୨୬ ବର୍ଷ ବୟସରେ ଛାଡି ଦେଇଥିଲେ ଚାକିରୀ, ଏବେ ଆଇପିଏଲ୍ କରୁଛନ୍ତି ଧମାଲ୍

Published By : Prameya-News7 Bureau | October 17, 2020 IST

ନୂଆଦିଲ୍ଲୀ ୧୭/୧୦ : କୋଲକାତା ନାଇଟ୍ ରାଇଡ଼ର୍ସ (KKR) ସ୍ପିନର୍ ବରୁଣ ଚକ୍ରବର୍ତ୍ତୀଙ୍କ କାହାଣୀ କୌଣସି ଫିଲ୍ମ କୌଣସି କମ ନୁହେଁ। ବରୁଣଙ୍କ କାହାଣୀ ଶୁଣି ଆପଣ ମଧ୍ୟ ଭାବବିହ୍ୱଳ ହୋଇଯିବେ। ବରୁଣଙ୍କ କାହାଣୀ ଶୁଣି ଆପଣଙ୍କୁ ଅନୁଭବ ହେବ ଯେ ଯଦି କୌଣସି ଜିନିଷ ପ୍ରତି ଆପଣଙ୍କ ଅଗାଢ ପ୍ରେମ ରହିଛି ତାହେଲେ ଜୀବନର ଯେକୌଣସି ମୋଡ଼ରେ ତାହା ଆପଣଙ୍କୁ ନିଶ୍ଚୟ ମିଳିବ। କ୍ରିକେଟ ପ୍ରତି ବରୁଣଙ୍କ ଅତ୍ୟନ୍ତ ଦୁର୍ବଳତା ରହିଥିଲା। ୧୭ ବର୍ଷ ବୟସରେ ଆହତ ହୋଇଥିବାରୁ ଓ ମଉକା ନ ମିଳିବାରୁ ସେ ଏକ ଅଲଗା ଦୁନିଆକୁ ଚାଲି ଯାଇଥିଲେ। ସାଧାରଣ ଛାତ୍ରଙ୍କ ଭଳି ପାଠ ପଢି ଚାକିରୀ କଲେ। କିନ୍ତୁ ଚାକିରୀରେ ମନ ନ ଲାଗିବାରୁ ସେ ପୁଣି କ୍ରିକେଟ ଦୁନିଆକୁ ଫେରି ଆସିଲେ।

{"id":345896,"sizeSlug":"large"}

୧୭ ବର୍ଷ ବୟସରେ ସେ ଦୁଇ ଦୁଇଥର ଆହତ ହେବାରୁ କ୍ରିକେଟ ଖେଳିବା ଛାଡି ଦେଇଥିଲେ। ଦ୍ୱାଦଶ ପାସ୍ କରିବା ପରେ ୫ ବର୍ଷ ଯାଏଁ ସେ ଚେନ୍ନାଇରେ ଆର୍କିଟେକ୍ଟ ପଢିଥିଲେ। ଏହାପରେ ସେ ଚାକିରୀ କରିଥିଲେ। କିନ୍ତୁ ଚାକିରୀରେ ତାଙ୍କ ମନ ଲାଗିଲାନି। ୨୬ ବର୍ଷ ବୟସରେ ସେ ପୁଣି କ୍ରିକେଟ ମଇଦାନକୁ ଫେରିଲେ। କ୍ରିକ୍ ଇନ୍ଫୋ ସହ କଥାବାର୍ତ୍ତାରେ ବରୁଣ କହିଛନ୍ତି ଯେ ସେ କେବେ ଭାବିନଥିଲେ ଯେ କ୍ରିକେଟ ତାଙ୍କ ଜୀବନକୁ ପୁଣି ଫେରିବ। କିନ୍ତୁ ପୁଣି କ୍ରିକେଟ ମଇଦାନକୁ ଫେରି ସେ ସଫଳ ହୋଇଛନ୍ତି। ବରୁଣ ତାମିଲନାଡୁ ପରିମିୟର ଲିଗରେ ମାତ୍ର ୯ଟି ମ୍ୟାଚରେ ୨୨ଟି ୱିକେଟ୍ ନେଇ ରେକର୍ଡ କରିଥିଲେ। ଏହାପରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ତାଙ୍କୁ ୮ କୋଟି ୪୦ ଲକ୍ଷରେ କିଣିଥିଲେ। ଗତ ବର୍ଷ ୪ କୋଟି ଟଙ୍କାରେ କେକେଆର ଟିମକୁ ଆସିଥିଲେ।

{"id":345901,"sizeSlug":"large"}

କ୍ରିକେଟ ପଣ୍ଡିତ ତାଙ୍କୁ ମିଷ୍ଟ୍ରି ସ୍ପିନର ବୋଲି କୁହନ୍ତି। କାରଣ ବରୁଣ ସବୁ ପ୍ରକାର ବୋଲିଂ କରନ୍ତି। ଅଫ୍ ବ୍ରେକ୍, ଲେଗ୍ ବ୍ରେକ୍, ଗୁଗଲି, କ୍ୟାରମ୍ ବଲ୍, ଫ୍ଲିପର୍ ଓ ଟପ୍ ସ୍ପିନ୍, ସବୁ ପ୍ରକାର ବୋଲିଂ କରନ୍ତି। ବର୍ତ୍ତମାନ ସୁଦ୍ଧା ସେ କେକେଆର ପାଇଁ ୭ଟି ମ୍ୟାଚରେ ୬ଟି ୱିକେଟ୍ ନେଇଛନ୍ତି।

{"id":345898,"sizeSlug":"large"}

ବରୁଣ କେକେଆର ପାଇଁ ଲଗାତାର ଭଲ ପ୍ରଦର୍ଶନ କରୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ବିରୋଧରେ ଧୋନି ମଧ୍ୟ ତାଙ୍କ ବରୁଣଙ୍କ ବଲରେ ଚିତ୍ ହୋଇଯାଇଥିଲେ। ଧୋନିଙ୍କୁ ଆଉଟ୍ କରିବା ପରେ ସେ କହିଥିଲେ ଯେ, ଏହା ତାଙ୍କ ପାଇଁ ବହୁତ ଖାସ୍ ମୁହୂର୍ତ୍ତ। ମ୍ୟାଚ୍ ପରେ ସେ ଧୋନିଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.