କେବଳ ଧୂମାବତୀଙ୍କ ଦର୍ଶନ ମାତ୍ରେ ହୋଇଥାଏ ସ୍ବାମୀ ଓ ପୁତ୍ରଙ୍କ ସୁରକ୍ଷା

Published By : Prameya-News7 Bureau | October 14, 2019 IST

ସମାଜର ପ୍ରତ୍ୟେକ ମଣିଷ ଇଶ୍ବର ବିଶ୍ବାସୀ ହୋଇଥାନ୍ତି। ଏପରିକି ଘର ଉପରେ କୌଣସି ବିପଦ ମାଡି ଆସିଲେ ଦେବାଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା  କରିଥାନ୍ତି। ପରିବାର ଉପରେ ଶନିଙ୍କ କୋପ ଦୃଷ୍ଟି ଥିଲେ ଆମେ ଶନି ଦେବତାଙ୍କୁ ଶାନ୍ତି କରିବା ନିମନ୍ତେ ପୂଜା କରିଥାନ୍ତି। ଅନେକ ସମୟରେ ପରିବାର ଉପରକୁ ମାଡି ଆସୁଥିବା ବିପଦ ଅନୁସାରେ ଦେବାଦେବୀଙ୍କ ପୂଜା କରାଯାଇଥାଏ। ସେହିପରି ଆଜି ଆମେ ଦେବୀ ଧୂମାବତୀଙ୍କ ମହିମା ସଂପର୍କରେ ଆଲୋଚନା କରିବା।

ସ୍ବତନ୍ତ୍ର ପାଠ ଓ ସାମୂହିକ ଜପ ଦ୍ବାରା ଦେବୀ ଧୂମବତୀଙ୍କ ଅନୁଷ୍ଠାନ କରାଯାଇଥାଏ। କଳା ବସ୍ତ୍ର ଓ କଳା ତିଳକ ଲଗାଇ ଦେବୀ ଧୂମାବତୀଙ୍କୁ ଦର୍ଶନ କଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ସ୍ବାମୀ ଓ ପୁତ୍ରଙ୍କ ରକ୍ଷା ନିମନ୍ତେ ଦେବୀ ଧୂମାବତୀଙ୍କୁ ପୂଜା କରାଯାଇଥାଏ। କିନ୍ତୁ ସଧବା ଏହି ପୂଜାରେ ଭାଗ ନେଇ ନଥାନ୍ତି। ସଧବା କାହିଁକି ଦେବୀ ଧୂମାବତୀଙ୍କ ପୂଜାରେ ଭାଗ ନଅନ୍ତି ନାହିଁ ଆସନ୍ତୁ ଜାଣିବା।

ପୁରୁଣାରେ ଦେବୀ ଧୂମାବତୀଙ୍କ ସଂପର୍କରେ ଉଲ୍ଲେଖ ହୋଇଛି। ମାତା ପାର୍ବତୀ ରୂପରେ ଦେବୀ ଧୂମାବତୀ ଥିଲେ। ଥରେ ପାର୍ବତୀଙ୍କୁ ଜୋରରେ ଭୋକ ଲାଗିଲା । ସେ ବ୍ୟାକୁଳ ହୋଇ ଭୋଜନ କରିବା ପାଇଁ ଭଗବାନ ଶିବଙ୍କୁ କହିଲେ। କିଛି ସମୟ ଅପେକ୍ଷା କରିବା ପାଇଁ ଭଗବାନ ଶିବ ତାଙ୍କୁ କହିଥିଲେ। ଯାହାଫଳରେ ମାତା ପାର୍ବତୀଙ୍କ ପାଇଁ ଭଗବାନ ଶିବ କିଛି ଭୋଜନର ବ୍ୟବସ୍ଥା କରି ପାରିବେ। ବହୁ ସମୟ ବିତିଗଲା ପରେ ବି ଶିବ ଭୋଜନର ବ୍ୟବସ୍ଥା କରି ପାରିନଥିଲେ। ସେଥିଲାଗି ମାତା ପାର୍ବତୀ ଭୋକରେ ବ୍ୟାକୁଳ ହୋଇ ପଡିଥିଲେ। ଭୋକ ସହ୍ୟ ନକରି ପାରି ମାତା ପାର୍ବତୀ ଶିବଙ୍କୁ ଆହାର ଭାବେ ଗ୍ରହଣ କରିଥିଲେ । ଶିବଙ୍କ ଗଳାରେ ବିଷ ଥିବାରୁ ପାର୍ବତୀଙ୍କ ଶରୀରରୁ ଧୂଆଁ ବାହାରିଥିଲା।

ଏହି  କାରଣରୁ ଦେବୀ ପାର୍ବତୀଙ୍କୁ ଧୂମାବତୀ ନାଁରେ ପରିଚୟ ମିଳିଥିଲା। ନିଜ ସ୍ବାମୀ ଶିବଙ୍କୁ ଆହାର ରୂପରେ ଗ୍ରହଣ କରିବା ଯୋଗୁଁ ସେ ବିଧବା ହୋଇ ଯାଇଥିଲେ। ସେବେଠାରୁ ସେ ବିଧବା ବେଶରେ ପୂଜା ପାଉଛନ୍ତି। ଧୂମାବତୀ ନିଜ ସ୍ବାମୀ ଶିବଙ୍କୁ ଆହାର ରୂପରେ ଗ୍ରହଣ କରୁଥିବାରୁ ସଧବା ତାଙ୍କ ପୂଜାରେ ଭାଗ ନିଅନ୍ତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.