ମାତ୍ର ୧୪ ମାସର କଅଁଳ ଶିଶୁ, ହାତ ଓ ଗୋଡ଼ରେ ବନ୍ଧା ହୋଇଛି ରଶି: ମାଆ ମାରି ଚାଲିଛି ଠିଆ ଗୋଇଠା, ଦେଖନ୍ତୁ ଏହି ଦୃଶ୍ୟ

Published By : Prameya-News7 Bureau | August 16, 2020 IST

କୋଣାର୍କ୧୬/୮:  ଆମେ କହିବା ଅପେକ୍ଷା ଆପଣ ଏହି ଦୃଶ୍ୟକୁ ଦେଖିଲେ ଅଧିକ ହୃଦୟଙ୍ଗମ କରି ପାରିବେ।   ଦେଖନ୍ତୁ ଏହି ଦୃଶ୍ୟ…

wp:html /wp:html

ଭିଡିଓରେ ଆପଣ ଯାହା ଦେଖୁଛନ୍ତି, ଆମେ ବି ଠିକ୍ ସେୟା ଦେଖୁଛୁ। ଛୁଆଟିର ମାତ୍ର ବୟସ ୧୪ ବର୍ଷ। କଣ ଟିକେ ଭୁଲ କରିଛି, ତା କଅଁଳ ହାତ- ଗୋଡକୁ ଟାଣ ରଶିରେ ବାନ୍ଧି, ଏହି ମହିଳା ଜଣଙ୍କ କିପରି ଠିଆ ଗୋଇଠା​‌ ମାରୁଛନ୍ତି। ପୁଣି ଗୋଡ଼ ପାଦରେ ତା କଅଁଳ ଅଣ୍ଟାକୁ ବଳପୂର୍ବକ ମାଡି ଦେଉଛନ୍ତି। ମାତ୍ର ୧୪ ମାସର ଛୁଆ ସେ କଣ ବା ଜାଣିଛି। ଗୋଟେ ମାଆ ଆକ୍ରୋଶ ମୂଳକ ଭାବେ ଛୁଟିକୁ ଏମିତି ବାଡ଼େଇ ପଛରେ ବୋଧେ ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା ହୋଇପାରି ଥାଏ ବୋଲି ଅନୁମାନ କରାଯାଉଛି।  ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଶୋରଭା ପଞ୍ଚାୟତର ପାଇକସାହି ଗ୍ରାମରେ ଜଣେ ମା’ ତାର ୧୪ ମାସର ଶିଶୁ ପୁତ୍ରକୁ ଗୋଡ ହାତ ବାନ୍ଧି ମାଡ ମାରିବା ଭଳି ଏକ ଲୋମଟାଙ୍କୁରା ଦୃଶ୍ୟ । ଭାଇରାଲ୍ ହୋଇଛି । ଏଭଳି ଏକ ଭାଇରାଲ ଦୃଶ୍ୟକୁ ଏବେ ଏହି ଗ୍ରାମରେ ଅସନ୍ତୋଷ ଦେଖାଦେଇଛି ।

ସୂଚନାଯୋଗ୍ୟ ଯେ, ପାଇକ ସାହି ଗ୍ରାମର ଚକ୍ରଧର ନାମକ ଜଣେ ବ୍ୟକ୍ତି ଭୁବନେଶ୍ବର ବ୍ୟବସାୟ କରୁଥିବା ବେଳେ ଅଧିକାଂଶ ସମୟ ଘରେ ରୁହନ୍ତି ନାହିଁ । ଚକ୍ରଧରଙ୍କ ଘରେ ବୁଢ଼ା ବାପା-ମା’ ରହିବା ସହ ୧୪ ମାସର ଶିଶୁପୁତ୍ର ଓ ସ୍ତ୍ରୀ ରୁହନ୍ତି । ପୂର୍ବରୁ ଚକ୍ରଧରଙ୍କ ସ୍ତ୍ରୀ ଶାଶୁ ଶ୍ବଶୁରଙ୍କୁ ଏଭଳି ନିର୍ଯାତନା ଦେବା ଅଭିଯୋଗ ଆସିବା ପରେ ଶେଷରେ ନିଜ ସ୍ତ୍ରୀଙ୍କ ବିରୋଧରେ ଚକ୍ରଧର କୋର୍ଟରେ ଆଶ୍ରୟ ନେବା ସହିତ ସ୍ତ୍ରୀଙ୍କ ଅଜାଣତରେ ଘରେ ଏକ ସିସିଟିଭି ଲଗାଇଥିଲେ ।

କିଛି ଦିନ ତଳେ ଚକ୍ରଧର ଘରକୁ ଆସି ଏହି ସିସିଟିଭି ଫୁଟେଜ ଯାଞ୍ଚ କରିବାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ପାଇଥିଲେ । ପରେ ଏପରି ଏକ ଲୋମଟାଙ୍କୁରା ଦୃଶ୍ୟ ଭାଇରାଲ୍ ହୋଇଥିବା ବେଳେ ଏଭଳି ଏକ ରାକ୍ଷସୀ ମା’ ତାର ୧୪ ମାସର ଶିଶୁପୁତ୍ରକୁ ମାଡ ମାରିବା ନେଇ ଅସନ୍ତୋଷ ଦେଖାଦେଇଛି । ଏଭଳି ଭାଇରାଲ୍ ଘଟଣା ସଂପର୍କରେ କୌଣସି ମତାମତ ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.