ଚା ଦୋକାନରେ ବାସନ ମାଜୁଛି ମାଙ୍କଡ଼, ଭିଡିଓ ଦେଖିଲେ ଯେ କେହି ବି କହିବେ...

Published By : Prameya-News7 Bureau | July 03, 2021 IST

ନୂଆଦିଲ୍ଲୀ, ୦୩/୦୭: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୁଏ । ଏହି ଭଳି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ମଧ୍ୟ ସେମାନଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟାକୁ ଏହି ଭିଡିଓକୁ ଲକ୍ଷ୍ୟ କରି ଦିଅନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମାଙ୍କଡର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ମାଙ୍କଡ଼ଟି ଏକ ଚା ଦୋକାନ ପାଖରେ ବସି ବାସନ ଧୋଇଥିବାର ନଜର ଆସିଛି ।

ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଏକ ଚା ’ଦୋକାନରେ ଅନେକ ଲୋକ ଏକାଠି ହୋଇଛନ୍ତି । ମାଙ୍କଡ଼ ବସିଥିବା ଦୋକାନ ନିକଟରେ ଏକ ଟେବୁଲ୍ ରହିଛି । ଟେବୁଲ ଉପରେ ଏକ ଟବ୍ ଅଛି । ଭିଡିଓରେ ଦେଖାଯାଉଛି ଯେ ଏହି ମାଙ୍କଡ଼ ଟବରେ ଭର୍ତ୍ତି ପାଣିରେ ବାସନଗୁଡ଼ିକୁ ଧୋଉଛି । ମାଙ୍କଡ଼ ହାଣ୍ଡିକୁ ବାରମ୍ବାର ଟବ ପାଣିରେ ବୁଡ଼ାଇ ବାହାର କରୁଛି । ପାଖରେ ଛିଡ଼ା ହୋଇଥିବା ଲୋକ ମାଙ୍କଡକୁ ବାସନ ସଫା କରୁଥିବା ଦେଖୁଛନ୍ତି ।

wp:html
/wp:html

ଭିଡ଼ିଓଟିରେ ଗୋଟିଏ ବିଶେଷ ଉକ୍ତି ଶୁଣିବାକୁ ମିଳୁଛି । ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ଶାହାରୁଖ ଖାନଙ୍କ ଫିଲ୍ମ ରଇସ୍ ଏକ ପ୍ରସିଦ୍ଧ ସଂଳାପ ମଧ୍ୟ ଶୁଣିବାକୁ ମିଳୁଛି। ଶାହାରୁଖ ଖାନଙ୍କ ସ୍ୱରରେ ଏହି ସଂଳାପଟି ବେଶ୍‌ ଗୁରୁତ୍ୱବହନ କରୁଛି । 'ଆମ୍ମି ଜାନ କହୁଥିଲେ ଯେକୌଣସି ବ୍ୟବସାୟ ଛୋଟ ନୁହେଁ ଏବଂ କୌଣସି ଧର୍ମ ବ୍ୟବସାୟଠାରୁ ବଡ଼ ନୁହେଁ । ତେବେ ଏହି ଭିଡିଓକୁ ନେଇ କିଛି ବ୍ୟକ୍ତି କମେଣ୍ଟ କରିବା ସହିତ ନିଜ ନିଜର ପତିକ୍ରିୟା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.