Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ନିର୍ବାଚନ ଆୟୋଗ ବିରୋଧରେ ହତ୍ୟା ମୋକଦ୍ଦମା ଚାଲୁ, ଏହାର ମୁର୍ଖତା କାରଣରୁ ଆଜି ଦେଶର ଏମିତି ସ୍ଥିତି: ହାଇକୋର୍ଟ

26/04/2021 at 4:10 PM

ଚେନ୍ନାଇ ୨୬।୦୪: ଦେଶରେ କରୋନା ସଂକ୍ରମଣର ପ୍ରକୋପ ଥମିବାର ନାଁ ନେଉନାହିଁ। ଦିନ ବିତିବା ସହ ସ୍ଥିତି ଜଟିଳ ହେବାରେ ଲାଗିଛି। ଏହା ମଧ୍ୟରେ ମାଡ୍ରାସ ହାଇକୋର୍ଟ ଗତ କିଛି ସପ୍ତାହରେ କରୋନାର ବଢୁଥିବା ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗଙ୍କୁ ଦାୟୀ କରିଛନ୍ତି। କେବଳ ଏତିକି ନୁହେଁ ଅଦାଲତ ତୀବ୍ର ଭର୍ତ୍ସନା କରିବା ସହ ନିର୍ବାଚନ ଆୟୋଗ ବିରୋଧରେ ହତ୍ୟା ମୋକଦ୍ଦମା ଚାଲିବା ଉଚିତ୍ ବୋଲି କହିଛନ୍ତି। ଉଚ୍ଚ ନ୍ୟାୟାଳୟ କହିଛନ୍ତି ନିର୍ବାଚନ ଆୟୋଗ ନିଜର ଦାୟିତ୍ଵ ନିଭାଇରେ ବିଫଳ ହୋଇଛି।

ହାଇକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ନିର୍ବାଚନରେ ରାଜନୈତିକ ଦଳଗୁଡିକ ଖୁଲମଖୁଲା କରୋନା ଗାଇଡ୍‌ଲାଇନ୍ ଉଲ୍ଲଂଘନ କରିଛନ୍ତି ଏବଂ ନିର୍ବାଚନ ଆୟୋଗ ଏହାକୁ ସେମାନଙ୍କୁ ରୋକିବାରେ ସଂପୂର୍ଣ୍ଣ ବିଫଳ  ହୋଇଛି। ଆୟୋଗଙ୍କ ବିଫଳତା କାରଣରୁ କରୋନା ସ୍ଥିତି ବିକଟାଳ ରୂପ ନେଇଛି। ସିଇସି ରାଜନୈତିକ ପାର୍ଟି ଉପରେ ଅଙ୍କୁଶ ଲଗାଇବାରେ ଅସମର୍ଥ ହୋଇଛନ୍ତି।

ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ  ଓ ବିଚାରପତି ସେନ୍ଥିଲ କୁମାର ରାମମୂର୍ତ୍ତିଙ୍କ ପୀଠ କହିଛନ୍ତି, ସଂସ୍ଥାଗତ ଭାବେ ନିର୍ବାଚନ ଆୟୋଗ ଆଜିର ପରିସ୍ଥିତି ପାଇଁ ସଂପୂର୍ଣ୍ଣ ଦାୟୀ। ଆୟୋଗ ନିଜ ଅଧିକାରର କୌଣସି ଉପଯୋଗ କରିନାହାଁନ୍ତି। ଅଦାଲତ ପକ୍ଷରୁ ଅନେକ ଆଦେଶ ପରେ ମଧ୍ୟ ରାଜନୈତିକ ଦଳଗୁଡିକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। କୋଭିଡ୍ ପ୍ରୋଟୋକଲ ପାଳନ ପାଇଁ ଅନେକ ଅପିଲ୍ ଏବଂ ଆଦେଶକୁ ଅଣଦେଖା କରାଯାଇଛି।

ଅଦାଲତ କହିଛନ୍ତି, ଯଦି ଆପଣ କୋଭିଡ୍ ପ୍ରୋଟୋକଲ୍‌ର କୌଣସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ନାହାନ୍ତି ତେବେ ମେ ୨ରେ ହେବାକୁ ଥିବା ଭୋଟ୍ ଗଣତିକୁ ରୋକି ଦେଇ ପାରିବେ। ଆୟୋଗ ଆପଣଙ୍କ ମୁର୍ଖତା କାରଣରୁ ଏମିତି ପରିସ୍ଥିତି ଉତ୍ପନ ହୋଇଥିବା ହାଇକୋର୍ଟ କହିଛନ୍ତି। ଆମେ ଚାହିଁବୁ ନାହିଁ ଯେ, ଆପଣଙ୍କ ମୁର୍ଖତା କାରଣରୁ ରାଜ୍ୟରେ କାହାରି ମୃତ୍ୟୁ ଘଟୁ।

କୋର୍ଟ ଏହା ମଧ୍ୟ କହିଛନ୍ତି, କୌଣସି ବି ପରିସ୍ଥିତିରେ କରୋନା ପ୍ରୋଟୋକଲ୍‌ର ଉଲ୍ଲଂଘନ ମଧ୍ୟରେ ମତଗଣନା କରାଯାଇ ପାରିବ ନାହିଁ। ଜନତାଙ୍କ ସ୍ଵାସ୍ଥ୍ୟ ଏବଂ  ଜୀବନ ଆମ ପାଇଁ ସର୍ବୋପରି। ଏଥିରେ କୌଣସି ପ୍ରକାରର ସାଲିସ୍ କରାଯାଇ ପାରିବ ନାହିଁ ବୋଲି ଅଦାଲତ କହିଛନ୍ତି।

   Related Posts