Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଟ୍ରାଭେଲ୍ସ ବିଲ୍ ମାମଲାରେ ପାଠକ ବାପା-ପୁଅଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଚଣ୍ଡିଖୋଲ : ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଗୁଳିମାଡ, ଦୁଇ ଆହତ
  • ||
  • ଚଣ୍ଡିଖୋଲ : ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
  • ||
  • ଭୁବନେଶ୍ବର : ବିଧାନସଭା ବାଚସ୍ପତିଙ୍କ ସହ ମନ୍ତ୍ରୀ ଓ ବିଧାୟକ ନେଲେ କରୋନା ଟିକା
  • ||
  • କଟକ : ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, CBI ତଦନ୍ତ ଶିଥିଳତା ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ
  • ||
  • ବଲାଙ୍ଗୀର : ବସ୍ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, NH ଅବରୋଧ କଲେ ସ୍ଥାନୀୟ ଲୋକ
  • ||
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଅର୍ଜୁନ ତେନ୍ଦୁଲକରଙ୍କୁ ନେଇ ନେପୋଟିଜିମ୍ ଚର୍ଚ୍ଚା ଜୋରଦାର : ପ୍ରତିକ୍ରିୟା ରଖିଲେ ସଚିନଙ୍କ ଘନିଷ୍ଠ ବନ୍ଧୁ ବିନୋଦ କାମ୍ବଲୀ, କହିଲେ…

23/02/2021 at 5:36 PM

ନୂଆଦିଲ୍ଲୀ ୨୩/୦୨ : ଆଇପିଏଲ ୨୦୨୧ ଅକ୍ସନରେ ପ୍ରଥମ ଥର ପାଇଁ ନିଲାମ ହୋଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । IPL ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି । ତେବେ ଅର୍ଜୁନ ତେନ୍ଦୁଲକରଙ୍କ ଆଇପିଏଲରେ ସାମିଲ ହେବା ପରେ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠିଛି । ଅନେକ ଏହାକୁ ନେପୋଟିଜିମ୍‌ର ଆକ୍ଷା ଦେଉଛନ୍ତି ।

ଏହାରି ମଧ୍ୟରେ ମୁହଁ ଖୋଲିଛନ୍ତି ତେନ୍ଦୁଲକରଙ୍କ ଘନିଷ୍ଠ ବନ୍ଧୁ ତଥା ପୂର୍ବତନ କ୍ରିକେଟର ବିନୋଦ କାମ୍ବଲୀ । ଅର୍ଜୁନ ତେନ୍ଦୁଲକରଙ୍କୁ ନେଇ କାମ୍ବଲୀ ନିଜର ବୟାନ ଦେଇଛନ୍ତି । ବିନୋଦ କାମ୍ବଲୀ ଅର୍ଜୁନ ତେନ୍ଦୁଲକରଙ୍କୁ ସମର୍ଥନ କରି କହିଛନ୍ତି, ‘ଅର୍ଜୁନ ତେନ୍ଦୁଲକର ନିଜ କ୍ରିକେଟ୍‌ କ୍ୟାରିୟରକୁ ନେଇ ଖୁବ ପରିଶ୍ରମ କରିଛନ୍ତି । କ୍ରିକେଟ୍‌କୁ ନେଇ ସେ ବେଶ ତତ୍ପର ମଧ୍ୟ ଅଛନ୍ତି ।’

ବିନୋଦ ଆହୁରି ମଧ୍ୟ କହିଛନ୍ତି, ‘ମୁମ୍ବାଇ ପ୍ରିମିୟର ଲିଗ୍‌ ବେଳେ କ୍ରିକେଟକୁ ନେଇ ଅର୍ଜୁନଙ୍କ ସହ ଅନେକ ସମୟ ଧରି ଆଲୋଚନା ହୁଏ । ସେ ବର୍ତ୍ତମାନ କ୍ୟାରିୟର ଆରମ୍ଭ କରୁଛନ୍ତି । ସେଥିପାଇଁ ତାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣ ଯୋଗାଇବା ଆବଶ୍ୟକ ।’

ସୂଚନାଯୋଗ୍ୟ, ଚଳିତ ବର୍ଷ ଆଇପିଏଲ ଅକ୍ସନ୍‌ରେ ଅର୍ଜୁନ ତେନ୍ଦୁଲକରଙ୍କ ନାଁ ସବାଶେଷରେ ଡକାଯାଇଥିଲା । ଅର୍ଜୁନଙ୍କ ମୁମ୍ବାଇ ଇଣ୍ଡିଆନ୍ସ୍‌ ୨୦ ଲକ୍ଷ ଟଙ୍କାରେ କିଣିଥିଲା ।

   Related Posts