Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବଦଳିବ ରାଜ୍ୟ ସଚିବାଳୟର ନାମ, ଜାଣନ୍ତୁ କ’ଣ ହେବ ନୂଆ ନାମ

29/07/2019 at 7:09 PM

ଭୁବନେଶ୍ୱର୨୯।୧:  ବଦଳିବ ରାଜ୍ୟ ସଚିବାଳୟର ନାମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ପ୍ରଶାସନକୁ ଅଧିକ ଲୋକାଭିମୁଖି କରିବା ଲାଗି ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଲୋକଙ୍କ ସେବା କରିବା ପାଇଁ ତାଙ୍କ ସରକାର ବଦ୍ଧପରିକର। ସଚ୍ଚିବାଳୟ ପ୍ରତି ଲୋକଙ୍କ ଧାରଣାରେ ପରିବର୍ତ୍ତନ ଆଣିବା ପାଇଁ ଏହାକୁ ସେକ୍ରେଟାରିଏଟ୍ ବା ସଚିବାଳୟ ନ କହି ଏଥର ‘ଲୋକ ସେବା ଭବନ’ ବୋଲି ନାମିତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫାଇଭ-ଟି ଉପରେ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର ବିକାଶ  ସାଙ୍ଗକୁ ଲୋକହିତକର କାର୍ଯ୍ୟ ପାଇଁ ଦୁର୍ନୀତି ମୁକ୍ତ ଓ ଲୋକ କଲ୍ୟାଣ ଆଭିମୁଖ୍ୟ ପୋଷଣ କରିବାକୁ ସରାକରୀ ଅଧିକାରୀ ଓ ନେତାଙ୍କୁ ସରକାର ପରାମର୍ଶ ଦେଇ ଆସୁଛନ୍ତି।

ସଚ୍ଚିବାଳୟକୁ ଲୋକଙ୍କ ନିକଟର କରିବା ପାଇଁ ନାମ ପରିବର୍ତ୍ତନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।  ବିହାରଓଡିଶା ପ୍ରୋଭିନ୍ସ ରେ ଥିବା ଖଣ୍ଡ ବିଖଣ୍ଡିତ ଓଡିଶା  ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ଭାଷା ଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବେ ମାନ୍ୟତା ଲାଭ କରିଥିଲା। ୧୩ ଏପ୍ରିଲ ୧୯୪୮ ମସିହାରେ ଭୁବନେଶ୍ୱରଠାରେ ନୂଆ ରାଜଧାନୀ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା। ଏଥି ପୂର୍ବରୁ ୨ ବର୍ଷ କଟକକୁ ଓଡିଶାର ରାଜଧାନୀ ଭାବେ ପରିଗଣିତ କରାଯାଉଥିଲା। ଭୁବନେଶ୍ୱର ରାଜଧାନୀ ସହରରେ ପରିବର୍ତ୍ତନ ହେବା ପରେ ଏଠାରେ ଗଢି ଉଠିଥିଲା ନୂଆ ସଚିବାଳୟ କୋଠା। ସେବେଠାରୁ ଅର୍ଥାତ ଦୀର୍ଘ ୭୧ ବର୍ଷ ଧରି ଏହି କୋଠାକୁ ସଚ୍ଚିବାଳୟ କୁହାଯାଉଥିଲା।

ପଞ୍ଚମ ପାଳିର ପ୍ରଥମ ବିଧାନସଭା ଅଧିବେଶନ କାଳରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କୋଠାର ନାମକୁ ‘ଲୋକ ସେବା ଭବନ’ ବୋଲି ପୁନର୍ନାମିତ କରିଛନ୍ତି। ସୂଚନା ଯୋଗ୍ୟ ଯେ ଅତୀତରେ ସଚ୍ଚିବାଳୟ କୋଠାର ରଙ୍ଗକୁ ନେଇ ମଧ୍ୟ ନବୀନ ପଟ୍ଟନାୟକ ବହୁ ପରୀକ୍ଷା ନିରୀକ୍ଷା କରିଛନ୍ତି।

   Related Posts