Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ସଚିନଙ୍କୁ କୋଟିପତି ବନାଇଥିଲେ ଏହି ବ୍ୟକ୍ତି, ଗୋଟିଏ ବିଜ୍ଞାପନ ପରେ ବଢିଥିଲା ମାଷ୍ଟରବ୍ଲାଷ୍ଟରଙ୍କ ବ୍ରାଣ୍ଡ୍ ଭାଲ୍ୟୁ

25/04/2020 at 5:02 PM

ନୂଆଦିଲ୍ଲୀ, ୨୫|୦୪:     ଅତି କମ ବୟସରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିଥିବା ସଚିନ ତେନ୍ଦୁଲକର ଦିନେ କ୍ରିକେଟର ଭଗବାନ ଭାବେ ପରିଚିତ ହେବେ ବୋଲି କେହି କେବେ ଭାବିନଥିଲେ । ୧୯୯୦ ମସିହାରେ ସେ କ୍ରିକେଟରେ ଏକ ବଡ ନାଁ ହୋଇ ସାରିଥିଲେ । ଅଧିକ ଅର୍ଥ ଉପାର୍ଜନ ମଧ୍ୟ କରିଛନ୍ତି । ଏହା ପଛରେ ଜଣେ ଭାରତୀୟ ବ୍ୟବସାୟୀଙ୍କ ହାତ ରହିଛି । ତାଙ୍କୁ ବହୁତ କମ ଲୋକ ଜାଣିଛନ୍ତି ।

ଏହି ବ୍ୟବସାୟୀ କେବଳ ସଚିନଙ୍କ ଭାଗ୍ୟ ନୁହେଁ କ୍ରିକେଟର ଟିଭି କଭରେଜରେ ମଧ୍ୟ ଅନେକ ପରିବର୍ତ୍ତନ କରିଥିଲେ । ସେ ମାତ୍ର ୧୫ ଜଣ କର୍ମଚାରୀଙ୍କୁ ନେଇ ବଡ ବଡ କମ୍ପାନୀଙ୍କୁ ଚିନ୍ତାରେ ପକାଇ ଦେଇଥିଲେ । ୧୯୯୫ ଅକ୍ଟୋବରରେ କୌଣସି ଏକ କମ୍ପାନୀ ସଚିନଙ୍କ ସହ ୫ ବର୍ଷ ପାଇଁ ୨୭ କୋଟି ଟଙ୍କାର ଡିଲ୍ କରିଥିବା ଖବର ଆସିଥିଲା । ଓ୍ୱାଲ୍ଡ୍ ଟେଲ୍ ନାମକ ଏହି ଅଜଣା କମ୍ପାନୀ ସହ ଏହି ଡିଲ୍ କରିଥିଲେ ସଚିନ । ଏହି କମ୍ପାନୀ ୧୯୯୬ ବିଶ୍ୱକପ ବ୍ରଡକାଷ୍ଟ ରାଇଟସ୍ ମଧ୍ୟ ହାସଲ କରିଥିଲା । ଏହାର ପାର୍ଟନର ରବି ଶାସ୍ତ୍ରୀ ରହିଥିଲେ ।

ସେତେବେଳେ ସଚିନଙ୍କ ପାଖରେ ବିଜ୍ଞାପନର ଅଭାବ ନଥିଲା । ସେ ବର୍ଷକୁ ୫୦ ଦିନ ସୁଟିଂରେ ବ୍ୟସ୍ତ ରହୁଥିଲେ । ଓ୍ୱାଲ୍ଡ୍ ଟେଲ୍ ସହ ଡିଲ୍ ପରେ ସଚିନ ରିବକ ସହ ଡିଲ୍ ପାଇଁ ପ୍ରସ୍ତୁତ ଥିଲେ । ଅନେକ ବରିଷ୍ଠ ଖେଳାଳି ସଚିନଙ୍କ ଏହି ଡିଲକୁ ନାପସନ୍ଦ କରିଥିଲେ । ଏହା ସଚିନଙ୍କୁ ବିଗାଡି ଦେବ, ସଚିନ ପ୍ରସ୍ତୁତ ନୁହେଁ ବୋଲି ସେ କହିଥିଲେ । କିନ୍ତୁ ପରେ ଏହି କମ୍ପାନୀର ମୁଖ୍ୟ ଭାରତୀୟ ବଂଶୋଦ୍ଭବ ମାର୍କ୍ ମସ୍କରହେନ୍ସ ବୋଲି ଜଣାପଡିଥିଲା । ସେ ଆମେରିକାରେ ରହୁଥିଲେ । 

ବେଙ୍ଗାଲୁରରେ ରହୁଥିବା ମାର୍କ ପାଠ ପଢା ସାରି ଆମରିକା ଚାଲିଯାଇଥିଲେ । ସେଠାରେ ସେ ଆମେରିକା ଟିଭି ସିବିଏସର ରେଡିଓ ଗ୍ରୁପରେ ସେଲସମ୍ୟାନ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ସିବିଏସ ୧୯୮୦ରେ ଦୂରଦର୍ଶନକୁ ୩୦ ପ୍ରତିଶତ ଅର୍ଥ ପ୍ରଦାନ କରିବାକୁ ରାଜିଥିଲା । କିନ୍ତୁ ତତ୍କାଳୀନ ସରକାର ଏହାକୁ ମଞ୍ଜୁରି ଦେଇନଥିଲେ ।  ପରେ ମାର୍କ ନିଜ କମ୍ପାନୀ ଆରମ୍ଭ କରିଥିଲେ । ସେ ଆମେରିକା ଫୁଟବଲ୍ ଫେଡେରସନ ସହ ମଧ୍ୟ କାମ କରିଛନ୍ତି।

୧୯୯୭ରେ ମାର୍କଙ୍କ କମ୍ପାନୀ ଦେଢକୋଟି ଡଲାରର ବିଜନେସ୍ କରିଥିଲା । ସେହି ସମୟରେ ମୋଟ ୧୫ଜଣ କମ୍ପାନୀରେ କାମ କରୁଥିଲେ । ୧୯୯୫ରେ ସେ ସଚିନଙ୍କ ସହ ୭୫ ଲକ୍ଷ ଡଲାରରେ ଡିଲ୍ କରିଥିଲେ । ପରେ ସଚିନ ସୌରଭ ଗାଙ୍ଗୁଲିଙ୍କୁ ମାର୍କଙ୍କ ସହ ସାକ୍ଷାତ କରାଇଥିଲେ ।ଏହାପରଠୁ ସଚିନଙ୍କ ବ୍ରାଣ୍ଡ୍ ଭାଲ୍ୟୁ ବୃଦ୍ଧି ପାଇଥିଲା ।

   Related Posts