Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁମ୍ବାଇ ଏମଟିଏନଏଲ କୋଠାରେ ଭୟାବହ ଅଗ୍ନିକାଣ୍ଡ, କୋଠାରେ ଫଶି ରହିଛନ୍ତି ୧୦୦ ଲୋକ…

22/07/2019 at 4:47 PM

ମୁମ୍ବାଇ୨୨|୭: ମୁମ୍ବାଇ ଏମଟିଏନଏଲ କୋଠାରେ ଅଗ୍ନିକାଣ୍ଡ ।୧୦୦ରୁ ଅଧିକ ଲୋକ କୋଠାରେ ଫଶିରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ୨୦ଟି ଦଳକଳ ବାହିନୀ ମୁତୟନ କରାଯାଇଛି। ଏହି ଘଟଣାଟି ସୋମବାର ବାନ୍ଦ୍ରା ଥିବା ୯ ମହଲା ବିଶିଷ୍ଟ ଏମଟିଏନଏଲ କୋଠାରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ସୂଚନାନୁସାରେ , ଅଗ୍ନିକାଣ୍ଡରେ  କେହି ଆଘାତ ହୋଇନାହାନ୍ତି। କୋଠାରେ ଫଶି ରହିଥିବା ଲୋକଙ୍କ ମଧ୍ୟରୁ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଏସିରୁ ସଟସର୍କିଟ ହୋଇ  ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି।

   Related Posts