Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ନର୍ସଙ୍କୁ ଆଇଟି କମ୍ପାନୀ ମ୍ୟାନେଜର କଲେ ଦୁଷ୍କର୍ମ, ଭିଡିଓ ଭାଇରାଲ୍ ଧମକ ଦେଇ ପଠାଉଥିଲେ ଉପରିସ୍ଥ ଅଧିକାରୀଙ୍କ ପାଖକୁ

30/08/2019 at 12:27 PM

ଗୁରୁଗ୍ରାମ ୩୦।୮: ଗୁରୁଗ୍ରାମରେ ଏକ ଘରୋଇ ହସ୍ପିଟାଲରେ ଜଣେ ଷ୍ଟାଫ୍ ନର୍ସଙ୍କ ସହ ଆଇଟି କମ୍ପାନୀର ମ୍ୟାନେଜର ଏବଂ ତାଙ୍କ ସାଙ୍ଗମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ନର୍ସ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ତାଙ୍କର ଗର୍ଭପାତ ମଧ୍ୟ କରାଯାଇଛି ।

ପୀଡିତା ଏ ନେଇ ମଣ୍ଡାବଳୀ ଥାନାରେ ଏତଲା ଦେଇଛନ୍ତି । ଏହାପରେ ଦିଲ୍ଲୀ ପୋଲିସ ମହିଳା ଥାନାରେ ସେକ୍ଟର ୫୧ରେ ଗଣଦୁଷ୍କର୍ମ ମାମଲା ରୁଜୁ କରିଛି ।

ସୂଚନା ଅନୁସାରେ, ରୋହତକ ନିବାସୀ ପୀଡିତା ନର୍ସ ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ । ୨୦୧୮ମସିହାରୁ ସେ ରୋହତକରୁ ପ୍ରତିଦିନ ଗୁରୁଗ୍ରାମ ଆସିଥାନ୍ତି । ଯିବାଆସିବା ପାଇଁ ସେ କାର୍ ରେ ସେୟାରରେ ଯାଇଥାଆନ୍ତି । ସେହି ସମୟରେ ତାଙ୍କର ଆଇଟି କମ୍ପାନୀର ମ୍ୟାନେଜର ହରିଶ ସୈନିଙ୍କ ସହ ପରିଚୟ ହୋଇଥିଲା । ଯିବା ଆସିବା ସମୟରେ ହରିଶ ତାଙ୍କୁ ଫୋନ୍ ମଧ୍ୟ କରିଦେଉଥିଲେ । ଫଳରେ ଉଭୟଙ୍କ ମଧ୍ୟ ସଂପର୍କ ବଢିଯାଇଥିଲା । ଦିନେ ସଂପୃକ୍ତ ନର୍ସ ଜଣଙ୍କ ରୋହତକରୁ ଗୁରୁଗ୍ରାମ ଯାଉଥିଲେ । ସେହି ସମୟରେ ହରିଶ ମଧ୍ୟ ଗୁରୁଗ୍ରାମ ଯିବା ଲାଗି ବାହାରିଥିଲେ । ସେ ପୀଡିତା ନର୍ସଙ୍କୁ ଏକ କାର୍ ଯୋଗେ ନେଇ ଗୁରୁଗ୍ରାମରେ ଛାଡିଦେଇଥିଲେ । ସେଠାରୁ ଫେରିବା ବେଳେ ଗୁରୁଗ୍ରାମରୁ ଆଣି ରୋହତକରେ ଛାଡିଥିଲେ । ଘରେ ଛାଡିବାର କିଛି ସମୟ ପରେ ହରିଶ ପୀଡିତାଙ୍କ ଘରେ  ପୁର୍ନବାର ପହଞ୍ଚିଥିଲେ । ସେଠାରେ ତାଙ୍କୁ ମାରପିଟ୍ କରିବା ସହ ଦୁଷ୍କର୍ମ ମଧ୍ୟ କରିଥିଲେ ।

ପୀଡିତା କହିଛନ୍ତି ଯେ, ହରିଶ ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ ଶୁଟ୍ କରିଥିଲେ । ସେହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ୍ କରିବାର ଧମକ ଦେଇଥିଲେ । ଆଉ ଗୋଟିଏ ଦିନ ପୀଡିତାଙ୍କୁ ହରିଶ ତାଙ୍କ ସାଙ୍ଗଙ୍କ ପିଜି ହଷ୍ଟେଲକୁ ନେଇଯାଇଥିଲେ । ସେଠାରେ ସେ ଏବଂ ତାଙ୍କ ସାଙ୍ଗ ମଦ ପିଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାପରେ ଧମକ ଦେଇ ତାଙ୍କୁ ଆଗ୍ରା, ରାଜସ୍ଥାନ ଏବଂ ଦିଲ୍ଲୀ ନେଇଯାଇଥିଲେ । ସେଠାରେ ମଧ୍ୟ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ଫଳରେ ପୀଡିତା ନର୍ସ ଜଣଙ୍କ ଗର୍ଭବତୀ ହୋଇଥିଲେ । ଏହା ଜାଣିବା ପରେ ଉଭୟ ତାଙ୍କୁ ମାରମିଟ୍ କରିବା ସହ ତାଙ୍କର ଗର୍ଭପାତ ମଧ୍ୟ କରାଇଦେଇଥିଲେ ।

ହରିଶ ସଂପୃକ୍ତ ନର୍ସଙ୍କୁ ମନ୍ଦିରରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ପୂର୍ବରୁ ହିଁ ସେ ବିବାହିତ ବୋଲି ନର୍ସ ଜଣଙ୍କ ଜାଣିବା ପରେ ସେ ତାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବାକୁ ପ୍ରୟାସ କରିଥିଲେ ବୋଲି ପୀଡିତା କହିଛନ୍ତି ।

ସେ ପୀଡିତାଙ୍କୁ ଗୁରୁଗ୍ରାମର ଏକ ଫ୍ଲାଟ୍ ରେ ହାତ ଗୋଡ ବାନ୍ଧି ରଖିଥିଲେ । ସେଠାରେ ସେ ବିଭିନ୍ନ ସ୍ଥାନକୁ ତାଙ୍କୁ ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ବିରୋଧ କରିବାରୁ ପୀଡିତାଙ୍କୁ ମାରପିଟ୍ କରି ଗୁରୁଗ୍ରାମରେ ଛାଡି ଦେଇଯାଇଥିଲେ । ପୀଡିତା ଜଣଙ୍କ ଅତିଷ୍ଠ ହୋଇ ଗୁରୁଗ୍ରାମ ଛାଡିଦେଇଥିଲେ । ସେଠାରୁ ସେ ଦିଲ୍ଲୀରେ ଯାଇ ରହିଥିଲେ । ସେଠାରେ ମଧ୍ୟ ହରିଶ ଯାଇ ପହଞ୍ଚି ଯାଇଥିଲେ । ଫଳରେ ପୀଡିତା ଜଣଙ୍କ ବାଧ୍ୟ ହୋଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୀଡିତା ନର୍ସଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

   Related Posts