ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ତଳେ ପଡ଼ିଗଲା ନାଗା ମୂର୍ତ୍ତି, ଅଳ୍ପକେ ବର୍ତ୍ତିଲେ ଲୋକେ

Published By : Prameya-News7 Bureau | October 16, 2021 IST

ପୁରୀ, ୧୬/୧୦: ତଳେ ପଡିଗଲା ନାଗା ମୂର୍ତ୍ତି। ଅଳ୍ପକେ ବର୍ତ୍ତିଲେ ଲୋକେ। ଆଜି ଗୋଷାଣୀ ମାନଙ୍କର ଭସାଣ ଉତ୍ସବ ଥିବା ବେଳେ ଶ୍ରୀମନ୍ଦିର ସମ୍ମୁଖରେ ଦେବା ଦେବୀ ସଭା ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ପୀଠର ଗୋଷାଣୀଙ୍କ ସହ ନାଗା ମୂର୍ତ୍ତି ଏଠାରେ ଏକତ୍ରୀତ ହୋଇଥାନ୍ତି। ତେବେ ଆଜି ସନ୍ଧ୍ୟାରେ ପଶ୍ଚିମ ଦ୍ବାରରେ ଥିବା ନାଗା ମୂର୍ତ୍ତିକୁ କର୍ମକର୍ତ୍ତାମାନେ ମିଶି ମଣ୍ତପରୁ ବାହାରକୁ ଆଣୁଥିବା ସମୟରେ ଏହା ତଳେ ପଡିଯାଇଥିଲା। ଫଳରେ ଦୁଇ ତିନିଜଣ ବ୍ୟକ୍ତି ଏଥିରେ ସାମାନ୍ୟ ଆହତ ହୋଇଥିବା ବେଳେ ନାଗା ମୂର୍ତ୍ତିର ବିଭିନ୍ନ ଅଂଶ ଭାଙ୍ଗି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.