Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||

ଜନ ପ୍ରସଙ୍ଗ ଆଗରେ ଫିକା ପଡିଲା ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନକୀ ବାତ୍’!

27/12/2020 at 9:24 PM

ନୂଆଦିଲ୍ଲୀ ୨୭।୧୨: ଏକ ସମୟ ଥିଲା ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ବେତାର କାର୍ଯ୍ୟକ୍ରମ ‘ମନକୀ ବାତ୍‌’ ଦେଶରେ ଖୁବ୍ ଲୋକପ୍ରୀୟତା ଅର୍ଜନ କରିଥିଲା। ପ୍ରଧାନମନ୍ତ୍ରୀଙ୍କ କଥାକୁ ଲୋକେ କେବଳ ଧ୍ୟାନର ସହ ଶୁଣୁନଥିଲେ ବେଶ୍ ପସନ୍ଦ ମଧ୍ୟ କରୁଥିଲେ। ତେବେ ଗତ କିଛି ସମୟ ହେଲା ଦେଶରେ ଜନକୀ ବାତ୍‌ ଉଠିବାରେ ଲାଗିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ମନକୀ ବାତ କାର୍ଯ୍ୟକ୍ରମ ପ୍ରଭାବହୀନ ହେବାରେ ଲାଗିଲାଣି।

ଡିସେମ୍ବର ମାସର ଶେଷ ରବିବାର ପ୍ରଧାନମନ୍ତ୍ରୀ ବର୍ଷର ଶେଷ ମନକୀ ବାତ୍‌ କରିଛନ୍ତି। ହେଲେ ଏହାର ଶ୍ରୋତାଙ୍କ ସଂଖ୍ୟା ପୂର୍ବ ଭଳି ନଥିବା ବେଳେ ଏହାର ସୋସିଆଲ ମିଡିଆ ଆଟାଚ୍‌ ମେଣ୍ଟରେ ଡିସଲାଇକ୍‌ ବଢିଥିବା ଦେଖାଯାଇଛି। ତେବେ ଲୋକେ କାର୍ଯ୍ୟକ୍ରମ ପ୍ରତି ବିମୁଖ ହେବାର ଯାହା କାରଣ, ତାହା ହେଉଛି ମନର ତତ୍ୱଗତ ବିନ୍ଦୁ ଓ ଏହାର ପରୀକ୍ଷାମୂଳକ ପ୍ରକୃତି ସମ୍ପୂର୍ଣ୍ଣ ଭିନ୍ନ।  

ପ୍ରଧାନମନ୍ତ୍ରୀ ବର୍ଷର ଶେଷ ମନକୀ ବାତ ଆରମ୍ଭରେ କହିଥିଲେ ଯେ ୨୦୨୦ ବର୍ଷ ଖୁବ୍ ଆହ୍ୱାନପୂର୍ଣ୍ଣ ଥିଲା। ଅନେକ ପ୍ରକାର ସଂକଟ ମଧ୍ୟ ଆସିଥିଲା। କରୋନା ଯୋଗୁ ସାରା ବିଶ୍ୱର ଯୋଗାଣ ଶୃଙ୍ଖଳରେ ଅନେକ ବାଧା ବି ଦେଖାଦେଇଥିଲା। ତେବେ ପ୍ରତ୍ୟେକ ସଂକଟରୁ ମୁଁ ନୂଆ ଶିକ୍ଷା ନେଇଛି ବୋଲି କହିଛନ୍ତି।

ଏହାସହ ପ୍ରଧାନମନ୍ତ୍ରୀ ଲୋକଙ୍କୁ ନୂଆବର୍ଷରେ ଆପଣମାନେ ଅନେକ ନୂଆ ନୂଆ ସଂକଳ୍ପ ନେଇଥାନ୍ତି ବୋଲି କହିଛନ୍ତି। ତେବେ ଏଥର ନୂଆବର୍ଷରେ ଦେଶଲାଗି ଏକ ନୂଆ ସଂକଳ୍ପ ନିଅନ୍ତୁ ବୋଲି କହିଥିଲେ। ଯେଉଁଥିରେ ଭାରତର ଲୋକଙ୍କ ଶ୍ରମରେ ପ୍ରସ୍ତୁତ ବ୍ୟବହାର ସାମଗ୍ରୀ ନିଶ୍ଚିତ ବ୍ୟବହାର କରିବା ଲାଗି ସଂକଳ୍ପ ନିଅନ୍ତୁ ବୋଲି କହିଛନ୍ତି।

ସେପଟେ ପ୍ରଧାନମନ୍ତ୍ରୀଙ୍କ ମନକୀ ବାତ କାର୍ଯ୍ୟକ୍ରମ ବେଳେ କୃଷିଆଇନ ବିରୋଧରେ ଦିଲ୍ଲୀରେ ପ୍ରଦର୍ଶନ କରୁଥିବା ଚାଷୀମାନେ ଥାଳି ବଜାଇଥିଲେ। ଏଥିରେ ବିକ୍ଷୋଭସ୍ଥଳରେ ମହଜୁଦ ସମସ୍ତ ପୁରୁଷ, ମହିଳା ଓ ପିଲାମାନେ ମଧ୍ୟ ସାମିଲ ହୋଇଥିଲେ।  କେବଳ ବିକ୍ଷୋଭକାରୀ ଚାଷୀ ଅଥବା ସେମାନଙ୍କ ପରିବାର ନୁହନ୍ତି ପଞ୍ଜାବ ସଙ୍ଗରୁର ସାଂସଦ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ବିରୋଧ କରିବା ସହ ଥଳା ବଜାଇଛନ୍ତି। ତାଙ୍କର ଏହି ବିରୋଧ ଭିଡିଓ ସେ ଟ୍ୱିଟ୍ ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି।

   Related Posts