ସେପ୍ଟେମ୍ବର ୩୦ ତାରିଖରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ

Published By : Prameya-News7 Bureau | August 16, 2020 IST

ଭୁବନେଶ୍ବର୧୬/୮:  ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ସଂପର୍କରେ ସୂଚନା ଦେଇଛନ୍ତି। ଏହି ମୌସୁମୀ ଅଧିବେଶନ କେଉଁଠି ବସିବ ସେନେଇ କୌଣସି ନିଷ୍ପତି ହୋଇନି। ବିଧାନସଭା କି ଲୋକସେବା ଭବନରେ ବସିବ ସେନେଇ ନିଷ୍ପତି ହେବ କରାଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି। କୋଭିଡ ନିୟମ ଅନୁସାରେ କେମିତି ବିଧାନସଭା ବସିବ ସେନେଇ ଲୋକସଭା ବାଚସ୍ପତି, ରାଜସ୍ଥାନ ଏବଂ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କ ଆଲୋଚନା କରିଛି। ସରକାର କୋଭିଡ ନିୟମ ପାଳନ କରିବାକୁ ବାଧ୍ୟ ବୋଲି ସରକାରୀ ଦଳର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.