ମାନବିକତା ଦେଖାଇଲେ ମନ୍ତ୍ରୀ, ଦୁର୍ଘଟଣାରେ ଛଟପଟ ମହିଳାଙ୍କୁ ନେଇ ହସ୍ପିଟାଲରେ କଲେ ଭର୍ତ୍ତି

Published By : Prameya-News7 Bureau | January 22, 2021 IST

ବଲାଙ୍ଗୀର  ୨୨।୦୧: ମାନବିକତା ଦେଖାଇଲେ ମନ୍ତ୍ରୀ। ଦୁର୍ଘଟଣାରେ ଶୀକାର ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଡ଼ାକ୍ତର ଖାନା ନେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ।  ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ଯୋଗ ଦେଇ ଟିଟିଲାଗଡ ଫେରୁଥିଲେ ମନ୍ତ୍ରୀ ଟୁକୁନି ସାହୁ। ହେଲେ ସଇଁତଳା ଥାନା ବରଗାଁ ଛକଠାରେ ଦୁର୍ଘଟଣାରେ ପଡି ଛଟପଟ ହେଉଥିବା ମହିଳାଙ୍କୁ ଦେଖିବାକୁ ପାଇଥିଲେ। ଏହା ପରେ ଆହତ ମହିଳାଙ୍କୁ ନିଜ ଗାଡିରେ ନେଇ ସଇଁତଳା ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଏପରିକି ହସ୍ପିଟାଲରେ ନିଜେ ଉପସ୍ଥିତ ରହି ମହିଳାଙ୍କ ଚିକିତ୍ସା ସୁବିଧା କରିଛନ୍ତି।

{"id":396682,"sizeSlug":"large","linkDestination":"none"}

ସୂଚନା ଅନୁସାରେ  ଆହତ ମହିଳା ହେଉଛନ୍ତି  ସୁନିତା ମିଶ୍ର। ସେ ତାଙ୍କ ସ୍ଵାମୀ  ବିଜୟ ମିଶ୍ରଙ୍କ ସହ ବଡ଼ମାଳ ଗୋଳାବାରୁଦ କାରଖାନାରୁ ସଇଁତଲା ଅଭିମୁଖେ ଆସୁଥିବା ସମୟରେ ବରଗାଁରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଦୁର୍ଘଟଣାରେ  ପଡ଼ି ମହିଳା ଜଣକ ଛଟପଟ ହେଉଥିବା ବେଳେ ଲୋକ ଗହଳି ହୋଇଥିଲେ। ଏହି ସମୟରେ  କିଏ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲା ତ କିଏ ମେଡିକାଲ ନେବାକୁ ଜାତୀୟ ରାଜପଥରେ ଆସୁଥିବା ଅନ୍ୟ ଗାଡିକୁ ଅନୁରୋଧ କରୁଥିଲେ।

{"id":396681,"sizeSlug":"large","linkDestination":"none"}

ତେବେ ଏହି ସମୟରେ ସେହି ବାଟ ଦେଇ ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ ଫେରୁଥିଲେ। ଦୁର୍ଘଟଣାସ୍ଥଳରେ ଛଟପଟ ହେଉଥିବା ମହିଳା ଜଣଙ୍କୁ ଦେଖି ତୁରନ୍ତ ନିଜ ଗାଡ଼ିରେ ନେଇ ସଇଁତଳା ତାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏପରି କରି ମନ୍ତ୍ରୀ ଟୁକୁନି ସାହୁ ନିଜ ମାନବିକତା ଦେଖାଇଛନ୍ତି।

ଉପସ୍ଥିତ ଜନ ସାଧାରନଙ୍କୁ ଦୁର୍ଘଟଣାରେ ପଡିଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ। ତେବେ ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଏଭଳି ମାନବିକତାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.