Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବିରାଟ କୋହଲୀଙ୍କ ଝିଅକୁ ରେପ୍ ଧମକ ଦେଇଥିବା ଅଭିଯୁକ୍ତ IIT ଗ୍ରାଜୁଏଟ୍, ବାର୍ଷିକ ଦରମା ପାଉଥିଲା ୨୪ଲକ୍ଷ ଟଙ୍କା !

11/11/2021 at 4:10 PM

ମୁମ୍ବାଇ ୧୧।୧୧:  ଟି-୨୦ ୱାର୍ଲଡ କପ୍‌ ଭାରତୀୟ ଟିମ୍‌ ଲାଗି ନିରାଶାଜନକ ରହିଛି। ଷ୍ଟାଡିୟମରେ ପ୍ରଭାବୀ ପ୍ରଦର୍ଶନ କରିପାରିନଥିବା ଟିମ୍‌ ଇଣ୍ଡିଆ ଖେଳାଳି ଏବେ ଖୁବ୍ ଟ୍ରୋଲ ହେଉଛନ୍ତି। ତେବେ ସମସ୍ତ ସୀମା ସେତେବେଳେ ଅତିକ୍ରମ କରିଗଲା ଯେତେବେଳେ ଫ୍ୟାନ୍‌ସ ଟିମ ଇଣ୍ଡିଆ କ୍ୟାପ୍ଟେନ୍‌ ବିରାଟ କୋହଲୀଙ୍କ ୯ ମାସର ଶିଶୁକନ୍ୟାଙ୍କୁ ରେପ୍‌ ଧମକ ଦେଲେ। ମାମଲାକୁ ଦିଲ୍ଲୀ ମହିଳା କମିଶନ (ଡିଡବ୍ଲୁସି) ଗୁରୁତ୍ୱର ସହ ଗ୍ରହଣ କରିଥିବା ବେଳେ ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିଥିଲେ।

ଡିଡବ୍ଲୁସି ମାମଲାରେ ପୋଲିସକୁ ନୋଟିସ୍‌ ଜାରି କରି କାର୍ଯ୍ୟାନୁଷ୍ଠାନର ବିବରଣୀ ମାଗି ଥିଲେ। ଏଥିରେ ମୁମ୍ବାଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା ସହ ଅଭିଯୁକ୍ତକୁ ଗିରଫ କରିଛନ୍ତି। ତେବେ ଏପରି ଘୃଣ୍ୟ ଧମକ ଦେଇଥିୂବା ବ୍ୟକ୍ତି ଅପାଠୁଆ, ମୁର୍ଖ ନୁହଁ ବରଂ ଆଇଆଇଟି ଗ୍ରାଜୁଏଟ୍‌ ଓ ସେ ବାର୍ଷିକ ୨୪ ଲକ୍ଷ ଟଙ୍କା ବେତନରେ ଚାକିରୀ କରିଥିବାର ଜଣାପଡିଛି। ଯାହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମାମଲାରେ କୋହଲୀଙ୍କ ମ୍ୟାନେଜର ମୁମ୍ବାଇ ପୋଲିସରେ ଏତଲା ରୁଜୁ କରିବା ପରେ ମୁମ୍ବାଇ ପୋଲିସ ସାଇବର ଶାଖା ଧମକଦେଇଥିବା ବ୍ୟକ୍ତିର ସନ୍ଧାନ କରିବା ସହ ହାଇଦ୍ରାବାଦରେ ଠାବ କରିଥିଲେ। ପୋଲିସର ଏକ ଟିମ୍‌ ବୁଧବାର ହାଇଦ୍ରାବାଦ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଗୁରୁବାର ମୁମ୍ବାଇ ନେଇ ଆସିଛନ୍ତି। ସୂଚନା ମୁତାବକ ଗିରଫ ଅଭିଯୁକ୍ତକୁ ପୋଲିସ ରାମନାଗେଶ ଶ୍ରୀନିବାସ ଅଗୁବଥିନୀ ଭାବେ ଚିହ୍ନଟ କରିଛି। ତାଙ୍କ ବୟସ ୨୩ ବର୍ଷ ଓ ସେ୨ ବର୍ଷ ପୂର୍ବେ ଆଇଆଇଟି ହ୍ରାଇଦ୍ରାବାଦରୁ ଗ୍ରାଜୁଏସନ କମ୍ପ୍ଲିଟ କରିଥିଲେ।

ଶିକ୍ଷା ସମାପ୍ତ ହେବା ପରେ ଅଗୁଥିନୀ ଏକ ଫୁଡ ଏପ୍‌ରେ ଚାକିରୀ କରୁଥିଲେ। ବାର୍ଷିକ ୨୪ଲକ୍ଷ ଟଙ୍କା ବେତନରେ ପ୍ରଥମ ଚାକିରୀ ପାଇଥିବା ଅଗୁବଥନୀ ନିକଟରେ ଚାକିରୀ ଛାଡି ଆମେରିକାରେ ମାଷ୍ଟରଡିଗ୍ରି ପଢିବା ଲାଗି ପ୍ରସ୍ତୁତି କରୁଥିଲେ। ସେପଟେ ଅଗୁବଥିନୀଙ୍କ ପିତା ଏପର୍ଯ୍ୟନ୍ତ ଜାଣିପାରୁ ନାହାନ୍ତି କାହିଁକି ପୋଲିସ ତାଙ୍କ ପୁଅକୁ ଗିରଫ କରିଛି। ଏଣୁ ସେ ମଧ୍ୟ ପୁଅ ପଛେ ପଛେ ମୁମ୍ବାଇ ପହଞ୍ଚି ଯାଇଛନ୍ତି।

ଟି-୨୦ ୱାର୍ଲଡ କପ୍‌ରେ ଭାରତୀୟ ଟିମ୍‌ର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ଥିଲା। ପାକିସ୍ତାନ ବିପକ୍ଷରେ ଶୋଚନୀୟ ପରାଜୟ ପରେ ନ୍ୟୁଜିଲ୍ୟାଣ୍ଡ ଠାରୁ ମଧ୍ୟ ପରାସ୍ତ ହୋଇଥିଲା। ଫଲରେ ସେମିଫାଇନଲ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଭାରତୀୟ ଟିମ୍‌ର ରାସ୍ତା ବନ୍ଦ ହୋଇଯାଇଥିଲା। ଏଥିରେ କ୍ରିକେଟ ପ୍ରେମୀ ନିରାଶ ହୋଇଥିବା ବେଳେ ଖେଳାଳିଙ୍କୁ ନିନ୍ଦା କରୁଥିବା ବେଳେ ଅଗୁବଥନୀ ରେପ ଧମକ ଦେଇ ସମସ୍ତ ସୀମା ଅତିକ୍ରମ କରିଦେଇଥିଲେ।

   Related Posts