ଉନ୍ନାଓ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କ ମାଆ କହିଲେ ‘ଆମ ପିଲା ଦୋଷୀ ହେଲେ ଦଣ୍ଡ ଦିଆଯାଉ’ : ହାଇଦ୍ରାବାଦ ଏନକାଉଣ୍ଟର ପରଠୁ କୋକୁଆ ଭୟ

Published By : Prameya-News7 Bureau | December 07, 2019 IST

ଉନ୍ନାଓ ୭/୧୨: ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ୪ଜଣ ଅଭିଯୁକ୍ତଙ୍କ ଏନକାଉଣ୍ଟର ହେବାର ଦେଖି ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ପୋଡ଼ି ଦେଇଥିବା ଅଭିଯୁକ୍ତଙ୍କ ପରିବାର ଅତ୍ୟନ୍ତ ଭୟଭୀତ ହୋଇ ଯାଇଛି। ଅଭିଯୁକ୍ତ ଶିବମ୍ ଏବଂ ଶୁଭମର ମାଆମାନେ କହିଛନ୍ତି ଯେ ତାଙ୍କ ପିଲାମାନେ ଦୋଷୀ ସାବ୍ୟସ୍ତ ହେଲେ ଆଇନ୍ ଅନୁସାରେ ତାଙ୍କୁ ଦଣ୍ଡ ମିଳିବ। ତାଙ୍କର ବିଶ୍ବାସ ଯେ ତାଙ୍କର ପିଲାମାନେ କିଛି କରିନାହାନ୍ତି।

ଅଭିଯୁକ୍ତ ଶୁଭମ୍ ତ୍ରିବେଦୀର ମାଆ ଗାଁର ମୁଖିଆ। ତାଙ୍କ କହିବାନୁସାରେ ପୂରା ଘଟଣାର ସିବିଆଇ ତଦନ୍ତ କରାଯାଉ। ଏହା ପରେ ଯଦି ତାଙ୍କ ପିଲା ଦୋଷୀ ସାବ୍ୟସ୍ତ ହେଲେ ତା ହେଲେ ଆଇନ୍ ଅନୁସାରେ ତାଙ୍କୁ ଦଣ୍ଡବିଧାନ କରାଯାଉ। ହାଇଦ୍ରାବାଦ ଭଳି ଏନକାଉଣ୍ଟର କରାନଯାଉ। ଶିବମ୍ ଏବଂ ଶୁଭମ୍ ଦୁହେଁ ଦାଦା ପୁଅ ଭାଇ। ହାଇଦ୍ରାବାଦ ଏନକାଉଣ୍ଟର ପରଠୁ ଏମାନଙ୍କଠାରେ କୋକୁଆ ଭୟ ଖେଳିଯାଇଛି। ମାମଲାର ଉପଯୁକ୍ତ ତଦନ୍ତ କରି ଆଇନ୍ କାର୍ଯ୍ୟାନୁଷ୍ଠାନ କରିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.