ମୁଜଫରନଗର ୨୫/୦୬ : ଉତ୍ତର ପ୍ରଦେଶ ସରକାରଙ୍କ ସ୍ୱତନ୍ତ୍ର ପ୍ରଭାରେ ରାଜ୍ୟ ମନ୍ତ୍ରୀ କପିଲ ଦେବ ଅଗ୍ରୱାଲଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ମନ୍ତ୍ରୀ ରାସ୍ତାରୁ ଅଇଁଠା ଗ୍ଲାସ ଉଠାଇ ଡଷ୍ଟବିନରେ ପକାଉଥିବା ନଜର ଆସିଛନ୍ତି। ମାମଲା ଗୁରୁବାର ଦିନ ମୁଜଫରନଗରରେ ଘଟିଛି। ଗୁରୁବାର ଦିନ ମନ୍ତ୍ରୀ ନିଜ ଗାଡିରେ ଭୋପା ରୋଡ଼ ଦେଇ ଯାଉଥିଲେ। ଏତିକିବେଳେ ମନ୍ତ୍ରୀଙ୍କ ନଜରରେ ସରବତ ଛତ୍ର ଉପରେ ପଡିଥିଲା। ଏହି ସରବତ ଛତ୍ର ସାମ୍ନାରେ ରାସ୍ତାରେ ଅନେକ ଅଇଁଠା ପ୍ଲାଷ୍ଟିକ ଗ୍ଲାସ ପଡିଥିଲା। ମନ୍ତ୍ରୀ ନିଜ ଗାଡି ଅଟକାଇ କାରରୁ ଓହ୍ଲାଇ ରାସ୍ତାରେ ପଡିଥିବା ଗ୍ଲାସ ଉଠାଇ ଡଷ୍ଟବିନରେ ପକାଇବା ଆରମ୍ଭ କରିଥିଲେ।
ମନ୍ତ୍ରୀଙ୍କ କାମ ଦେଖି ସରବତ ଦେଉଥିବା ଲୋକେ ମଧ୍ୟ ରାସ୍ତାରୁ ଗ୍ଲାସ ଉଠାଇ ଡଷ୍ଟବିନରେ ପକାଇବାକୁ ଲାଗିଲେ। ଠିକ୍ ଏତିକିବେଳେ ସେଠାରେ ଉପସ୍ଥିତ କେହି ଜଣେ ବ୍ୟକ୍ତି ନିଜ ମୋବାଇଲରେ ପୁରା ଘଟଣା ରେକର୍ଡ କରି ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ସୋସିଆଲ ମିଡ଼ିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି।
wp:embed {"url":"https://youtu.be/PE16IX-dvLo","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"} /wp:embedଏହି ମାମଲାରେ ମନ୍ତ୍ରୀ କପିଲ ଦେବ ଅଗ୍ରୱାଲଙ୍କୁ ପଚାରିବାରୁ ସେ କହିଥିଲେ ଯେ ଆଜି ପୂର୍ଣ୍ଣିମା ଦିନ। ସେ ନିଜ ବିଧାନସଭା କ୍ଷେତ୍ରକୁ ଭ୍ରମଣ ପାଇଁ ଯାଉଥିଲେ। ସେତେବେଳେ ସେ ଦେଖିଲେ ଯେ ଗୋଟିଏ ଜାଗାରେ ପୂର୍ଣ୍ଣିମା ଅବସରରେ ଲୋକଙ୍କୁ ସରବତ ବଣ୍ଟା ଯାଉଛି। ସେଠାରେ ଲୋକେ ସରବତ ପିଏ ଗ୍ଲାସ ରାସ୍ତା ଉପରେ ଫୋପାଡ଼ି ଦେଉଥିଲେ। ରାସ୍ତାରେ ହଜାର ହଜାର ସଂଖ୍ୟାରେ ଗ୍ଲାସ ପଡିଥିଲା। ଏହା ଦେଖି ସେ ନିଜ ଗାଡି ଅଟକାଇ ନିଜେ ଗ୍ଲାସ ଉଠେଇ ଡଷ୍ଟବିନରେ ପକାଇଥିଲେ। ମନ୍ତ୍ରୀଙ୍କୁ ଦେଖି ସରବତ ବାଣ୍ଟୁଥିବା ଲୋକେ ଆସି କହିଲେ, ମନ୍ତ୍ରୀଜି ଆପଣ କାହିଁକି କରୁଛନ୍ତି ? ମନ୍ତ୍ରୀ ଉତ୍ତର ଦେଇଥିଲେ, ଆପଣ ଯେତିକି ପୁଣ୍ୟ କାମ କରୁଛନ୍ତି, ସେତିକି ପାପ ମଧ୍ୟ କରୁଛନ୍ତି।