Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରିପୋର୍ଟରଙ୍କଠୁ ବଞ୍ଚିବା ପାଇଁ ସ୍ଵାସ୍ଥ୍ୟ ଖରାପ ଥିବାର ବାହାନା କଲେ ମନ୍ତ୍ରୀ, ରାଜ୍ୟରେ ନିଆଁ ପରି ବ୍ୟାପିଗଲା କରୋନା ଗୁଜବ

1/09/2020 at 4:51 PM

ଭୋପାଳ ୦୧।୦୯: ମଧ୍ୟ ପ୍ରଦେଶରେ ଶିବରାଜ ସରକାରରେ ଜଣେ ମନ୍ତ୍ରୀଙ୍କ ବୟାନ ତାଙ୍କୁ ପୂରା ରାଜ୍ୟରେ ଚର୍ଚ୍ଚା ବିଷୟ କରି ଦେଇଛି। ଅଚାନକ ମନ୍ତ୍ରୀଙ୍କ ଫୋନ ବାଜି ଉଠିଛି ଏବଂ ଲୋକେ ତାଙ୍କ ସ୍ଵାସ୍ଥ୍ୟ ବିଷୟରେ ପଚାରୁଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଇମରତୀ ଦେବୀଙ୍କୁ କରୋନା ହୋଇଥିବା ଖବର ରାଜ୍ୟରେ ନିଆଁ ଭଳି ବ୍ୟାପିଛି। ଲୋକେ ଫୋନ କରି ମନ୍ତ୍ରୀଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରୁଛନ୍ତି। ମାତ୍ର ପରେ ମନ୍ତ୍ରୀ ଭାରତୀୟ ଜନତା ପାର୍ଟିର ଡବରା ବିଧାନସଭା କ୍ଷେତ୍ରର କର୍ମକର୍ତ୍ତାଙ୍କ ବୈଠକରେ ସାମିଲ ହୋଇଛନ୍ତି ଏବଂ ମୋ ଠାରେ କୌଣସି କରୋନା ଲକ୍ଷଣ ନଥିବା ମନ୍ତ୍ରୀ ବିଜେପି ନେତାଙ୍କୁ କହିଛନ୍ତି। ଏପରିକି ମନ୍ତ୍ରୀ କହିଛନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କଠୁ ବଞ୍ଚିବା ପାଇଁ ତାଙ୍କ ସ୍ଵାସ୍ଥ୍ୟ ଖରାପ ଥିବା କହିଥିଲେ।

ସୂଚନାଯୋଗ୍ୟ ସୋମବାର ଜିଲ୍ଲାପାଳ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଇମରତି ଦେବୀ ଯୋଗ ଦେଇଥିଲେ। ବୈଠକ ପରେ ଯେବେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିବାକୁ ଚାହିଁଲେ ସେ ଗଳାରେ ଯନ୍ତ୍ରଣା ହେଉଥିବା କହିଥିଲେ। ଏବେ ଘରକ ଯିବାକୁ ଚାହୁଁଛି। ମନ୍ତ୍ରୀ ନିଜର ସହାୟକଙ୍କ ମଧ୍ୟ ସ୍ଵାସ୍ଥ୍ୟ ଖରାପ ଥିବା କହି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିବାକୁ ଅଟକାଇଥିଲେ। ପରେ ଝାନ୍ସି ରୋଡ୍ ସ୍ଥିତ ଇମରତି ଦେବୀଙ୍କ ବଙ୍ଗଳାରେ ପହଞ୍ଚିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଙ୍କ ପିଏ ମୁଗେନ୍ଦ୍ର କୁଶଓ୍ଵାହ ମ୍ୟାଡମଙ୍କ ଦେହ ଖରାପ ଥିବା କହିଥିଲେ। ତାଙ୍କ ଗଳା, ହାତ-ଗୋଡ ବହୁତ ଯନ୍ତ୍ରଣା ହେଉଛି ଏବଂ ଏବେ ସେ କଥା କହିବା ସ୍ଥିତିରେ ନାହାନ୍ତି ବୋଲି ପିଏ କହିଥିଲେ।

ସନ୍ଧ୍ୟାରେ ମନ୍ତ୍ରୀ ଇମରତି ଦେବୀ ସିଟି ସେଣ୍ଟର ସ୍ଥିତ ହୋଟେଲରେ ଆୟୋଜିତ ଡବରା ବିଧାନସଭା କ୍ଷେତ୍ରର ବିଜେପି କର୍ମକର୍ତ୍ତାଙ୍କ ବୈଠକରେ ଯୋଗ ଦେଇଥିଲେ। ଗଣମାଧ୍ୟମ ପ୍ରତିନିଧି ଯେବେ ତାଙ୍କ ସ୍ଵାସ୍ଥ୍ୟ ବିଷୟରେ ପ୍ରଶ୍ନ କଲେ ସେ ଅସନ୍ତୁଷ୍ଟ ପ୍ରକାଶ କରି କହିଥିଲେ ମୋତେ ମିଡିଆକର୍ମୀଙ୍କଠୁ ବାହାରିବାର ଥିଲା, ଏଥିପାଇଁ ମୁଁ ସ୍ଵାସ୍ଥ୍ୟ ଖରାପ ଥିବା କଥା କହିଥିଲି ଏବଂ ଲୋକେ ମୋତେ କରୋନା ହୋଇଥିବା ଭାବି ନେଲେ।

   Related Posts