ବିଶ୍ଵାସ ନହେଲେ ବି ସତ : ନିଜ ଅଙ୍ଗ ପାଇଁ ୧୩ କୋଟି ବୀମା କରିଛନ୍ତି ଏହି ମଡେଲ, ଜାଣନ୍ତୁ କିଏ ସେହି ତରୁଣୀ ?

Published By : Prameya-News7 Bureau | November 13, 2021 IST

ବ୍ରାଜିଲ୍‌ ୧୩।୧୧ : ସାଧାରଣତଃ ଲୋକେ ନିଜ ଘର, କାର୍ ବା ଜୀବନର ରକ୍ଷା ପାଇଁ ବୀମା କରିଥାନ୍ତି। ଏଥିପାଇଁ ବିଭିନ୍ନ ପ୍ରକାରର ବୀମା ଯୋଜନା ମଧ୍ୟ ଥାଏ । କିନ୍ତୁ ଆପଣ କ’ଣ କେବେ କିଏ କୌଣସି ନିର୍ଦ୍ଦିଷ୍ଟ ଅଙ୍ଗ ପାଇଁ ବୀମା କରିବା ଶୁଣିଛନ୍ତି କି? ହଁ ଏମିତି ମଧ୍ୟ ଅଛି ଯିଏ କି ଜଣେ ମଡେଲ୍ ଅଛନ୍ତି ସେ ତାଙ୍କର ଗୋଟିଏ ଅଙ୍ଗକୁ ବୀମା କରିବା ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ହୁଏତ ଏହି କଥା ଆପଣଙ୍କୁ ବିଶ୍ୱାସ ହେଉ ନ ଥିବ, କିନ୍ତୁ ଏହା ସତ।

ତେବେ ବ୍ରାଜିଲରେ ରହୁଥିବା ଜଣେ ମଡେଲ ତାଙ୍କ ଅଙ୍ଗକୁ ସୁରକ୍ଷା ଦେବା ନେଇ ବୀମା କରିଛନ୍ତି। ଏନେଇ ସେ ଲକ୍ଷେ କି ଦୁଇ କିମ୍ବ ୧୦ଲକ୍ଷ ନୁହେଁ, ପାଖାପାଖି ୧୩ କୋଟି ଟଙ୍କାର ଦେଇ ବୀମା କରିଛନ୍ତି। ଭାବିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ। ଆପଣ ଭାବୁଥିବେ ଶରୀରର କେବଳ ଗୋଟିଏ ଅଙ୍ଗ ପାଇଁ ବୀମା । ପୁଣି୧୩ କୋଟି ! ବ୍ରାଜିଲର ଏହି ମଡେଲ୍ ଗୋଟିଏ ଟାଇଟଲ ଜିତିବା ପରେ ସେ ତାଙ୍କର ଏହି ଅଙ୍ଗର ବୀମା କରିବା ନେଇ ନିଷ୍ପତ୍ତି ନେଇଥିଲେ।

ସୂଚନା ଅନୁଯାୟୀ ବ୍ରାଜିଲର ଏହି ମଡେଲ୍‌ଙ୍କ ନାମ ନାଥୀ କିହାରା ,ତାଙ୍କୁ ୩୫ ବର୍ଷ। କିହାରା ନିକଟରେ ମିସ୍ ବଟ୍ ୱାର୍ଲ୍ଡ ୨୦୨୧ ଟାଇଟଲ ଜିତିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ସବୁ ପ୍ରତିଯୋଗୀଙ୍କ ଠାରୁ ସବୁଠାରୁ ଅଧିକ ଭୋଟ୍ ପାଇଥିବାରୁ ତାଙ୍କୁ ମିସ୍ ବଟ୍ ୱାର୍ଲ୍ଡ ଭାବେ ବିବେଚିତ କରାଯାଇଛି। ଏହି ଟାଇଟଲ୍‌ ହାସଲ କଲା ପରେ ୩୫ ବର୍ଷୀୟ କିହାରା ନିଜ ବଟ୍‌ ବୀମା କରିବା ନେଇ ନିଷ୍ପତ୍ତି ନେଇଥିଲେ। ଏନେଇ ସେ ୧୨କୋଟି ୯୫ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାରମାନେ ସେ ପାଖାପାଖି ୧ ଲକ୍ଷ ଟଙ୍କା ଦେଇ ତାଙ୍କର ଗୋଟିଏ ଅଙ୍ଗର ବୀମା କରିଛନ୍ତି।

ବ୍ରାଜିଲିଆନ୍ ମଡେଲ୍ କହିଛନ୍ତି ଯେ “ମୁଁ ମୋ ବଟ୍‌ (ନିତମ୍ବ) ନେଇ ପ୍ରସିଦ୍ଧ ତଥା ଲୋକପ୍ରିୟ । ଏଥିପାଇଁ ମୁଁ ଟାଇଟଲ ମଧ୍ୟ ଜିତିଛି। ଏହି କାରଣରୁ ମୁଁ ଏହାର ବୀମା କରେଇଛି” । ସେ କହିଛନ୍ତି ଯେ ଏବେବି ସେ ତାଙ୍କ ବଟ୍‌କୁ ନେଇ ସନ୍ତୁଷ୍ଟ ନୁହନ୍ତି। ସେ ଏହାକୁ ଆହୁରି ବଡ କରିବାକୁ ଚାହାନ୍ତି। ଏନେଇ ସେ ଅନେକ ବ୍ୟାୟାମ୍ ମଧ୍ୟ କରୁଛନ୍ତି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏହାକୁ ନେଇ ନାଥୀ କିହାରା ଅନେକ ପୋଷ୍ଟ୍‌ କରିଛନ୍ତି। ସେ ଏହି ଟାଇଟଲ ଜିତିବା ପରେ ଏହାର ଏକ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ ହଜାର ହଜାର ଲାଇକ୍ କମେଣ୍ଟ ଆସୁଥିବା ବେଳେ କିହାରାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ୫୬୦ ହଜାର ଫଲୋର୍ସ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.