Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ବିଜାପୁର ଏନକାଉଣ୍ଟର: ନକ୍ସଲଙ୍କ ପ୍ରେସ୍ ରିଲିଜ୍ ଜାରି- ସେମାନଙ୍କ କବ୍‌ଜାରେ ଜଣେ ଯବାନ, ଛାଡିବା ପାଇଁ ରଖିଲେ ଏହି ସର୍ତ୍ତ

6/04/2021 at 8:51 PM

ବିଜାପୁର ୦୬।୦୪: ଛତିଶଗଡର ବିଜାପୁରରେ ଗତ ଶନିବାର ହୋଇଥିବା ନକ୍ସଲି ଆକ୍ରମଣକୁ ନେଇ ନକ୍ସଲ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ନିଖୋଜ ଥିବା ଜଣେ ଯବାନ ସେମାନଙ୍କ କବଜାରେ ଥିବା ମାଓବାଦୀ ସ୍ଵୀକାର କରିଛନ୍ତି। ମଧ୍ୟସ୍ଥ ଦେଲେ ସେମାନେ ବନ୍ଧକ ଯବାନଙ୍କୁ ଛାଡିବେ ବୋଲି ପ୍ରେସ୍ ରିଲିଜ୍‌ରେ ମାଓବାଦୀ କହିଛନ୍ତି।

ପ୍ରେସ୍‌ ରିଲିଜ୍‌ରେ ମାଓବାଦୀ ଉଲ୍ଲେଖ କରିଛନ୍ତି ଯେ, ସେମାନଙ୍କ ଆକ୍ରମଣରେ ୨୪ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ  ଘଟିଥିବା ବେଳେ ୩୧  ଜଣ ଗୁତୁତର ଭାବେ ଆହତ ହୋଇଛନ୍ତି। ଯବାନଙ୍କ ପ୍ରତି ଆକ୍ରମଣରେ ୪ ସାଥୀଙ୍କ ମୃତ୍ୟୁ ଘଟିଥିବା ମାଓବାଦୀ କହିଛନ୍ତି। ନିଖୋଜ ଥିବା ଜଣେ ଯବାନ ସେମାନଙ୍କ କବଜାରେ ଅଛି। ଯଦି ସରକାର ମଧ୍ୟସ୍ଥ ଦେବେ ତେବେ ସେମାନେ ବନ୍ଧକ ଯବାନଙ୍କୁ ଛାଡି ଦେବେ। ପ୍ରଥମେ ମଧ୍ୟସ୍ଥଙ୍କ ଜରିଆରେ  ଆଲୋଚନା ହେବ। ସେ ଯାଏ ସଂପୃକ୍ତ ଯବାନ ସୁରକ୍ଷିତ ରହିବେ। ଏଥିପାଇଁ ସରକାରଙ୍କୁ ପ୍ରଥମେ ମଧ୍ୟସ୍ଥଙ୍କ ନାମ ଘୋଷଣା କରିବା ଦରକାର ବୋଲି ମାଓବାଦୀ ପ୍ରେସ୍ ରିଲିଜ୍‌ରେ ଉଲ୍ଲେଖ କରିଛନ୍ତି।

ଏଥିସହ ସହିଦ ଯବାନଙ୍କ ପରିବାର ପ୍ରତି ନକ୍ସଲମାନେ ଦୁଃଖ ପ୍ରକଟ କରିଛନ୍ତି। ନକ୍ସଲ ଏହି ଆକ୍ରମଣରେ ୧୪ ଅସ୍ତ୍ରଶସ୍ତ୍ର ଓ ଦୁଇ ହଜାରରୁ ଅଧିକ ଗୁଳି ମଧ୍ୟ ଲୁଟିଛନ୍ତି। ନକ୍ସଲଙ୍କ ଦଣ୍ଡକାରଣ୍ୟର ସ୍ପେଶାଲ ଜୋନାଲ କମିଟିର ମୁଖପାତ୍ର ବିକଳ୍ପଙ୍କ ତରଫରୁ ଏହି ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ନକ୍ସଲ ଲୁଟିଥିବା ହତିଆରର ଫଟୋ ମଧ୍ୟ ଜାରି କରିଛନ୍ତି।

ସୂଚନାଯୋଗ୍ୟ, ଗତି ଶନିବାର ପୋଲିସ-ନକ୍ସଲ ଗୁଳି ବିନିମୟରେ ୨୪ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ଜଣେ ଯବାନ ରାକେଶ୍ଵର ସିଂହ ଏହି ଆକ୍ରମଣ ପରଠୁ ନିଖୋଜ ଥିଲେ। ସେ ନକ୍ସଲଙ୍କ କବ୍‌ଜାରେ ଥିବା ନେଇ ଆଶଙ୍କା କରାଯାଉଥିଲା। ଏବେ ଏହି ଆଶଙ୍କା ସତ୍ୟର ପରିଣତ ହୋଇଛି।  

   Related Posts