Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଅଯୋଧ୍ୟା ରୌନାହୀରେ ନିର୍ମାଣ ହେବ ମସଜିଦ୍, ସୁନ୍ନି ୱାକଅଫ ବୋର୍ଡ ଟ୍ରଷ୍ଟ ଗଠିତ

29/07/2020 at 6:10 PM

ଅଯୋଧ୍ୟା ୨୯।୭: ଶ୍ରୀରାମ ମନ୍ଦିର ନିର୍ମାଣ ଲାଗି ଅଯୋଧ୍ୟାରେ ରାମମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟର ପ୍ରସ୍ତୁତି ଏବେ ଚରମ ପର୍ୟ୍ୟାୟରେ ପହଞ୍ଚିଛି। ସେପଟେ ମସଜିଦ୍‌ ନିର୍ମାଣ ଲାଗି ସୁନ୍ନି ୱାକଅଫ ବୋର୍ଡ ବୁଧବାର ଟ୍ରଷ୍ଟ ଗଠନ କରିଥିବା ଜଣାପଡିଛି। ଏହି ମସଜିଦ ଅଯୋଧ୍ୟା ରୌନାହୀରେ ନିର୍ମିତ ହେବ ବୋଲି ବୋର୍ଡ କହିଥିବା ବେଳେ ଏଥିଲାଗି ୯ ଜଣ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି।  

ୱାକଅଫ ବୋର୍ଡ ଅଧ୍ୟକ୍ଷ ଜୁଫର ଅହମ୍ମଦ ଫାରୁକୀ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଥିଲାଗି ଆବଣ୍ଟିତ କରାଯାଇଥିବା ୫ ଏକର ଭୂମିରେ ମସଜିଦ୍ ସମେତ ରିସର୍ଚ୍ଚ ସେଣ୍ଟର, ଲାଇବ୍ରେରୀ ଓ ଏକ ହସ୍ପିଟାଲର ନିର୍ମାଣ ହେବ। ଏଥିଲାଗି ‘ଇଣ୍ଡୋ ଇସ୍ଲାମିକ ଫାଉଣ୍ଡେସନ’ ନାମରେ ଏକ ଟ୍ରଷ୍ଟ ଗଠନ କରାଯାଇଛି।  

ମସଜିଦ୍ ନିର୍ମାଣ ଲାଗି ଟ୍ରଷ୍ଟରେ ମୋଟ ୯ ଜଣଙ୍କୁ ସଦସ୍ୟ ରଖାଯାଇଛି। ଏଥିରେ ନିଜେ ଫାରୁକୀ ଟ୍ରଷ୍ଟର ସଂସ୍ଥାପକ ଟ୍ରଷ୍ଟି ଥିବା ବେଳେ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଗତବର୍ଷ ସୁପ୍ରିମକୋର୍ଟ ରାମଜନ୍ମଭୂମି ବାବ୍ରୀ ମସଜିଦ୍ ବିବାଦରେ ଐତିହାସିକ ରାୟ ଦେଇଥିଲେ। ୯ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ଦେଇଥିବା ଏହି ରାୟରେ ବିବାଦୀୟ ସ୍ଥଳରେ ଶ୍ରୀରାମ ମନ୍ଦିର ନିର୍ମାଣ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ଅଯୋଧ୍ୟାରେ ମସଜିଦ ଲାଗି ୫ ଏକର ଭୂମି ପ୍ରଦାନ ନିମନ୍ତେ ସରକାରଙ୍କୁ ଆଦେସ ଦେଇଥିଲେ। 

   Related Posts