୍ଏସ୍‌ ହେବ ନୂଆ କୋଭିଡ୍-୧୯ ପରୀକ୍ଷା କେନ୍ଦ୍ର...

Published By : Prameya-News7 Bureau | April 08, 2020 IST

ଭୁବନେଶ୍ବର୮/୪: ରାଜ୍ୟରେ ଅନ୍ୟ ଏକ ଅନୁଷ୍ଠାନରେ ହେବ କୋଭିଡ-୧୯ର ପରୀକ୍ଷା କେନ୍ଦ୍ର। ଏ ନେଇ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଅନୁମତି ମିଳିଛି। ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍ଏସ୍)ରେ ଆସନ୍ତା ସପ୍ତାହରୁ କୋଭିଡ୍-୧୯ର ପରୀକ୍ଷା ଆରମ୍ଭ କରିବାକୁ ଯାଉଛି।

wp:core-embed/twitter {"url":"https://twitter.com/HFWOdisha/status/1247827565521203200?s=20","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1247827565521203200?s=20
/wp:core-embed/twitter

ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ଏଥିସହ ଆଇଏଲ୍ଏସ୍ ନିର୍ଦ୍ଦେଶକ ଟ୍ବିଟ୍ ମାଧ୍ୟମରେ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜା ଧଳଙ୍କୁ ସୂଚନା ଦେଇଛନ୍ତି। କୋଭିଡ୍‌-୧୯ର ପରୀକ୍ଷା କରିବା ପାଇଁ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗର ଅନୁମତି ପାଇଛନ୍ତି।

wp:core-embed/twitter {"url":"https://twitter.com/HFWOdisha/status/1247821187918385152?s=20","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1247821187918385152?s=20
/wp:core-embed/twitter

ଏପର୍ଯ୍ୟନ୍ତ ଆରଏମଆରସି, ଭୁବନେଶ୍ୱର, ଏଆଇଏମଏସ, ଭୁବନେଶ୍ୱର ଏବଂ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ-୧୯ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା କରାଯାଉଥିଲା। ଓଡିଶାରେ ସମୁଦାୟ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ୪୨ ପହଞ୍ଚି। ସେମାନଙ୍କ ମଧ୍ୟରୁ ୨ ଜଣ ସମ୍ପୂର୍ଣ୍ଣ ସୁସ୍ଥ ଘରକୁ ଫେରିଥିବା ବେଳେ ଅନ୍ୟ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.