ତିନି ଆକ୍ରାନ୍ତ ଚିହ୍ନଟ ପରେ କଟକଣା : ନାଲା ରୋଡ୍ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା, ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବ ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | April 26, 2020 IST

ସୁନ୍ଦରଗଡ ୨୬।୦୪: ସୁନ୍ଦରଗଡ ଜିଲ୍ଲାରେ ୩ କରୋନା ପଜିଟିଭ୍ ଚିହ୍ନଟ ପରେ ରାଉରକେଲା ନାଲା ରୋଡ୍ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଗଲା । ଏଥି ସହ ବିଶ୍ରା ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ଅବଧିକୁ ବଳବତ୍ତର ରଖାଗଲା ।

{"id":260323,"sizeSlug":"large"}

କଣ୍ଟେନମେଣ୍ଟ ଅଞ୍ଚଳରେ ବ୍ୟକ୍ତିଗତ ଯାତାୟତ ଏବଂ ଯାନବାହନ ଚଳାଚଳ ବନ୍ଦ । ଲୋକଙ୍କ ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବ ଜିଲ୍ଲା ପ୍ରଶାସନ । ଡାକ୍ତରୀ ଦଳ ନିୟମିତ ଭାବେ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ । କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିବ ।

{"id":259092,"sizeSlug":"large"}

ସୁନ୍ଦରଗଡ ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ତିନି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ବୋଲି ଜଣାପଡିଛି । ସେହିପରି ସେମାନଙ୍କ ବୟସ ଯଥାକ୍ରମେ ୨୩ବର୍ଷୀୟ ପୁରୁଷ, ୬୦ବର୍ଷୀୟ ପୁରୁଷ ଓ ୫୭ବର୍ଷୀୟା ମହିଳା ରହିଛନ୍ତି ବୋଲି ରାଜ୍ୟ ସୂଚନା ଓ କଲ୍ୟାଣ ବିଭାଗ ଟ୍ୱିଟ୍‌ ମାଧ୍ୟମରେ ସୂଚନା ପ୍ରଦାନ କରିଛି । ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ପୂର୍ବରୁ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଦୁଇଜଣ ଆକ୍ରାନ୍ତ ଆସିଥିବା ଜଣାପଥିବା ବେଳେ ଅନ୍ୟ ଜଣେ ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.