ପ୍ଲାଜମା ଦାନ କରିବାକୁ ମନ୍ତ୍ରୀଙ୍କ ଆହ୍ୱାନ: ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାରୁ ଦେବେ ୯ ଜଣ
28/07/2020 at 7:16 PM

ଭଦ୍ରକ୨୮/୭: ଭଦ୍ରକ ଜିଲ୍ଲାରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।ଏ ସବୁକୁ ଲକ୍ଷ କରାଯାଇ କିପରି ପ୍ଲାଜମା ଥେରାପି ଚିକିତ୍ସା ପଦ୍ଧତିରେ କିପରି ଅଧିକ ଆକ୍ରାନ୍ତମାନେ ସୁସ୍ଥ ହୋଇପାରିବେ। ସେଥିପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।ସେଥିପାଇଁ ମଙ୍ଗଳବାର ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭଦ୍ରକ ଆସି ଏକ ସମୀକ୍ଷା କରିଛନ୍ତି।
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲାପାଳ ଯୋଗ ଦେଇଥିଲେ।ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିପରି ବଢୁଛି।ସେହି ବିଷୟରେ ଆଲୋଚନା କରିବା ସହ ପ୍ଲାଜମା ଥେରାପି ଚିକିତ୍ସା ପଦ୍ଧତି ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା। ଏପରିକି ଭଦ୍ରକରେ ସୁସ୍ଥତା ହାର ଅଧିକ ଥିବାରୁ, ସେହି ସୁସ୍ଥ ବ୍ୟକ୍ତି ମାନଙ୍କୁ ପ୍ଲାଜମା ଦାନ କରିବାକୁ କିପରି ଉତ୍ସାହିତ, ପ୍ରୋତ୍ସାହିତ କରାଯାଇ ପାରିବ ସେଥିପାଇଁ ବିଧାୟକ, ସାଂସଦ ମାନଙ୍କୁ ଦାୟିତ୍ୱ ଦିଆଯାଇଛି।
ପ୍ଲାଜମା ଦାନ, ଜୀବନ ଦାନ ଏହି ନାରା ଆରମ୍ଭ ଭଦ୍ରକରୁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏପରିକି ଜ଼ିଲ୍ଲାରେ ୨୮ ଜଣ ସୁସ୍ଥ ହୋଇଥିବା କରୋନା ରୋଗୀ ପ୍ଲାଜମା ଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ,୯ ଜଣ ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଦାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି।