Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଶ୍ରୀଲଙ୍କା ଗସ୍ତ ପାଇଁ ପୃଥ୍ଵୀ ସ-କୁଲଦୀପ ଯାଦବ ସମେତ ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ, ଦେଖନ୍ତୁ ତାଲିକା

10/05/2021 at 7:45 PM

ନୂଆଦିଲ୍ଲୀ ୧୦।୦୫: ଜୁଲାଇ ମାସରେ ଭାରତୀୟ ଦଳ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିବା ପାଇଁ ଶ୍ରୀଲଙ୍କା ଗସ୍ତ କରିବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଗତକାଲି ଏହାର ସୂଚନା ଦେଇଛନ୍ତି। ଭାରତୀୟ ଦଳ ଏହି ଗସ୍ତରେ ତିନୋଟି ଦିନିକିଆ ଓ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଏହି ଗସ୍ତରେ ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମାଙ୍କ ପରି ଖେଳାଳି ସାମିଲ ହେବେ ନାହିଁ। ଯୁବ ଖେଳାଳିଙ୍କୁ ସଜ୍ଜିତ ଦଳ ଶ୍ରୀଲଙ୍କା ବିପକ୍ଷରେ ମଇଦାନକୁ ଓହ୍ଲାଇବେ। ଆଶା ଅନୁଯାୟୀ, ଆଇପିଏଲ୍ ୨୦୨୧ ଏବଂ ଘରୋଇ କ୍ରିକେଟ୍‌ର ପ୍ରଦର୍ଶନ ଆଧାରରେ କିଛି ଖେଳାଳିଙ୍କୁ ଏହି ଦଳରେ ସ୍ଥାନ ମିଳିପାରେ। ପୃଥ୍ଵୀ ସ, ସଞ୍ଜୁ ସାମସନ, ଦୀପକ ଚହରଙ୍କ ପରି ଖେଳାଳିଙ୍କୁ ଚୟନକର୍ତ୍ତା ଏହି ସିରିଜ୍‌ ପାଇଁ ଦଳରେ ସାମିଲ କରି ପାରନ୍ତି।

ଇଏସପିଏନ କ୍ରିକଇନଫୋର ଖବର ଅନୁଯାୟୀ, ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍‌ରେ ପୃଥ୍ଵୀ ସ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ଦୀପକ ଚହର, ରାହୁଲ ଚହରଙ୍କ ପରି ଖେଳାଳିଙ୍କୁ ସୁଯୋଗ ମିଳିପାରେ। ସେହି ପରି ରାଜସ୍ଥାନ ରୟାଲ୍ସ ପକ୍ଷରୁ ଚଳିତ ସଂସ୍କରଣରେ ଭଲ ପ୍ରଦର୍ଶନ କରିଥିବା ଜୟଦେବ ଉନାଦକତଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇପାରେ। ଅପରପକ୍ଷେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମୁକାବିଲା ପାଇଁ ଦଳରେ ସାମିଲ ହୋଇନଥିବା ଶିଖର ଧାଓ୍ଵନ, ଭୁବନେଶ୍ଵର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲଙ୍କ ପରି ଅନୁଭବୀ ଖେଳାଳିଙ୍କୁ ଦଳରେ ସାମିଲ କରାଯିବ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଫିଟନେସ୍ ଟେଷ୍ଟରେ ବିଫଳ ହୋଇଥିବା ବରୁଣ ଚକ୍ରବର୍ତ୍ତୀ ଓ ରାହୁଲ ତେଓ୍ଵତିଆଙ୍କୁ ମଧ୍ୟ ଚୟନକର୍ତ୍ତା ସୁଯୋଗ ଦେଇ ପାରନ୍ତି।

ଗତ ଦୀର୍ଘ ସମୟ ଧରି ଲଗାତାର ଦଳରେ ସାମିଲ୍ ହେଉଥିବା ଏବଂ ବାଦ୍ ପଡୁଥିବା କୁଲଦୀପ ଯାଦବଙ୍କୁ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍‌ ପାଇଁ ଦଳରେ ସୁଯୋଗ ମିଳିପାରେ। ସମ୍ଭବତଃ ଚହଲ ଓ କୁଲଦୀପ ଯୋଡିଙ୍କୁ ପୁଣି ଥରେ ପଡିଆରେ ଦେଖିବାକ ମିଳିପାରେ।?

ପିଟିଆଇ ସହ ଆଲୋଚନା ବେଳେ ସୌରଭ ଗାଙ୍ଗୁଲି କହିଥିଲେ, ଜୁଲାଇ ମାସରେ ଭାରତର ସିନିୟର ଦଳ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ଶ୍ରୀଲଙ୍କା ଗସ୍ତ କରିବେ। ଶ୍ରୀଲଙ୍କା ସିରିଜ୍‌ରେ ସାମିଲ ଖେଳାଳି ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ନଜର ଆସିବେ ନାହିଁ। ଯୁବ ଖେଳାଳିଙ୍କୁ ନେଇ ସଜ୍ଜିତ ଦଳ ଶ୍ରୀଲଙ୍କା ଗସ୍ତ କରିବ। ଗୋଟିଏ ଦଳ ଇଂଲଣ୍ଡ ସିରିଜ୍ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଅନ୍ୟ ଭାରତୀୟ ଦଳ ଶ୍ରୀଲଙ୍କା ମାଟିରେ ଘରୋଇ ଦଳ ବିପକ୍ଷରେ ସୀମିତ ଓଭର କ୍ରିକେଟ୍ ଖେଳିବେ।

   Related Posts