ଚତୁର୍ଥ ଡେଥ୍‌ ଓ୍ବାରେଣ୍ଟ: ମୋତେ ଶାନ୍ତି ମିଳିବ କହି କାନ୍ଦିଲେ ନିର୍ଭୟାଙ୍କ ମାଆ, ସେପଟେ ଦୋଷୀଙ୍କ ଓକିଲ ଏପି ସିଂଙ୍କ ପ୍ରତିକ୍ରିୟା- 'ଆହୁରି ବାକି ଅଛି ଆଇନଗତ ପ୍ରକ୍ରିୟା'

Published By : Prameya-News7 Bureau | March 05, 2020 IST

ନୂଆଦିଲ୍ଲୀ୫/୩: ନିର୍ଭୟା ଦୋଷୀଙ୍କ ପାଇଁ ନୂଆ ଫାଶୀ ତାରିଖ । ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ୪ ଜଣ ଦୋଷୀଙ୍କୁ ଏକାଠି ଫାଶୀ ଦିଆଯିବ । ଏନେଇ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ପୂର୍ବରୁ ୩ ଥର ଡେଥ୍ ୱାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଆଇନଗତ ପ୍ରକ୍ରିୟା ଶେଷ ହୋଇନଥିବାରୁ ତାରିଖ ପରେ ତାରିଖ ଗଡ଼ି ଚାଲିଥିଲା। ତେବେ ସମସ୍ତ ଦୋଷୀଙ୍କ ରାଜକ୍ଷମା ଆବେଦନ ଖାରଜ ହୋଇଯାଇଥିବାରୁ ସମସ୍ତ ପ୍ରକାର ନ୍ୟାୟିକ ବିକଳ୍ପ ଶେଷ ହୋଇଥିବା କୁହାଯାଉଛି ।

{"id":233377,"sizeSlug":"large"}

ଖେଳ ସରିଯାଇଛି । ବିକଳ୍ପ ବି ଖତମ୍। ଏବେ ଚରମ ଶାସ୍ତିର ସମୟ। ନିର୍ଭୟା ଦୋଷୀଙ୍କ ପାଇଁ ଜାରି ହୋଇଛି ନୂଆ ଡେଥ୍ ଓ୍ବାରେଣ୍ଟ । ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ୪ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ । ନୂଆ ମୃତ୍ୟୁ ପରୱାନା ବା ଡେଥ୍ ୱାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ । ନ୍ୟାୟିକ ବିକଳ୍ପ ଶେଷ ହୋଇଯାଇଥିବାରୁ ଏଥର ଦୋଷୀଙ୍କୁ ଫାଶୀ ହେବା ନିଶ୍ଚିତ ବୋଲି କୁହାଯାଉଛି । ସେପେଟେ କିନ୍ତୁ ଦୋଷୀଙ୍କ ଓକିଲ ଆହୁରି ଗଳାବାଟ ଥିବା ନେଇ ଯୁକ୍ତି ବାଢ଼ିଛନ୍ତି ।

{"id":233378,"sizeSlug":"large"}

ସେପଟେ ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରାଯାଇଥିଲା, ତାର ଶୁଣାଣି ହୋଇଛି । ମାର୍ଚ୍ଚ ୨୩ ଦିନ ୩ଟାରେ ମାମଲାର ଶୁଣାଣି ହେବ ବୋଲି କୋର୍ଟ ରାୟ ଦେଇଛନ୍ତି । ତେବେ ଏହି ସମୟ ଭିତରେ ନିର୍ଭୟା ଦୋଷୀଙ୍କୁ ଫାଶୀ ହୋଇଗଲେ, ବଞ୍ଚିଥିବା ବିକଳ୍ପ ଉପରେ ବିଚାର କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।  ନିର୍ଭୟାଙ୍କ ମାଆ ପଟିଆଲା ହାଉସ କୋର୍ଟଙ୍କ ରାୟକୁ ସ୍ବାଗତ କରିଥିବା ବେଳେ ଆଉ ତାରିଖ ନଘୁଞ୍ଚାଇବା ପାଇଁ ଅପିଲ କରିଛନ୍ତି । ଦୋଷୀଙ୍କୁ ଫାଶୀ ମିଳିଲେ ହିଁ ତାଙ୍କୁ ଶାନ୍ତି ମିଳିବ ବୋଲି କହିଛନ୍ତି ନିର୍ଭୟାଙ୍କ ମାଆ ଆଶା ଦେବୀ ।

{"id":233379,"sizeSlug":"large"}

ପୂର୍ବରୁ ନିର୍ଭୟା ଦୋଷୀଙ୍କ ପାଇଁ ତିନି ତିନି ଥର ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲା । ହେଲେ ଶେଷ ମୁହୂର୍ତ୍ତରେ ସବୁ ବାତିଲ ହୋଇଯାଇଥିଲା । ଶେଷ ଥର ପାଇଁ ମାର୍ଚ୍ଚ ୩ରେ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ପଓ୍ଵନ ଗୁପ୍ତା ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା । ଯାହାକୁ କୋର୍ଟ ଖାରଜ କରିଦେଇଥିଲେ । ତେଣୁ ମାର୍ଚ୍ଚ ୨୦ରେ ଦୋଷୀଙ୍କୁ ଦଣ୍ଡ ମିଳୁଛି ନା ଆଗକୁ ପୁଣି ତାରିଖ ଗଡ଼ୁଛି ତାହା ଉପରେ ହିଁ ନଜର ।

{"id":233380,"sizeSlug":"large"}

ଗଣମାଧ୍ୟମରେ ଦୋଷୀଙ୍କ ଓକିଲ ସିଂ ପ୍ରତିକ୍ରିୟା ଦେବା ସମୟରେ କହିଛନ୍ତି, ଚତୁର୍ଥ ଥର ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ଏହା ପୂର୍ବରୁ ସେମାନଙ୍କୁ ତିନିଥର ଫାଶୀ ଦିଆ ସରିଛି। ଆଉ କେତେ ଥର ଫାଶୀ ଦିଆଯିବ। ଏମାନେ ଆତଙ୍କବାଦୀ ନୁହଁନ୍ତି। ଜେଲ୍‌ରେ ଚାରିଜଣ ଦୋଷୀ ପରିବର୍ତ୍ତନ ହୋଇ ସାରିଛନ୍ତି। ଏପି ସିଂହ ଆହୁରି ମଧ୍ୟ କହିଛନ୍ତି, ଅକ୍ଷୟର ଆଇନ ବିକଳ୍ପ ଏପର୍ଯ୍ୟନ୍ତ ରହିଛି। ତାର ଦୟା ପିଟିସନ ଜେଲ୍‌ରେ ଗ୍ରହଣ ହୋଇଛି। ଏ ସଂପର୍କରେ କୋର୍ଟଙ୍କୁ ମଧ୍ୟ ଅବଗତ କରି ଦିଆଯାଇଛି। ପୁଣି ଆଜି ସୁପ୍ରିମ କୋର୍ଟରେ ଏକ ଶୁଣାଣି ହେବ। ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ କେନ୍ଦ୍ର ସରକାର କୋର୍ଟରେ ପିଟିସନ ଦାୟର ମଧ୍ୟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.