Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସେପ୍ଟେମ୍ବର ମାସରେ ଏହି ୫ଟି ରାଶିର ବ୍ୟକ୍ତି ହେବେ ଅତ୍ୟନ୍ତ ରୋମାଣ୍ଟିକ୍ : ଜାଣନ୍ତୁ କେଉଁ କେଉଁ ରାଶି?

31/08/2019 at 11:19 AM

ପ୍ରେମ ଏବଂ ରୋମାନ୍ସ ଉଭୟର ପରସ୍ପର ମଧ୍ୟରେ କନେକ୍ସନ ରହିଥାଏ କିନ୍ତୁ ଏଦୁଇଟି ପରସ୍ପରଠୁ ଟିକେ ଭିନ୍ନ ମଧ୍ୟ ହୋଇଥାଆନ୍ତି। ପ୍ରେମ ଦୀର୍ଘସ୍ଥାୟୀ ହୋଇଥାଏ କିନ୍ତୁ ରୋମାନ୍ସ ବେଳେବେଳେ ଆସିଥାଏ। ଏହି ରୋମାନ୍ସର ଅନୁଭବ ନେବା ପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡ଼ିବ। ପ୍ରେମ ପରି ଜୀବନରେ ରୋମାନ୍ସ ରହିବା ମଧ୍ୟ ଜରୁରୀ ଅଟେ। ପ୍ରେମ ସମ୍ପର୍କରେ ଯେବେ ଯାଏଁ ରୋମାନ୍ସ ରହିଥାଏ ସେବେ ଯାଏଁ ପ୍ରେମ ମଧ୍ୟ ଠିକଠାକ୍ ଥାଏ। ରୋମାନ୍ସ କମିଗଲେ ପ୍ରେମ ମଧ୍ୟ କମିଯାଇଥାଏ। କେତେକ ଅଭାଗା ବ୍ୟକ୍ତି ସିଙ୍ଗଲ୍ ହେବା କାରଣରୁ ରୋମାନ୍ସ ଏବଂ ପ୍ରେମରୁ ବଞ୍ଚିତ ହୋଇଥାଆନ୍ତି। ଆଜି ଆମେ ଆପଣଙ୍କୁ ଏପରି କେତେକ ରାଶି ବିଷୟରେ କହିବୁ ଯାହା ଜୀବନରେ ସେପ୍ଟେମ୍ବର ମାସରେ ବହୁତ ରୋମାନ୍ସ ରହିବ।

୧.ମେଷ : ଏହି ରାଶିର ବ୍ୟକ୍ତିଙ୍କୁ ନିଜ ପାର୍ଟନରଠୁ ଏକ ରୋମାଣ୍ଟିକ୍ ସରପ୍ରାଇଜ ମିଳିପା​‌ରେ। ସେ ଆପଣଙ୍କ ପାଇଁ ଏହି ମାସରେ କିଛି ଖାସ୍ ରୋମାଣ୍ଟିକ୍ ପ୍ଲାନ୍ କରିବେ। ଯେଉଁମାନେ ଏକୁଟିଆ ଅଛନ୍ତି ଏବଂ ଜୀବନସାଥୀ ଖୋଜୁଛନ୍ତି ତାଙ୍କ ପାଇଁ ମଧ୍ୟ ସଂଯୋଗ ସୃଷ୍ଟି ହେବାକୁ ଯାଉଛି। ଆପଣଙ୍କୁ ଆପଣଙ୍କ ସ୍ବପ୍ନର ରାଜକୁମାର ଏବଂ ରାଜକୁମାରୀ ମିଳି ପାରନ୍ତି।

୨. ବୃଷ : ଏମାନଙ୍କ ଲଭ ପାର୍ଟନର ଏହି ମାସରେ ଅତ୍ୟଧିକ ରୋମାଣ୍ଟିକ୍ ରହିବେ। ଏମାନେ ଟିକେ ବଦମାସ ବି ହୋଇପାରନ୍ତି। ସିଙ୍ଗଲ ଲୋକଙ୍କ କଥା କହିବା ଯଦି ତାଙ୍କ ଜୀବନରେ ଜଣେ ସ୍ପେଶାଲ ବ୍ୟକ୍ତିଙ୍କ ପ୍ରବେଶ ହେବ। ଏହି ଖାସ୍ ବ୍ୟକ୍ତି ଜଣକ ଆପଣଙ୍କ ଜୀବନ ପୂରାପୂରି ବଦଳି ଦେବେ।

୩. କନ୍ୟା : ସେପ୍ଟେମ୍ବର ମାସରେ କନ୍ୟା ରାଶିର ବ୍ୟକ୍ତିଙ୍କର ଜୀବନରେ ପ୍ରେମ ଏବଂ ରୋମାନ୍ସ ଭରିଯିବ। ଏହି ମାସରେ ଆପଣ ଏବଂ ଆପଣଙ୍କର ପାର୍ଟନର ଖୁବ୍ ଅଧିକ ମସ୍ତି ଏବଂ ରୋମାନ୍ସ କରିବେ। ଆପଣଙ୍କୁ ଏହି ମାସରେ ଏକ ଖୁସି ଖବର ମିଳିବ ଯାହା ଆପଣଙ୍କ ରୋମାନ୍ସକୁ ଦ୍ବିଗୁଣୀତ କରିଥାଏ। ସିଙ୍ଗଲ ଲୋକେ ମଧ୍ୟ ଏହି ମାସରେ ନୂଆ ପ୍ରେମିକ ଏବଂ ପ୍ରେମିକାଙ୍କୁ ଖୋଜି ପାରିବେ।

୪. ଧନୁ : ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସେପ୍ଟେମ୍ବର ମାସ କେବଳ ଯେ ରୋମାନ୍ସରେ ଭରପୂର ହେବ ତାନୁହେଁ ବରଂ ଧନସମ୍ପତ୍ତି ମଧ୍ୟ ମିଳିବ।

୫. କୁମ୍ଭ : ଏମାନଙ୍କ ପ୍ରେମ ଜୀବନରେ କିଛି ଚଟପଟି ଏବଂ ମଜାଦାୟକ ହେବ। ସେପ୍ଟେମ୍ବର ମାସରେ ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ଜୀବନ ସୁଖକର ହେବ। ଯେଉଁ ଲୋକେ ସିଙ୍ଗଲ୍ ତାଙ୍କ ଜିୀବନରେ ଜଣେ ଖାସ୍ ବ୍ୟକ୍ତି ପ୍ରବେଶ କରିବେ। ଏହି ବ୍ୟକ୍ତିଜଣକ ତାଙକର ସମସ୍ତ ସମସ୍ୟା ଛୁ କରିଦେବେ।

   Related Posts