ଜଗନ୍ନାଥଙ୍କୁ କାଠ ଦାନ କଲେ ସଂଖ୍ୟାଲଘୁ ଭକ୍ତ

Published By : Prameya-News7 Bureau | May 28, 2022 IST

ଟାଙ୍ଗୀ ୨୮/୦୫ : ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ପାଖରେ ଥିବା ଖଜୁରୀପଡା ଗାଁର ତାଜୁଦଦ୍ଦିନ ଖାଁ ଓରଫ ଦୁଖା ଖାଁ । ସଂଖ୍ୟାଲଘୁ ହେଲେ ମଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏହି ସଂଖ୍ୟାଲଘୁ ଭକ୍ତ କାଠ ଦାନ କରିଛନ୍ତି। ସଂଖ୍ଯା ଲଘୁ ହେଲେ ମନ ପୁରା ହିନ୍ଦୁ। ଆଜି ଜଗନ୍ନାଥଙ୍କ ପାଇଁ କାଠ ଦାନ କରିଛି, ଦରକାର ପଡିଲେ ରକ୍ତ ମଧ୍ୟ ଦେଇଦେବି ବୋଲି ସେ କହିଛନ୍ତି। ଜଗନ୍ନାଥଙ୍କ ପାଇଁ ନିଜ ବାଡ଼ିରେ ଥିବା ଶିମିଳି ଗଛର କାଠ ଦାନ କରି ନିଜକୁ ଗର୍ବ ଅନୁଭବ କରୁଛନ୍ତି ବୋଲି ଦୁଖା ଖାଁ କହିଛନ୍ତି । ଗତକାଲି ବନ ବିଭାଗ ପକ୍ଷରୁ କାଠ ସଂଗ୍ରହ କରାଯାଇଛି।

ତାଜୁଦ୍ଧିନ୍ ଖାଁ କହନ୍ତି ଯେତେବେଳେ ତାଙ୍କ ବାପା ଜଲିଲ୍ ଖାଁ ବଞ୍ଚିଥିଲେ ସେତେବେଳେ ସେହି ଶିମିଳି ଗଛକୁ ହାଣିବା ପାଇଁ ମନା କରିଥିଲେ । କିନ୍ତୁ ଏହାର କାରଣ କିଛି କହି ନଥିଲେ। ହେଲେ ପୁଅ  ବାପାଙ୍କ କଥା ବୁଝିପାରି ନଥିଲା । ହେଲେ ଆଜି ଜାଣିଲେ ବାପା ଙ୍କର ସେଦିନର କଥା। ଏହି ଗଛର କାଠ ଯେତେବେଳେ ଜଗନ୍ନାଥଙ୍କ କାମପାଇଁ ଯାଉଛି, ମୁଁ ଏବେ ଅନୁଭବ କରୁଛି ବାପାଙ୍କର ସେହି ପୁରୁଣା କଥା ବୋଲି ତାଜୁଦ୍ଦିନ କହିଛନ୍ତି । ଅନ୍ୟ ପଟେ ସେତେବେଳେ ଶ୍ୱଶୁର କହିଥିଲେ ଯେ ଏହି ଗଛକୁ କେହି ହଣାକଟା ନକରିବା ପାଇଁ ବୋଲି ତାଜୁଦ୍ଧିନ୍ ଖାଁଙ୍କ ସ୍ତ୍ରୀ ମଜମୁନ୍ ବିବି କହିଛନ୍ତି ।

ଆମେ ସଂଖ୍ୟାଲଘୁ ହୋଇପାରୁ, ହେଲେ ଯେତେବେଳେ ଆମର ସଂଖ୍ୟା ଲଘୁ ଭାଇର ଏକ ଗଛ ସ୍ୱୟଂ ଜଗତରନାଥ ଜଗନ୍ନାଥଙ୍କ କାମ ପାଇଁ ଯାଉଛି ସେଥିପାଇଁ ଆମେମାନେ ଗର୍ବିତ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.