ଲକ୍‌ଡାଉନ୍‌ରେ ଚମତ୍କାର, ଉତ୍ତର ପ୍ରଦେଶରୁ ଦୃଶ୍ୟମାନ ହେଲା ହିମାଳୟର ବରଫାଚ୍ଛନ ପାହାଡ

Published By : Prameya-News7 Bureau | May 21, 2021 IST

ନୂଆଦିଲ୍ଲୀ ୨୧।୦୫: କରୋନା ଭାଇରସ୍‌ କାରଣରୁ ଗତ ଏକ ବର୍ଷରୁ ଅଧିକ ସମୟ ହେବ ଲୋକେ ଘର ଭିତରେ ହିଁ ବାନ୍ଧି ହୋଇ ରହିଛନ୍ତି। ସେମାନଙ୍କୁ ଘର ଭିତରେ ସମୟ ଅତିବାହିତ କରିବାକୁ ପଡୁଛି। କରୋନା ମହାମାରୀ କାରଣରୁ ଧନଜୀବନ ଏବଂ ଅର୍ଥବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ମାତ୍ର ଏହି ସଙ୍କଟଜନକ ସମୟରେ ଗୋଟିଏ ସକରାତ୍ମକ ଦିଗ ମଧ୍ୟ ସାମ୍ନାକୁ ଆସିଛି। ତାହା ହେଉଛି ପରିବେଶ ଓ ବାୟୁମଣ୍ଡଳ ସ୍ଵଚ୍ଛ ହେବା। ଏହାର ପ୍ରଭାବରୁ ସହରରୁ ହିଁ ହିମାଳୟର ବରଫାଚ୍ଛନ ପାହାଡ ଦୃଶ୍ୟମାନ ହୋଇଛି।

{"id":455340,"sizeSlug":"large","linkDestination":"none"}

ଆଇଏଫଏସ ଅଧିକାରୀ ରମେଶ ପାଣ୍ଡେ ଟ୍ଵିଟ୍‌ କରି ଏହାର ମନୋହର ଦୃଶ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଉତ୍ତର ପ୍ରଦେଶର ସହାରନପୁରରୁ ହିମାଳୟର ବରଫାବୃତ ପାହାଡ ଦେଖା ଯାଉଛି। ବର୍ଷା ପରେ ଆକାଶ ସ୍ଵଚ୍ଛ ହୋଇ ଯାଇଛି ଏବଂ ଏକ୍ୟୁଆଇ ବି ପ୍ରାୟ ୮୫ ରହିଛି। ଏହି ଫଟୋଗୁଡିକୁ ଡ. ବିବେକ ବାନାର୍ଜୀ ନିଜ କ୍ୟାମେରାରେ ଉତ୍ତୋଳନ କରିଛନ୍ତି।

{"id":455341,"sizeSlug":"large","linkDestination":"none"}

କେବଳ ସହାରନପୁର ନୁହେଁ ବରଂ ପଞ୍ଜାବର ଜଳନ୍ଧରରୁ ମଧ୍ୟ ହିମାଳୟର ଧୌଲାଧାର ରେଞ୍ଜ ଦେଖିବାକୁ ମିଳିଥିଲା। ଗତ ବର୍ଷ ଲକଡାଉନ୍‌ କାରଣରୁ ପରିବେଶ ନିର୍ମଳ ହେବାରୁ ଲୋକଙ୍କୁ ଦୀର୍ଘ ସମୟ ପରେ ଦିଲ୍ଲୀ-ଏନଆରସିବାସୀଙ୍କୁ ନୀଳ ଆକାଶ ଦେଖିବାକୁ ମିଳିଥିଲା।

wp:html /wp:html

ଉଲ୍ଲେଖଯୋଗ୍ୟ ଗତ ବର୍ଷ ମଧ୍ୟ ରମେଶ ପାଣ୍ଡେ ଏହାର ଫଟୋ ସେୟାର କରିଥିଲେ। ସେ କ୍ୟାପସନରେ ଲେଖିଥିଲେ, ହିମାଳୟରେ ବରଫରେ ଢାଙ୍କି ହୋଇଥିବା ଶିଖର ଏବେ ସହାରନପୁରରୁ ଦେଖିବାକୁ ମିଳିଛି। ଏହି ଫଟୋକୁ ଇନକମ ଟ୍ୟାକ୍ସ ଇନ୍ସପେକ୍ଟର ଦୁଷ୍ୟନ୍ତ କୁମାର ନିଜ ବସନ୍ତ ବିହାର କଲୋନୀରୁ ଉତ୍ତୋଳନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.