Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଗମ୍ଭୀର କହିଲେ- ଧୋନୀ ସେନାଙ୍କ ବିରୋଧରେ ଭାରି ପଡିବ ମୁମ୍ବାଇ ଇଣ୍ଡିଆନ୍ସ

15/09/2020 at 8:10 PM

ନୂଆଦିଲ୍ଲୀ ୧୫।୦୯: ସେପ୍ଟେମ୍ବର ୧୯ରୁ ୟୁଏଇରେ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ଗତ ବର୍ଷର ଉପ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ହେଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଗମ୍ଭୀରଙ୍କ କହିବା କଥା ଧୋନୀଙ୍କ ସେନା ବିରୋଧରେ ମୁମ୍ଵାଇ ଇଣ୍ଡିଆନ୍ସ ଦଳ ଭାରି ପଡିବ।

ଗମ୍ଭୀର ଷ୍ଟାର ସ୍ପୋର୍ଟ୍ସର ସୋ ‘କ୍ରିକେଟ୍ କନେକ୍‌ଟେଡ୍‌’ରେ  କହିଛନ୍ତି ମୁଁ ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମରାଙ୍କୁ ବୋଲିଂ କରୁଥିବା ଦେଖିବାକୁ ଚାହିଁବି। ଦୁହେଁ ହିଁ ବିଶ୍ଵସ୍ତରୀୟ ବୋଲର।

ଗୌତମ ଗମ୍ଭୀର କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସକୁ ତିନି ନମ୍ବରରେ ସୁରେଶ ରୈନାଙ୍କ ଅନୁପସ୍ଥିତି ଅନୁଭବ ହେବ। ଦ୍ଵିତୀୟ କଥା ସେନ୍ ଓ୍ଵାଟସନ ଅଧିକ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳି ନାହାନ୍ତି ବରଂ କହିବାକୁ ଗଲେ ସେ ବହୁତ ସମୟ ହେଲା କ୍ରିକେଟ୍ ଖେଳି ନାହାନ୍ତି। ଦେଖିବାକୁ ବାକି ରହିଲା ସେ ବୋଲ୍ଟ ଏବଂ ବୁମରାଙ୍କ କେମିତି ସାମ୍ନା କରୁଛନ୍ତି।

ଗମ୍ଭୀର କହିଛନ୍ତି, ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମରାଙ୍କ ଯୋଗୁଁ ମୁମ୍ବାଇର ବୋଲିଂ ଆକ୍ରମଣ ମଜବୁତ ହେବ। ଟ୍ରେଣ୍ଟ ବୋଲ୍ଟ  ନୂତନ ବଲରେ ଓ୍ଵିକେଟ୍ ନେଇ ପାରନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ବୁମରାଙ୍କ ପରି ବୋଲର ଅଛନ୍ତି। ମୁଁ ଦେଖିବାକୁ ଚାହିଁବି ଉଭୟ ବୋଲର କିପରି ପ୍ରଦର୍ଶନ କରୁଛନ୍ତି।

   Related Posts