ଏହି ବ୍ୟକ୍ତି ପୋଷିଛନ୍ତି ଦୁନିଆର ସବୁଠୁ ବଡ଼ ଅଜଗର, ୮ ଇଞ୍ଚ୍ରୁ ହେଲାଣି ୧୮ ଫୁଟ୍, ଦେଖନ୍ତୁ ଭୟଙ୍କର ଦୃଶ୍ୟ
14/11/2019 at 4:02 PM

ନୂଆଦିଲ୍ଲୀ୧୪/୧୧: ଅଧିକାଂଶ ବ୍ୟକ୍ତିଙ୍କ ଅଜବ ପ୍ରକାର ସୌକ୍ ଥାଏ । ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ସୌକ୍ ସଂପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବ୍ୟକ୍ତି ଘରେ ଏକ ଜୀବନ ନେଲାଭଳି ପ୍ରାଣୀ ପାଳିଛନ୍ତି । ଏହି ବ୍ୟକ୍ତି ପିଲା ଓ ସ୍ତ୍ରୀଙ୍କ ସହ ରହୁଛନ୍ତି ତଥାପି ତାଙ୍କ ମନରେ ଭୟ ନାହିଁ। ଇଂଲଣ୍ଡର ଟଓ୍ବେକ୍ସବରୀ ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
୩୧ ବର୍ଷ ବୟସ୍କ ମାକର୍ସ ହାବସ୍ ଏକ ୧୮ ଫୁଟ୍ର ଗୋଟିଏ ଅଜଗର ସାପ ପାଳିଛନ୍ତି । ଶ୍ରଦ୍ଧାରେ ସେ ଏହି ଅଜଗରକୁ ହେକ୍ସୀ ଡାକନ୍ତି। ଗୋଟିଏ ସ୍ଥାନରେ ତିନୋଟି କୋଠରୀ ବିଶିଷ୍ଟ ଘରେ ଅଜଗର ସାପ ସହ ମାକର୍ସ ଓ ତାଙ୍କ ପରିବାର ରହୁଛନ୍ତି।
ଏତେ ଲମ୍ବା ଭୟଙ୍କର ପ୍ରାଣୀ ସହ ରହିବା ଛୋଟ କଥା ନୁହେଁ । ଏହି ସାପ ମଣିଷ ଓ ପଶୁ, ପକ୍ଷୀଙ୍କୁ ନିଜର ଆହାର ଭାବି ସିଧା ଗିଳି ଦେଇଥାଏ । ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିବା ମାକର୍ସ ହାବସ ଏହି ସାପକୁ ପାଳିବରେ ହଜାର ହଜାର ପାଉଣ୍ଡ ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହି ଅଜଗର ସାପ ଉପରେ ମାକର୍ସଙ୍କ ବହୁତ ଭରସା ରହିଛି।
୮ ବର୍ଷ ତଳେ ମାକର୍ସ ଏହି ସାପକୁ କିଣିଥିଲେ। ସେହି ସମୟରେ ଏହି ସାପର ଲମ୍ବ ୮ ଇଞ୍ଚ୍ ଥିଲା। କିନ୍ତୁ ଏବେ ଏହି ଅଜଗର ସାପର ଲମ୍ବ ୧୮ ଫୁଟ୍ ହେବା ସହ ୧୦୦ କିଲୋର ଓଜନ ମଧ୍ୟ ହେବ।।