Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖାଇବାକୁ ଦେବାକୁ ଡେରି କରିଦେଲା ମା’, ରାଗିଯାଇ ଠେଙ୍ଗାରେ ପିଟିପିଟି ହତ୍ୟା କଲା ନୃଶଂସ ପୁଅ

31/01/2021 at 5:25 PM

ରାଞ୍ଚି ୩୧/୦୧ :  ଝାଡଖଣ୍ଡ ଦକ୍ଷିଣ ସିଂହଭୂମ ଜିଲ୍ଲା ଚାଷୀବସାରେ ଏକ ଅଭାବନୀୟ ଘଟଣା ଘଟିଛି । ଖାଇବାକୁ ଦେବାକୁ ଡେରି କରିବାରୁ ନିଜର ଅସୁସ୍ଥ ମାକୁ ଅତି ନିର୍ମମ ଭାବେ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ପୁଅ । ଅଭିଯୁକ୍ତ ପୁଅ ପ୍ରଧାନ ସୋଇ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ପ୍ରଧାନ ସୋଇ ନିଜ ମା ସୁମି ଦେବୀ (୬୦)ଙ୍କ ସହିତ ରହୁଥିଲା । ସେ ପ୍ରତିଦିନ ମଦ୍ୟପାନ କରୁଥିବା କହିଛନ୍ତି ସ୍ଥାନୀୟ ଲୋକେ । ତେବେ ଶୁକ୍ରବାର ଦିନ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରିଥିଲା ପ୍ରଧାନ ସୋଇ । ଏହା ପରେ ମାକୁ ଖାଇବାକୁ ମାଗିଥିଲା । ତେବେ ଖାଇବାକୁ ଦେବାକୁ କିଛି ସମୟ ଡେରି ହେବାରୁ ଉତ୍ତ୍ୟକ୍ତ ହୋଇ ନିକଟରେ ଥିବା ଏକ ଠେଙ୍ଗାରେ ମା’ କୁ ପିଟିପିଟି ହତ୍ୟା କରିଥିଲା ପୁଅ ।

ଘଟଣାକୁ ନେଇ ମନୋହରପୁର SDPO ଭିମଲେଶ ତ୍ରିପାଠୀ କହିଛନ୍ତି, ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ଉକ୍ତ ମହିଳାଙ୍କ ମୃତ ଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଘଟଣା ପରେ ଫେରାର ଥିବା ଅଭିଯୁକ୍ତ ପୁଅକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି ।  

   Related Posts