Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବିଜେପି ନେତ୍ରୀଙ୍କ ବେଣୀରୁ ମିଳିଲା ମନ୍ତ୍ରୀଙ୍କ ଚଷମା: ଭିଡିଓ ଭାଇରାଲ ପରେ କଂଗ୍ରେସ କହିଲା,‘ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମହିଳାଙ୍କୁ ଅସମ୍ମାନ’

18/10/2021 at 4:16 PM

ଭୋପାଳ ୧୮/୧୦ : ସଭା ମଞ୍ଚରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଚାଲିଥିଲା ସଭା, ଉପସ୍ଥିତ ଥିଲେ ହେଭିଓ୍ବେଟ୍‌ ମନ୍ତ୍ରୀ, ନେତା । ମଧ୍ୟ ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ବୃଜେନ୍ଦ୍ର ପ୍ରତାପ ସିଂହ ହଠାତ୍‌ କିଛି ଖୋଜିବାକୁ ଲାଗିଥିଲେ । ପରେ ଜଣାପଡିଥିଲା ମନ୍ତ୍ରୀ ନିଜ ଚଷମା ଖୋଜୁଛନ୍ତି । ଖୋଜୁ ଖୋଜୁ ଚଷମାଟି ଜଣେ ବିଜେପି ନେତ୍ରୀଙ୍କ ବେଣୀରେ ଲାଗିଯାଇଥିଲା । ମନ୍ତ୍ରୀ ବୃଜେନ୍ଦ୍ର ପ୍ରତାପ ସିଂହ ଚଷମାଟିକୁ ମହିଳା ନେତ୍ରୀଙ୍କ କେଶରୁ ବାହାର କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭାଇରାଲ ଭିଡିକୁ ନେଇ କଂଗ୍ରେସ କଡା ସମାଲୋଚନା କରିବା ସହିତ ମହିଳା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି । କଂଗ୍ରେସ କହିଛି ଯେ, ‘ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଛି । ତେଣୁ ମଧ୍ୟ ପ୍ରଦେଶ ମହିଳା କିଭଳି ସୁରକ୍ଷିତ ରହିବେ ।’

ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ବୃଜେନ୍ଦ୍ର ପ୍ରତାପ ସିଂହ । ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜନସାଧାରଣଙ୍କୁ ସମ୍ବୋଧିତ କରୁଥିବା ସମୟରେ ମହିଳା ନେତ୍ରୀଙ୍କ ସହିତ କିଛି କଥା ହେବା ପାଇଁ ଉଠିଥିଲି । ସେଠାରୁ ଆସି ନିଜ ସିଟ୍‌ରେ ବସିବା ସମୟରେ ଚଷମା ନଥିବା ଦେଖିବାକୁ ପାଇଥିଲି । ପାଖ ସିଟ୍‌ରେ ବସିଥିବା ଆଉ ଜଣେ ବିଜେପି ନେତା ଚଷମାଟି ନେତ୍ରୀଙ୍କ କେଶରେ ଲାଗିଥିବା କଥା କହିଥିଲେ । ଏହାପରେ ମୁଁ ଚଷମାକୁ ଆଣିବାକୁ ଚେଷ୍ଟା କରିଥିଲି । ଏହା ଏକ ସାମାନ୍ୟ ଘଟଣା, ଏହାକୁ ନେଇ ରାଜନୀତି କରାନଯାଉ।’

ସୂଚନା ଅନୁସାରେ, ମଧ୍ୟ ପ୍ରଦେଶ ରେଙ୍ଗାଓ୍ବ ବିଧାନସଭା କ୍ଷେତ୍ରର ସେମରଓ୍ବାରାରେ ଏକ ଜନସଭା ହେଉଥିଲା । ମଞ୍ଚରେ ଉପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲୋକଙ୍କୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ଜଣେ ନେତାଙ୍କ ନାଁ କହିବା ପାଇଁ ମନ୍ତ୍ରୀ ବୃଜେନ୍ଦ୍ର ପ୍ରତାପ ସିଂହ ନିଜ ସିଟରୁ ଉଠି ଛିଡା ହୋଇଥି​‌ଲେ । ନେତାଙ୍କ ନାଁ କହିବା ପରେ ଯେତେବେଳେ ନିଜ ସିଟ୍‌କୁ ବସିବାକୁ ଯାଉଥିଲେ, ସେତେବେଳେ ମଞ୍ଚ ଉପରେ ତାଙ୍କ ନିକଟରେ ଛିଡା ହୋଇଥିବା ବିଜେପି ନେତ୍ରୀ ପ୍ରତିମା ବାଗଡୀଙ୍କ କେଶରେ ତାଙ୍କର ଚଷମା ଲାଗିଯାଇଥିଲା । ତେବେ ପରେ ସେ ଚଷମା ଖୋଜିବାରୁ ତାହା ମିଳିନଥିଲା । ନିକଟରେ ବସିଥିବା ଆଉ ଜଣେ ନେତା କେଶରେ ଚଷମା ଲାଗିଥିବା ମନ୍ତ୍ରୀଙ୍କୁ କହିଥିଲେ । ପରେ ସେ ଚଷମାକୁ ନେଇଥିଲେ । କିନ୍ତୁ ଏହାକୁ ନେଇ କଂଗ୍ରେସ ବିଜେପିକୁ ଘେରିବା ସହ ମହିଳାଙ୍କୁ ସମ୍ମାନ କଥା ଉଠାଇ ସମାଲୋଚନା କରିଛି ।

   Related Posts