MSME ଉଦ୍ୟୋଗ ହେଉଛି ଦେଶ ବିକାଶର ଇଞ୍ଜିନ୍, ପ୍ରୋତ୍ସାହନ ଏବଂ ସଶକ୍ତ ମାଧ୍ୟମରେ ଏହା ଆହୁରି ଆଗକୁ ବଢି ପାରିବ’ : ନୀତିନ ଗଡକରୀ

Published By : Prameya-News7 Bureau | April 08, 2021 IST

ନୂଆଦିଲ୍ଲୀ ୦୮/୦୪ : ଭାରତର ୧୦୦ଟି ଉଦୀୟମାନ ବ୍ୟବସାୟକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନୀତିନ ଗଡକରୀ । ଦେଶରେ MSME ସେକ୍ଟରର ବର୍ତ୍ତମାନ ସ୍ଥିତି କିଭଳି ରହିଛି ସେ ନେଇ ନିଜର ମତ ରଖିଛନ୍ତି ନୀତିନ ଗଡକରୀ ।  ସେ କହିଛନ୍ତି, ‘ଦେଶରେ MSME ସେକ୍ଟର ଏବେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସମାନ୍ତରାଳ ଭାବେ ଲୋକମାନଙ୍କ ବିକାଶ ହେଉଥିବା ବେଳେ ଦେଶର ଅର୍ଥନୀତି ବୃଦ୍ଧି ପାଇବାରେ ମଧ୍ୟ ବେଶ ସହାୟକ ହେଉଛି ।’

ଗତ କିଛି ଦଶନ୍ଧୀ ହେଲା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି ଏବଂ ଭାରତୀୟ ଅର୍ଥନୀତିରେ ବେଶ ପ୍ରଭାବ ପକାଇଛି । ଦେଶର ମୋଟ ଅର୍ଥନୀତିର ୩୦ ପ୍ରତିଶତ କେବଳ MSME ସେକ୍ଟରରୁ ହିଁ ଆସୁଛି । ଆଗକୁ ଏହା ୪୦ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା କେବଳ ବ୍ୟବସାୟ ମଜବୁତ, ପ୍ରୋତ୍ସାହନ ଏବଂ ସଶକ୍ତ ମାଧ୍ୟମରେ ସମ୍ଭବ ହେବ ବୋଲି ଗଡକରୀ କହିଛନ୍ତି ।

କାର୍ଯ୍ୟକମ୍ରରେ ଗଡକରୀ ଆହୁରି ମଧ୍ୟ କହିଛନ୍ତି, ଦେଶର ଶ୍ରେଷ୍ଠ ୧୦୦ ଉଦୀୟମାନ ବ୍ୟବସାୟକୁ ଆହୁରି ଆଗକୁ ବଢିବା ପାଇଁ ଅଭିନବ, ଦକ୍ଷ, ଭବିଷ୍ୟତଗାମୀ ଏବଂ ଦେଶର ସମୃଦ୍ଧତାକୁ ଦୃଷ୍ଟି ଦେବାକୁ ପଡିବ । ଦେଶରେ ଶ୍ରେଷ୍ଠ ୧୦୦ ବ୍ୟବସାୟକୁ ଦକ୍ଷତା ଏବଂ ଶାସନର ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଆଧାରରେ ମନୋନୀତ କରାଯାଇଛି । ଚାମ୍ବର ଅଫ୍‌ କମର୍ସ FICCI ଏକ ରିପୋର୍ଟ ଅନୁଯାୟୀ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଦେଶର ପ୍ରାୟ ୧୧.୧୦ କୋଟି ରୋଜଗାର ସୃଷ୍ଟି କରିଛି ଯାହାକି ଭାରତର ବିକାଶର ଇଞ୍ଜିନ୍‌ ବୋଲି ଉଲ୍ଲେଖ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.