Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଏହି ସ୍ଥାନରେ ରହନ୍ତି ଦୁନିଆର ସବୁଠୁ ସୁନ୍ଦରୀ ଯୁବତୀ ଓ ମହିଳା, ଏମାନଙ୍କ ସଂପର୍କରେ ଜାଣନ୍ତୁ

21/10/2019 at 5:20 PM

ନୂଆଦିଲ୍ଲୀ୨୧|୧୦: ବର୍ତ୍ତମାନ ସମୟରେ ପ୍ରତ୍ୟେକ ଯୁବତୀ ଓ ମହିଳା ନିଜକୁ ସୁନ୍ଦର ରଖିବା ପାଇଁ ଚେଷ୍ଟା କରିଥାନ୍ତି। ବୟସ ବଢ଼ିଲା ପରେ ବହୁ ଚେଷ୍ଟା କରିବା ସତ୍ବେ ନିଜର ସୌନ୍ଦର୍ଯ୍ୟ ବଜାଇ ରଖିବା କଷ୍ଟ କଷ୍ଟକର ହୋଇ ପଡ଼ିଥାଏ। ଏମିତି ଏକ ସ୍ଥାନ ରହିଛି ଯେଉଁଠି ମହିଳା ୮୦ ବର୍ଷରେ ବି ୩୦-୪୦ ବର୍ଷର ମହିଳାଙ୍କ ଭଳି ଦେଖା ଯାଆନ୍ତି। ଦୁନିଆରେ ଏହି ସ୍ଥାନରେ ସବୁଠାରୁ ସୁନ୍ଦରୀ ମହିଳା ଓ ଯୁବତୀ ରହିଛନ୍ତି। ଅନ୍ୟ କେଉଁ ଦେଶ ନୁହେଁ ଭାରତର ପଡୋଶୀ ଦେଶ ପାକିସ୍ତାନର ହୁଞ୍ଜା ସମ୍ପ୍ରଦାୟ ନାରୀମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହୁଞ୍ଜା ସମ୍ପ୍ରଦାୟର ୮୦ ବର୍ଷ ବୟସ୍କା ମହିଳା ବୃଦ୍ଧା ହୁଅନ୍ତି ନାହିଁ। ଏଥିସହ ୯୦ ବର୍ଷ ବୟସ୍କ ପୁରୁଷ ବାପା ହେଇ ପାରିବେ। ଉତ୍ତର ପାକିସ୍ତାନର କରାକୋରମ୍‌ ପାହାଡ଼ି  ଅଞ୍ଚଳରେ ହୁଞ୍ଜା ସମ୍ପ୍ରଦାୟ ଲୋକ ରହନ୍ତି। ଏହି ସମ୍ପ୍ରଦାୟର ଲୋକମାନଙ୍କ ଆୟୁଷ ହାରାହାରି ବୟସ ୧୨୦ ବର୍ଷ ହୋଇଥାଏ ବୋଲି କୁହାଯାଏ। ଏହି ସମ୍ପ୍ରଦାୟ ଲୋକଙ୍କୁ ବୁରୁଶୋ ବି କୁହାଯାଏ। ଏମାନେ ବୁରୁଶାସ୍କୀ ଭାଷାରେ କର୍ତ୍ତାବାର୍ତ୍ତା ହୋଇଥାନ୍ତି। ଏମାନଙ୍କୁ ମହାନ ସିକନ୍ଦର(Alexander)ଙ୍କ ବଂଶଧର ବୋଲି କୁହାଯାଏ।

ପାକିସ୍ତାନର ଅନ୍ୟ ସମୁଦାୟ ଲୋକଙ୍କ ତୁଳନାରେ ହୁଞ୍ଜା ସମ୍ପ୍ରଦାୟ ଲୋକ ଅତି ଶିକ୍ଷିତ ହୋଇଥାନ୍ତି। ପାକିସ୍ତାନର ପର୍ଯ୍ୟଟନ ସ୍ଥଳି ମଧ୍ୟ ହୁଞ୍ଜା ଘାଟି ଅନ୍ୟତମ। ପ୍ରତିଦିନ ହୁଞ୍ଜା ଘାଟିକୁ ଦେଶବିଦେଶରୁ ହଜାର ହଜାର ଲୋକ ବୁଲିବାକୁ ଆସିଥାନ୍ତି। ହୁଞ୍ଜା ସମ୍ପ୍ରଦାୟ ଲୋକଙ୍କ ସଂପର୍କରେ କିଛି ବହି ଲେଖା  ହୋଇଛି। ଯଥା ଦ ହେଲ୍‌ଦି ହୁଞ୍ଜାଜ ଓ ଦ ଲାଷ୍ଟ କିଙ୍ଗଡମ୍ ଅଫ୍‌ ଦ ହିମାଳୟଜ ଭଳି ପୁସ୍ତକ ଲେଖା ହୋଇଛି।

ମାନସିକ ସ୍ତରେ ହୁଞ୍ଜା ସମ୍ପ୍ରଦାୟ ଲୋକ ଅତି ଶକ୍ତିଶାଳୀ ହୋଇଥାନ୍ତି। ପ୍ରତିଦିନ ସକାଳ ୫ଟାରୁ ଉଠି ଏମାନେ ନିଜର କାର୍ଯ୍ୟ ଆରମ୍ଭ କରିଥାନ୍ତି। ଗାଡ଼ି ଅପେକ୍ଷା ଏଠାରେ ଲୋକମାନେ ପାଦରେ ଚାଲିବାକୁ ପସନ୍ଦ କରନ୍ତି।

   Related Posts