Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ମହାମହିମ ରାଜ୍ୟପାଳଙ୍କୁ ଭେଟିଲେ ପିପୁଲ୍ ଫର୍‌ ସେବାର ସଦସ୍ୟ: କହିଲେ, ‘ଆମର ଆଉ କାହା ଉପରେ ବିଶ୍ବାସ ନାହିଁ’

22/10/2020 at 5:07 PM

ଭୁବନେଶ୍ବର୨୨/୧୦: ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ସାଢ଼େ ୩ ମାସ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ପାରିନି।ଯେତେ ଦିନ ଗଡ଼ିବାରେ ଲାଗିଛି, ସେତେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ ଧୀମେଇଁବାରେ ଲାଗିଛି। ବର୍ତ୍ତମାନ ଯେମିତି ଲାଗୁଛି, ଆଦିତ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ସବୁ ଭୁଲି ଗଲେଣି।ପ୍ରଥମେ ତଦନ୍ତ ଭାର ଜିଆରିପି ପରେ କ୍ରାଇମ୍‌ବ୍ରାଞ୍ଚ ନେଇଥିଲେ। କିନ୍ତୁ ବର୍ତ୍ତମାନ ଆଦିତ୍ୟଙ୍କ ତଦନ୍ତ ପ୍ରକ୍ରିୟା ମନ୍ଥର ଗତିରେ ଚାଲୁଥିବା ପିପୁଲ୍‌ ଫର୍‌ ସେବାର କର୍ମକର୍ତ୍ତା ଅନୁଭବ କରିଛନ୍ତି। ସେଥିପାଇଁ ସିବିଆଇ ତଦନ୍ତ ଦାବି ନେଇ ମହାମହିମ ରାଜ୍ୟପାଳଙ୍କୁ ଭେଟି ଦାବି କରିଛନ୍ତି। ପିପୁଲ ଫର୍ ସେବାର ସଦସ୍ୟମାନେ କହିଛନ୍ତି ଯେ, ଆମର ଆଉ କାହା ଉପରେ ବିଶ୍ବାସ ନାହିଁ, ଏହି ତଦନ୍ତ ଭାର ସିବିଆଇକୁ ଦିଆଯାଉ।

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ନେଇ ବିଭିନ୍ନ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। କେତେବେଳେ କିନ୍ନରଙ୍କ କଥା ସାମ୍ନାକୁ ଆସିଲା ତ, ପୁଣି କେତେବେଳେ ସାଇକୋ ଲେଡିର କଥା ଉଠିଲା। ଏହି ଠେଲାପେଲା ଭିତରେ ଆଦିତ୍ୟଙ୍କ ମୃତ୍ୟୁର ଘଟଣା କୁଆଡ଼େ ଲୁଚି ଯିବନି ତ? ଏହି ଆଶ ଆଶଙ୍କାରେ ପିପୁଲ୍ ଫର୍ ସେବାର ସଦସ୍ୟମାନେ ମିଶି ରାଜ୍ୟପାଳଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିଛନ୍ତି।   

   Related Posts