ଶେଷ ହେଲା ମାଟ୍ରିକ ପରୀକ୍ଷା, ପିଲାଙ୍କ ମୁଣ୍ଡରୁ ବୋଝ ଗଲା...

Published By : Prameya-News7 Bureau | March 02, 2020 IST

କଟକ୨/୩: ଶେଷ ହେଲା ମାଟ୍ରିକ ପରୀକ୍ଷା ।  ପିଲାଙ୍କ ମୁଣ୍ଡରୁ ବୋଝ ଗଲା । ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଏବର୍ଷ ୨ ହଜାର ୮ ଶହ ୮୮ ଟି କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୯୦୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।

{"id":231907,"sizeSlug":"large"}

ନୂତନ ଢାଞ୍ଚ‌ାରେ ପରୀକ୍ଷା କରାଯାଇଥିବାରୁ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବାକୁ ବୋର୍ଡ ପକ୍ଷରୁ ଯଥା ସମ୍ଭବ ସତର୍କତା ଅବଲମ୍ବନ କରାଯାଇଥିଲା। ଶାନ୍ତି ଶୃଖଂଳାର ସହ ପରୀକ୍ଷା ଶେଷ ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ୧୮ ତାରିଖରୁ ଖାତା ଦେଖା  ଆରମ୍ଭ ହେବ ।  ୬୨ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖିବେ ୧୫ ହଜାରରୁ ଅଧିକ ଶିକ୍ଷକ,ଶିକ୍ଷୟିତ୍ରୀ । ମୂଲ୍ୟାୟନ ପ୍ରକ୍ରିୟା ୨୦ ଦିନ ଧରି ଚାଲିବ ।

{"id":231902,"sizeSlug":"large"}

ସେପଟେ ମଙ୍ଗଳବାରଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ।  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ୧୧୪୩ ସେଣ୍ଟରରେ କଳା, ବିଜ୍ଞାନ, ବାଣିଜ୍ୟରେ ପରୀକ୍ଷା ଦେବେ  ୩ ଲକ୍ଷ ୫୦ ହଜାର ୮୦୦ ଛାତ୍ରଛାତ୍ରୀ ।

{"id":231903,"sizeSlug":"large"}

 ସ୍ବଚ୍ଛତା ପାଇଁ ସବୁ କେନ୍ଦ୍ରରେ ଲାଗିଛି ସିସିଟିଭି । ୨୦୨ଟି ପରୀକ୍ଷା ପରିଚାଳନା ହବ୍ କରାଯାଇଛି। ୯ଟା ୩୦ ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଁଚିବ।  ମୋବାଇଲ୍ ଏବଂ ବୈଦ୍ୟୁତିକ ସାମଗ୍ରୀ ପରୀକ୍ଷା କେନ୍ଦ୍ରକୁ ମନା। ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ କିଛି ଲେଖିପାରିବେନି, ଉତ୍ତର ଖାତାର ବଳକା ଫର୍ଦ୍ଦରେ କ୍ରସ୍ ମାର୍କ କରିବାକୁ ସିଏଚଏସଇ ପକ୍ଷରୁ ନିର୍ଦ୍ଦେଶ ଦିଆଯଆଇଛି।ମାଟ୍ରିକ ପରୀକ୍ଷା ଭଳି ଯୁକ୍ତ ୨ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଖଂଳିତ କରବାକୁ କାଉନସିଲ୍ ପାକ୍ଷରୁ ସବୁ ପ୍ରକାର ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.