ପିଜି ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଇବା ନିଷ୍ପତ୍ତି ବିରୋଧରେ ଏମ୍‌କେସିଜି ଜୁନିୟର ଡାକ୍ତର ସଂଘ

Published By : Prameya-News7 Bureau | August 06, 2020 IST

ବ୍ରହ୍ମପୁର୬/୮: ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ପିଜି ଡାକ୍ତରଙ୍କୁ କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାକୁ ପଠାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହାକୁ ନେଇ  ଆପତ୍ତି ଉଠାଇଛି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଜୁନିଅର ଡାକ୍ତର ସଂଘ। ଏମ୍‌କେସିଜି ମେଡିକାଲ ଦଣିଣ ଓଡିଶାର ଏକ ରେଫେରାଲ ହସ୍ପିଟାଲ ହୋଇଥିବା ବେଳେ ଏଠାକୁ ପ୍ରତିଦିନ ଶହ ଶହ ରୋଗୀ ଆସୁଛନ୍ତି।

ସେହିପରି କାର୍ଯ୍ୟରତ ପିଜି ଡାକ୍ତରମାନେ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଅନୁଯାୟୀ, ଗଞ୍ଜାମ କୋଭିଡ୍‌ ହସ୍ପିଟାଲ ଓ ଏମ୍‌କେସିଜି ଆଇସୋଲେସନ ଓ୍ବାର୍ଡରେ କାର୍ଯ୍ୟରତ। ତେଣୁ ଏଠାରୁ ସମସ୍ତ ପିଜି  ଡାକ୍ତରଙ୍କୁ  ନେଇଗଲେ ରୋଗୀସେବା ଏକ ପ୍ରକାର ଠପ୍ ହୋଇଯିବ ବୋଲି ସଂଘ ପକ୍ଷରୁ ଗୁରୁବାର ସାମ୍ବାଦିକ ସମ୍ମିଳନୀ କୁହାଯାଇଛି।

ଏ ନେଇ ସଂଘ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।  ଏମ୍‌କେସିଜିରୁ ୨୦ରୁ୨୫ ପ୍ରତିଶତ ହିଁ ପିଜି ଡାକ୍ତରଙ୍କୁ ନେଇ ସେମାନଙ୍କୁ ଗଞ୍ଜାମ ନିକଟବର୍ତ୍ତୀ ଜିଲ୍ଳାରେ କାର୍ଯ୍ୟ କରିବାକୁ ସୁଯୋଗ ଦେବାକୁ ସଂଘ ଅନୁରୋଧ କରିଛି। ଏହି ସମ୍ମିଳନୀରେ ସଂଘ ସଭାପତି ଡାକ୍ତର ସ୍ମୃତି ରଞ୍ଜନ ପଟ୍ଟନାୟକ, ସାଧାରଣ ସମ୍ପାଦକ ଡାକ୍ତର ଅନୁପମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.