Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ମାସ୍କ ବାଧ୍ୟତା ମୂଳକ, ନପିନ୍ଧିଲେ ୨୦୦ରୁ ୫୦୦ ଟଙ୍କା ଫାଇନ

9/04/2020 at 7:54 PM

ଭୁବନେଶ୍ବର ୦୯.୦୪- ଗୁରୁବାର ଟାରୁ ମାସ୍କ ସାରା ରାଜ୍ୟରେ ବାଧ୍ୟତା ମୂଳକ ହୋଇଛି । ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ କୋଭିଡ୍‌ ୧୯ ର ମୁକାବିଲାରେ ମାସ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେଣୁ ସମସ୍ତଙ୍କ ଲାଗି ସର୍ବସାଧାରଣ ସ୍ଥାନରେ ଚଳପ୍ରଚଳ ବେଳେ ମାସ୍କ ବାଧ୍ୟତା ମୂଳକ ହୋଇଛି । ଓଡ଼ିଶା​‌ କୋଭିହ-୧୯ ନିୟମ ୨୦୨୦ର ସଂଶୋଧନକୁ ମଞ୍ଜୁରୀ ସହ ମାସ୍କ ପିନ୍ଧିବା ନିୟମକୁ ଆହୁରି କଡାକଡି କରିଛନ୍ତି ସରକାର । କ୍ୟାବିନେଟ୍‌ ବୈଠକର ନିଷ୍ପତ୍ତିି ଅନୁଯାୟୀ ଏହା ଲାଗୁ ହୋଇଛି। ଫଳରେ ମାସ୍କ ନପିନ୍ଧିଲି ତାହା ଦଣ୍ଡନୀୟ ଯେଉଁଥିପାଇଁ ଜରିମାନା ଦେବାକୁ ହେବ। ସର୍ବସାଧାରଣ ସ୍ଥାନରେ ଜନଗହଳି ରେ ମାସ୍କ ନପିନ୍ଧି ଥିଲେ ୨୦୦ ଟଙ୍କା ଫାଇନ ଗଣିବାକୁ ହେବ । ଆଉ ତିନିଥର ଯାଏଁ ଏହି ପରିମାଣର ଫାଇନ ଥିବା ବେଳେ ତାପରେ ୫ ସହ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟଭାବେ ଘୋଷଣା କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ଜିଲ୍ଲା ପ୍ରଶାସନ ।  ମାସ୍କ ନାହିଁ ତ ଗ୍ରୋସରୀ ନାହିଁ । ଏପରିକି ପନିପରିବା, ଫଳ କିମ୍ବା ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ନାହିଁ ବେଲି ନିର୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏନେଇ ପ୍ରତ୍ୟେକ ଦୋକାନୀ ତାଙ୍କର ଦୋକାନ ସମ୍ମୁଖରେ ଏକ ସୂଚନା ଫଳକ ରଖି ସେଥିରେ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିବାକୁ କୁହାଯାଇଛି ।

   Related Posts